ଆଜି ଛିନ୍ନମସ୍ତା ଜୟନ୍ତୀରେ ଜାଣନ୍ତୁ ମା’ ପାର୍ବତୀଙ୍କ ବିଷୟରେ କିଛି ଅଜଣା କଥା

Published By : Prameya-News7 Bureau | May 06, 2020 IST

ଆଜି ମେ ୬ତାରିଖ,ବୁଧବାର ଦଶ ମହାବିଦ୍ୟାରେ ଷଷ୍ଠ ମହାବିଦ୍ୟା ଶ୍ରୀ ଛିନ୍ନମସ୍ତିକାଙ୍କ ଜୟନ୍ତୀ। ଛିନ୍ନମସ୍ତାର ଅର୍ଥ ଛିନ୍ନ ମସ୍ତକ ଥିବା ଦେବୀ। ଛିନ୍ନମସ୍ତାର ଗଣନା କାଳୀ କୁଳରେ କରାଯାଇଥାଏ। ଛିନ୍ନମସ୍ତା ମହାବିଦ୍ୟାର ସମ୍ବନ୍ଧ ମହାପ୍ରଳୟ ସହ କରାଯାଇଥାଏ। ମହାପ୍ରଳୟର ଜ୍ଞାନ କରାଉଥିବା ଏହି ମହାବିଦ୍ୟା ଭଗବତୀଙ୍କ ରୌଦ୍ର ରୂପ।

କାଳୀତନ୍ତ୍ର ଅନୁସାରେ ଏକ ସମୟରେ ଦେବୀ ପାର୍ବତୀ ନିଜ ସହଚରୀ ଜୟା ଏବଂ ବିଜୟାଙ୍କ ସହ ଶ୍ରୀ ମନ୍ଦାକିନୀ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ସେଠାରେ କାମାଗ୍ନିରେ ପୀଡ଼ିତ ସେ କୃଷ୍ଣ ବର୍ଣ୍ଣର ହୋଇଯାଇଥିଲେ। ଏହା ପରେ ଜୟା ଏବଂ ବିଜୟା ତାଙ୍କୁ ଭୋଜନ ମାଗିଥିଲେ କାରଣ ସେମାନେ ଅତ୍ୟନ୍ତ ଭୋକିଲା ଥିଲେ। ଦେବୀ ତାଙ୍କୁ ପ୍ରତୀକ୍ଷା କରିବାକୁ କହିଥିଲେ କିନ୍ତୁ ସହଚରୀ ତାଙ୍କୁ ବାରମ୍ବାର ଭୋଜନ ମାଗିଥିଲେ।

ଏହା ପରେ ଦେବୀ କଟୁରୀରେ ତାଙ୍କ ମସ୍ତକ ଛେଦନ କରିଥିଲେ। କଟା ମୁଣ୍ଡ ତାଙ୍କ ବାମ ହାତରେ ପଡ଼ିଥିଲା। ତାଙ୍କ କବନ୍ଧରୁ ୩ଧାରାରେ ରକ୍ତ ବୋହିଥିଲା। ୨ଟି ଧାରା ତାଙ୍କ ସହଚରୀ ଡାକିନୀ ଏବଂ ବର୍ଣ୍ଣିନୀଙ୍କ ମୁଖକୁ ଯାଇଥିଲା ଏବଂ ୩ୟ ଧାରା ତାଙ୍କ କଟାମୁଣ୍ଡ ସ୍ବୟଂ ପାନ କରିଥିଲା।

ମହର୍ଷି ଯାଜ୍ଞବଲକ୍ୟ ଏବଂ ପର୍ଶୁରାମ ଏହି ବିଦ୍ୟାର ଉପାସକ ଥିଲେ। ଶ୍ରୀ ମତ୍ସେନ୍ଦ୍ରନାଥ ଏବଂ ଗୋରଖନାଥ ମଧ୍ୟ ଏହାର ଉପାସକ ଥିଲେ। ଦୈତ୍ୟ ହିରଣ୍ୟକଶ୍ୟପ ଏବଂ ବୈରୋଚନ ମଧ୍ୟ ଏହି ଶକ୍ତିର ଏକ ନିଷ୍ଠ ସାଧକ ଥିଲେ।

ଶ୍ରୀ ଛିନ୍ନମସ୍ତାଙ୍କ ପୀଠ ‘ଚିନ୍ତପୂର୍ଣ୍ଣୀ’ ନାମରେ ବିଖ୍ୟାତ। ଯାହାର ସ୍ମରଣ କରିବା ମାତ୍ରେ ନର ସଦା ଶିବ ହୋଇଯାଇଥାନ୍ତି।

ମାର୍କଣ୍ଡ୍ୟ ପୁରାଣରେ କୁହାଯାଇଥିବା ଏକ କଥା ଅନୁସାରେ,ଯେତେବେଳେ ମା ଚଣ୍ଡି ରାକ୍ଷସଙ୍କୁ ଘୋର ସଂଗ୍ରାମରେ ପରାଜିତ କରିଥିଲେ ସେତେବେଳେ ତାଙ୍କର ଦୁଇଟି ଯୋଗିନୀ ଜୟା ଏବଂ ବିଜୟା ଯୁଦ୍ଧ ସମାପ୍ତ ହେବା ପରେ ମଧ୍ୟ ରକ୍ତ ପିପାସୁ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.