ଇସ୍ରାଏଲ କାହିଁକି ବିଶ୍ବର ପ୍ରସିଦ୍ଧ ଦେଶ? ଇସ୍ରାଏଲ ସେନା ବାହିନୀ କଥା ଶୁଣିଲେ କାହିଁକି ସମସ୍ତେ କ୍ଲିକ କରି ଖବର ପଢିଥାନ୍ତି ଓ ଫଟୋ ଦେଖିଥାନ୍ତି ଜାଣନ୍ତୁ…

Published By : Prameya-News7 Bureau | July 25, 2019 IST

ଆସନ୍ତୁ ଆଜି ଇସ୍ରାଏଲ୍ ବିଷୟରେ ଜାଣିବା। ଏଠାକାର ଯୁବତୀମାନେ ପରୀ ଭଳି ସୁନ୍ଦର ହୋଇଥାଆନ୍ତି ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏହା ଏକ ଏପରି ଦେଶ ଯେଉଁଠି ପୁରୁଷ ଏବଂ ମହିଳା ଉଭୟଙ୍କୁ ସେନାରେ ନିଯୁକ୍ତ ହେବା ଜରୁରୀ। ଇସ୍ରାଏଲ୍ ନିଜ ଗୁଇନ୍ଦା ଏଜେନ୍ସି ଏବଂ ସୈନ୍ୟ ଶକ୍ତି କାରଣରୁ ବିଶ୍ବ ପ୍ରସିଦ୍ଧ। ମୋସାଦଙ୍କ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ । ଆସନ୍ତୁ ଜାଣିବା ଇସ୍ରାଏଲର ଅନ୍ୟାନ୍ୟ କିଛି ଖାସ ପ୍ରସଂଗ ସମ୍ପର୍କରେ

