oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବଳିଦାନ ଦିବସ : ଖୁବ ଲଢ଼ିଲେ ଇଂରେଜଙ୍କ ବିରୋଧରେ ଏବଂ ଶେଷରେ ଜୀବନ ହାରିଲେ, ଜାଣନ୍ତୁ ବିଠୁରର ମନୁ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ସମ୍ପର୍କରେ

18/06/2020 at 7:54 PM

କାନପୁର ୧୮/୦୬ : ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ କଥା ସାରା ଦେଶ ଜାଣିଛି | ଲକ୍ଷ୍ମୀବାଇଙ୍କୁ ମନେପକାଇ ଆଜି ମଧ୍ୟ ଶରୀରରେ ଶିହରଣ ଖେଳିଯାଏ | ବୀଠୁରରେ ତାଙ୍କୁ ମନୁ ବୋଲି ସମସ୍ତେ ଜାଣନ୍ତି | ବୀଠୁରର ପେଶୱାର ବାଜିରାଓ ଦ୍ୱିତୀୟ ତାଙ୍କୁ ଛବିଲି ଡାକୁଥିଲେ | ଝାନ୍ସୀ ରାଜା ଗଙ୍ଗାଧର ରାଓଙ୍କ ସହ ୧୪ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା | ବିବାହ ପରେ ତାଙ୍କୁ ରାଣୀ ଲକ୍ଷ୍ମୀବାଇ ନାଁ ଦିଆଯାଇଥିଲା | ୧୮୫୭ କ୍ରାନ୍ତିରେ ଇଂରେଜଙ୍କୁ ସବକ ଶିଖାଇବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ | ୧୮୫୮ ମସିହା ଜୁନ ୧୮ ତାରିଖରେ ୩୦ ବର୍ଷ ବୟସରେ ରାଣୀ ଲକ୍ଷ୍ମୀବାଇ ଶହୀଦ ହୋଇଥିଲେ | ଏହା ବୀଠୁରର ସୌଭାଗ୍ୟ ଯେ ମନୁ ନିଜ ଜୀବନର ୧୦ ବର୍ଷ ଏଠାରେ ବିତାଇଥିଲେ |

ଐତିହାସିକଙ୍କ କହିବାନୁଯାୟୀ, ରାଣୀ ଲକ୍ଷ୍ମୀ ବାଇଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀରେ ହୋଇଥିଲା | ତାଙ୍କ ନାଁ ମଣିକର୍ଣ୍ଣିକା ରଖାଯାଇଥିଲା | କମ ବୟସରୁ ତାଙ୍କ ମା ଚାଲି ଯାଇଥିଲେ | ମା ଚାଲିଯିବା ପରେ ୪ ବର୍ଷ ବୟସରେ ବାପା ମୋରପନ୍ଥ ତାମ୍ବେଙ୍କ ସହ ବୀଠୁରର ପେଶୱାର ମହଲ ଆସିଥିଲେ | ସେଠାରେ ନାନା ସାହେବ ତାଙ୍କୁ ଶିକ୍ଷା ଦେଇଥିଲେ | ଶାସ୍ତ୍ରରେ ନୀପଉନଟା ହାସଲ କରିଥିଲେ | ତଲୱାରବାଜ, ଧନୁଷ ବିଦ୍ୟା, ଘୋଡାସଵାରୀ, ଯୁଦ୍ଧ କୌଶଳରେ ସେ ନିପୁଣ ଥିଲେ | ସାରଙ୍ଗ ନାମକ ତାଙ୍କର ଏକ ଘୋଡା ଥିଲା | ଉଭୟଙ୍କ ମଧ୍ୟରେ ବହୁତ ସ୍ନେହ ଥିଲା | 

