Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୃଥିବୀକୁ ସୁନା ,ଚାନ୍ଦି କେଉଁଠୁ ଆସିଥାଏ : ଜାଣିଛନ୍ତି କି?

19/06/2019 at 7:20 PM

ଜୟପୁର ୧୯/୬: ବିଶ୍ବର ଅଲଗା ଅଲଗା ସ୍ଥାନରେ ମୂଲ୍ୟବାନ ଧାତୁ ଯେପରକି ସୁନା,ଚାନ୍ଦି,ପ୍ଲାଟିନମ୍,ୟୁରାନିୟମ ଆଦିର ଖଣି ଗଚ୍ଛିତ ରହିଛି। ଏବେ ପ୍ରଶ୍ନ ଏୟା ଉଠୁଛି ଯେ ବାସ୍ତବରେ ଏହି ସବୁ ଧାତୁ ପୃଥିବୀରେ ଆସିଲା କେଉଁଠୁ। ଏହା କ’ଣ ଭୂଗର୍ଭର ରାସାୟନିକ ପ୍ରକ୍ରିୟା କାରଣରୁ ଏହାର ସୃଷ୍ଟି ହୋଇଥିଲା। ଆମେରିକୀୟ ବୈଜ୍ଞାନିକମାନେ ଏହି ମୂଲ୍ୟବାନ ଧାତୁ ପୃଥିବୀରେ ମିଳିବା ବିଷୟରେ ଏକ ନୂଆ ଅନୁଧ୍ୟାନ ଜାରି କରିଥିଲେ।

ବୈଜ୍ଞାନିକମାନେ ଏକ ଅଧ୍ୟୟନରେ ଦାବି କରିଥିଲେ ଯେ ସୁପରନୋଭା କାରଣରୁ ପୃଥିବୀକୁ ସୁନା,ଚାନ୍ଦି ଏବଂ ଅନ୍ୟାନ୍ୟ ଧାତୁ ମିଳିଛି। ସୁପରନୋଭା କୈାଣସି ଏକ ତାରାରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ କୁହାଯାଇଥାଏ। ଏଥିରୁ ବାହାରୁଥିବା ଆଲୋକ ଏତେ ଜୋରଦାର ହୋଇଥାଏ ଯେ କିଛି ସମୟ ପାଇଁ ପୂରା ଆକାଶଗଙ୍ଗା ନିଷ୍ପ୍ରଭ ହୋଇଯାଇଥାଏ।

କାନାଡ଼ାର ଗୁଏଫ ୟୁନିର୍ଭସିଟି ଏବଂ ଆମେରିକାର କଲମ୍ବିଆ ୟୁନିର୍ଭସିଟିର ଗବେଷକଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନ ପୃଥିବୀରେ ମିଳୁଥିବା ଭାରି ଏବଂ ମୂଲ୍ୟବାନ ତତ୍ତ୍ବ ବିଷୟରେ ଆମ ଧାରଣାକୁ ବଦଳି ଦେଇଥାଏ। ନେଚର ଜର୍ଣ୍ଣଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ,ବିଶ୍ବରେ ପାଖାପାଖି ୮୦ପ୍ରତିଶତ ଓଜନିଆ ଏବଂ ମୂଲ୍ୟବାନ ତତ୍ତ୍ବ କୋଲେସ୍ପାର୍ସ ପ୍ରକ୍ରିୟା ବେଳେ ବିଶ୍ବକୁ ଆସିଛି।

କୋଲେସ୍ପାର୍ସ ତାରା ଭାଙ୍ଗିବା ଏକ ଦୁର୍ଲଭ ପ୍ରକ୍ରିୟା ଏବଂ ଏହା ସୁପରନୋଭା ସମୟରେ ଉତ୍ପନ୍ନ ହୋଇଥାଏ। ଏହି ସମୟରେ ଅତି ମାତ୍ରାରେ ଧାତୁ ଗୁଡ଼ିଏ ଭାଙ୍ଗି ଯାଇଥିବା ତାରାରୁ ବାହାରିଥାଏ।

   Related Posts