{"id":137209}
wp:list
  • ଇସ୍ରାଏଲ ଦେଶ ଗଠନ ପୂର୍ବରୁ ଏହା ସ୍ଥିର କରାଯାଇଥିଲା ଯେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସରେ ମହିଳାଙ୍କର ପ୍ରତିନିଧିତ୍ବ ଅନିବାର୍ଯ୍ୟ। ଏହି ଦେଶର ନିୟମ ମୁତାବକ ପୁରୁଷ ହୁଅନ୍ତୁ କିମ୍ବା ମହିଳା, ୧୮ବର୍ଷ ବୟସ ହେବାପରେ ଦେଶସେବା କ୍ଷେତ୍ରରେ  ଯୋଗଦାନ ଜରୁରୀ। ସେନାରେ ପୁରୁଷଙ୍କ ସହ ମହିଳାଙ୍କୁ ମଧ୍ୟ ଯୁଦ୍ଧ ମଇଦାନରେ ରହିବା ଜରୁରୀ ଅଟେ। ୧୯୪୮ମସିହାରେ ନାଜିଙ୍କ ବିରୁଦ୍ଧରେ ହୋଇଥିବା ସ୍ବାଧୀନତା ଯୁଦ୍ଧରେ ଇସ୍ରାଏଲର ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
/wp:list {"id":137211}
wp:list
  •   ସେନାରେ ମହିଳାଙ୍କ ଉଚିତ୍ ପ୍ରତିନିଧିତ୍ବ ବ୍ୟତୀତ ଉଚ୍ଚପଦରେ ମହିଳାଙ୍କ ନିଯୁକ୍ତି ସାଧାରଣ କଥା। ଇସ୍ରାଏଲର ସେନାବାହିନୀ ଚାକିରୀରେ ୯୨ପ୍ରତିଶତ ଚାକିରୀ ମହିଳାଙ୍କ ପାଇଁ ସଂରକ୍ଷିତ। ଏଥିରେ ଫାଇଟର ପାଇଲଟ,ନୈାସେନା କ୍ୟାପଟେନ୍ ଏବଂ ପଦାତିକ ବାହିନୀର ବିଭିନ୍ନ ପଦ ପଦବୀ ମହିଳାଙ୍କ ପାଇଁ ରହିଛି।
/wp:list {"id":137212}
wp:list
  • ସେନାରେ ମହିଳାଙ୍କୁ ସମାନ ସମ୍ମାନ ମିଳୁଥିଲେ ମଧ୍ୟ ଅନ୍ୟ ଚାକିରୀରେ ତାଙ୍କ ସହ ​‌ଭେଦଭାବ କରାଯାଇଥାଏ। ଇସ୍ରାଏଲରେ ମହିଳା ଏବଂ ପୁରୁଷଙ୍କ ପାରିଶ୍ରମିକର ବ୍ୟବଧାନ ବିଶ୍ବରେ ସବୁଠାରୁ ବେଶୀ। ଆର୍ଥିକ ସହଯୋଗ ଏବଂ ବିକାଶ ସଙ୍ଗଠନ ମୁତାବକ ମହିଳାଙ୍କୁ ପୁରୁଷଙ୍କ ତୁଳନାରେ ୬୬% କମ୍ ପାରିଶ୍ରମିକ ମିଳିଥାଏ। ଗତ ୩ ବର୍ଷରେ ଏଥିରେ କୈାଣସି ପରିବର୍ତ୍ତନ କରାଯାଇନାହିଁ।
/wp:list {"id":137214}
wp:list
  • ମହିଳାଙ୍କ ଗର୍ଭପାତ କରାଇବା ଖର୍ଚ୍ଚ ସରକାର ବହନ କରନ୍ତି। ଇସ୍ରାଏଲର କ୍ୟାବିନେଟ୍ ଅନୁସାରେ ଯେକୈାଣସି ପରିସ୍ଥିତିରେ ଦେଶର ୨୦ରୁ ୩୩ବର୍ଷ ବୟସର ମହିଳାଙ୍କ ଆଇନସଙ୍ଗତ ଗର୍ଭପାତ ଖର୍ଚ୍ଚ ସରକାର ବହନ କରିବ। ଏହି ଦେଶରେ ଗର୍ଭପାତ ପାଇଁ ଏକ ସମିତି ରହିଛି । ଗର୍ଭପାତ କିଏ କରାଇବ ତାହା ଏହି ସମିତି ନିର୍ଣ୍ଣୟ କରିଥାଏ।
/wp:list {"id":137216,"width":576,"height":387}
wp:list
  • ଇସ୍ରାଏଲର ଏହି ସବୁ ହେଉଛି ପ୍ରମୁଖ କାରଣ ଯାହା ଅନ୍ୟ ସବୁ ଦେଶଠୁ ଏହାକୁ ଅଲଗା କରିଥାଏ। ହିଟଲର ନିଜ ସମୟରେ ଇହୁଦୀଙ୍କ ଚିହ୍ନବର୍ଣ୍ଣ ଅନ୍ତ କରି ଦେଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ସରିବା କ୍ଷଣି ଇସ୍ରାଏଲ୍ ଏକମାତ୍ର ଦେଶ ଥିଲା ଯାହା ଇହୁଦୀ ଧର୍ମ ପ୍ରଧାନ ଥିଲା। ଏହି ଦେଶକୁ ବିଲୁପ୍ତ କରିବାକୁ ମଧ୍ୟ ଷଡ଼ଯନ୍ତ୍ର ଚାଲିଥିଲା। ଏହି ସବୁ ଷଡ଼ଯନ୍ତ୍ରରୁ ବର୍ତ୍ତିବା ପାଇଁ ଇସ୍ରାଏଲ୍ ନିଜ ଆଭ୍ୟନ୍ତରୀଣ ଓ ସୀମା ସୁରକ୍ଷା ଏତେ ମଜବୁତ କରିଥିଲା ଯେ କେହି ବି ତାଙ୍କୁ ସୀମାରେ ପରାସ୍ତ କରିପାରିନଥିଲେ।
/wp:list {"id":137217}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.