ପେଶୱା ମହଲ ନିକଟରେ ଆଜି ମଧ୍ୟ ସେହି କୂଅ ଅଛି ଯେଉଁଠାରେ ସେ ନିଜ ଘୋଡାକୁ ପାଣି ପିଇଯାଉଥିଲେ | ୧୯୪୨ ମସିହାରେ ଝାନ୍ସୀର ମରାଠା ଶାସକ ଗଙ୍ଗାଧର ରାଓଙ୍କୁ ବିବାହ ପରେ ୧୮୫୧ ମସିହାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ | ୪ ମାସ ମଧ୍ୟରେ ହିଁ ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଥିଲା | ଏହାପରେ ଗଙ୍ଗାଧର ରାଓ ମଧ୍ୟ ଅସୁସ୍ଥ ହୋଇପଡିଥିଲେ | ୧୮୫୩ ମସିହାରେ ଗଙ୍ଗାଧର ରାଓଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା | ଏହାପରେ ଇଂରେଜ ଝାନ୍ସୀ ହଡପ କରିବାକୁ ଉଦ୍ୟମ କରିଥିଲେ | ୧୮୫୭ ମସିହାରେ ଲକ୍ଷ୍ମୀବାଇ ଇଂରେଜଙ୍କୁ ଅନେକଥର ଧୂଳି ଚଟାଇଥିଲେ |

୧୮୫୮ ମସିହା ଜୁନ ୧୮ ତାରିଖରେ ଇଂରେଜଙ୍କ ସହ ଯୁଦ୍ଧରେ ଗମ୍ଭୀର ଭାବେ ଆହତ ହୋଇଥିଲେ | ତାଙ୍କର ଜଣେ ବିଶ୍ଵସ୍ଥ ସିପାହୀ ତାଙ୍କୁ ବାବା ଗଙ୍ଗାଦାସଙ୍କ କୁଡ଼ିଆକୁ ନେଇଯାଇଥିଲେ | ସେଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ |

ଐତିହାସିକ ଦେବେନ୍ଦ୍ର ସିଂହଙ୍କ କହିବାନୁଯାୟୀ, ମନୁ ବୀଠୁରରେ ଯେଉଁ ଯୁଦ୍ଧ କଳା ଶିଖିଥିଲେ ତାକୁ ଝାନ୍ସୀରେ ଇଂରେଜଙ୍କ ବିରୋଧରେ ଲଢ଼ିବାରେ ବହୁତ ସାହାଯ୍ୟ କରିଥିଲା | ଇଂରେଜଙ୍କ ସହ ଯୁଦ୍ଧ ସମୟରେ ତାଙ୍କ ଛାତିରେ ଏକ ଗୁଳି ବାଜିଥିଲା ଏବଂ ମଥାରେ ଖଣ୍ଡା ଦ୍ୱାରା ଆଘାତ ହୋଇଥିଲା |

ଯୁଦ୍ଧ ସମୟରେ ଲକ୍ଷ୍ମୀବାଇ ଝାନ୍ସୀରୁ କଲାପିରେ ପହଞ୍ଚିଥିଲେ | ତାଙ୍କ ପଛେ ପଛେ ଇଂରେଜମାନଙ୍କ କ୍ୟାପଟେନ ମଧ୍ୟ ପହଞ୍ଚି ଯାଇଥିଲେ | ୧୮୫୮ ମସିହା ମେ ୭ ତାରିଖରେ କୋଂଚରେ ସଂଘର୍ଷ ହୋଇଥିଲା | ମେ ୨୩ ତାରିଖରେ ଇଂରେଜ କଲାପିରେ ପ୍ରବେଶ କରିଥିଲେ | ସେ ଲକ୍ଷ୍ମୀବାଇଙ୍କୁ ଜୀବନ୍ତ ଧରିବାକୁ ଚାହୁଁଥିଲେ | ସେ ନାନା ସାହେବ, ତାନ୍ତ୍ୟ ଟୋପେଙ୍କ ସହିତ ଗୱାଲିୟରରେ ପହଞ୍ଚିଥିଲେ | କିନ୍ତୁ ସେଠାରେ କୌଣସି ସହାୟତା ନ ପାଇ ଫେରିବା ସମୟରେ ଭାଂଡର ନିକଟରେ ଇଂରେଜଙ୍କ ସହ ମୁକାବିଲାରେ ଗମ୍ଭୀର ଆହତ ହୋଇଥିଲେ | ରାଣୀ ଲକ୍ଷ୍ମୀବାଇ ନିଜ ସୁନ୍ଦରତା, ଚାଲାକି, ଦୃଢ଼ତା ପାଇଁ ଉଲ୍ଲେଖନୀୟ ଥିଲେ | ତାଛଡା ବିଦ୍ରୋହୀ ନେତାଙ୍କ ମଧ୍ୟରେ ସେ ଜଣେ ରାଣୀ ଥିଲେ ଯାହାଙ୍କ ମଧ୍ୟରେ ମର୍ଦାନି ଥିଲା |

   Related Posts