ଭାରତର ୫ଟି ଆନ୍ତର୍ଜାତୀୟ ରେଲଓ୍ବେ ଷ୍ଟେସନ୍ : ଏଠାରୁ କେଉଁ କେଉଁ ଦେଶକୁ ଯାଏ ଟ୍ରେନ ଜାଣନ୍ତୁ

Published By : Prameya-News7 Bureau | January 12, 2019 IST

ଭାରତ ନିଜର ରେଲଓ୍ବେ ନେଟଓ୍ବାର୍କକୁ ପଡ଼ୋଶୀ ଦେଶ ପାକିସ୍ତାନ,ନେପାଳ,ବାଙ୍ଗଲାଦେଶ ପର୍ଯ୍ୟନ୍ତ ସଂପ୍ରସାରିତ କରୁଛି। ବର୍ତ୍ତମାନ ୩ଟି ଆନ୍ତର୍ଜାତୀୟ ରେଳ ପରିବହନ ଭାରତରେ କାମ କରୁଅଛି ଏବଂ ଭାରତୀୟ ରେଲଓ୍ବେର ପ୍ରସ୍ତାବିତ ଆନ୍ତର୍ଜାତୀୟ ରେଳ ପରିବହନ ଲିଙ୍କରେ ମଣିପୁରରୁ ଭିଏତନାମ,ମଣିପୁରରୁ ବର୍ମା, ଥାଇଲାଣ୍ଡ ଏବଂ ଭୁଟାନ୍ ସାମିଲ ରହିଛି।

wp:gallery {"ids":[73135]} /wp:gallery

୧.ଜୋଗବନୀ-ବିରାଟ ନଗର ଲିଙ୍କ-ନେପାଳ: ଭାରତ ଏବଂ ନେପାଳ ମଧ୍ୟରେ ରକ୍ସୈାଲ୍ ଜଙ୍କସନ୍, ବିହାର-ସିରସିୟା, ପରସା ଏବଂ ଜୟନଗର, ବିହାର-ଖଜୁରୀ, ଧନୁସା ମଧ୍ୟରେ ୨ଟି ରେଲଓ୍ବେ ଲିଙ୍କ୍ ରହିଛି।

wp:gallery {"ids":[73136]} /wp:gallery

୨.ସମଝୈାତା ଏକ୍ସପ୍ରେସ୍-ପାକିସ୍ତାନ: ସମଝୈାତା ଏକ୍ସପ୍ରେସ୍ ଏବଂ ଥର୍‌ ଏକ୍ସପ୍ରେସ୍ ,ଭାରତ ଏବଂ ପାକିସ୍ତାନ ଏହି ଦୁଇଟି ଦେଶ ମଧ୍ୟରେ ଏକମାତ୍ର ରେଳ କନେକ୍ସନ୍। ଭାରତରେ ଓ୍ବାଘା ବର୍ଡ଼ରରେ ଏହି ରେଳ ବର୍ଡ଼ର କ୍ରସିଙ୍ଗ୍ କରିଥାଏ।

wp:gallery {"ids":[73137]} /wp:gallery

୩.ମୈତ୍ରୀ ଏକ୍ସପ୍ରେସ୍-ବାଙ୍ଗଲାଦେଶ:  ମୈତ୍ରୀ ଏକ୍ସପ୍ରେସ୍ ଏକ ଆନ୍ତର୍ଜାତୀୟ ବର୍ଡ଼ର ଟ୍ରେନ୍ ଯାହା ବାଙ୍ଗଲାଦେଶର ରାଜଧାନୀ ଢାକାକୁ ଭାରତର କୋଲକାତା ସହ ଯୋଡ଼ୁଛି। ଏହା ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଏକମାତ୍ର ରେଲଓ୍ବେ ଲିଙ୍କ୍ ଯାହା ପ୍ରତି ସପ୍ତାହରେ ୬ଦିନ ଚାଲିଥାଏ।

wp:gallery {"ids":[73138]} /wp:gallery

୪.ଭୁଟାନ୍ ରେଲଓ୍ବେ-ଭୁଟାନ୍: ଭାରତୀୟ ରେଲଓ୍ବେର ଯୋଜନା ମୁତାବକ ଭାରତ ସରକାର ଭାରତ ଏବଂ ଭୁଟାନ୍ ମଧ୍ୟରେ ଏକ ରେଳ ବ୍ୟବସ୍ଥା କରିବାକୁ ଯୋଜନା କରୁଛନ୍ତି ଯାହା ଭାରତକୁ ଭୁଟାନ୍ ସହ ଯୋଡ଼ିବାର କାମ କରିବ।

wp:gallery {"ids":[73139]} /wp:gallery

୫.ଚୀନରୁ ରେଲଓ୍ବେ ଲିଙ୍କ: ଭାରତୀୟ ରେଲଓ୍ବେ ନୂଆଦିଲ୍ଲୀରୁ ଚୀନର କୁନମିଙ୍ଗ ଯାଏଁ ଏକ ହାଇସ୍ପିଡ ରେଲଓ୍ବେ ଲିଙ୍କ୍ ଆରମ୍ଭ କରିବା ପାଇଁ ପ୍ରୋଜେକ୍ଟ୍ ପ୍ରସ୍ତୁତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.