ଦେଶ ସ୍ୱାଧୀନତାକୁ ପୁରିଛି ୭୫ ବର୍ଷ, ଆଜାଦୀ କା ଅମୃତ ମହୋତ୍ସବରେ ଜାଣନ୍ତୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ୍‌ଙ୍କ କଥା

Published By : Prameya-News7 Bureau | August 13, 2022 IST

ଚଣ୍ଡିଖୋଲ,୧୩/୦୮: ଦେଶ ସ୍ୱାଧୀନତାକୁ ପୁରିଛି ୭୫ ବର୍ଷ । ବହୁ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅନ୍ୟତମ। ଦେଶକୁ ସ୍ୱାଧୀନତା ଦେବାରେ ଯାଜପୁର ଜିଲ୍ଲା ବାଲିପଡ଼ିଆ ଗ୍ରାମର ରହିଛି ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ବ୍ରିଟିଶଙ୍କ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇ ପରିବାରକୁ ତୁଚ୍ଛ କରି ଦେଶକୁ ସ୍ୱାଧୀନତା ଦେବା ପାଇଁ ସାମିଲ ହୋଇଥିଲେ । ନୀଳମଣି ସାମଲଙ୍କ ଭଳି ବାଲିପଡ଼ିଆ ଗ୍ରାମର ବହୁ ସ୍ୱାଧୀନତା ସଂଗ୍ରାମୀ ଦେଶ ମାତୃକା ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଡାକରାରେ ନୀଳମଣି ସାମିଲ ହୋଇ ସାମିଲ ହୋଇ ଇଂରେଜଙ୍କ ବିରୁଦ୍ଧରେ ଲଢ଼ିଥିଲେ । ଇଂରେକ ସରକାରଙ୍କ ବିଭିନ୍ନ ଅଫିସ  ପୋଡି ଦେଇଥିଲେ । ଯେଉଁଥି ପାଇଁ ନୀଳମଣିଙ୍କୁ ଜେଲ ଯିବାକୁ ପଡିଥିଲା ।

wp:html https://www.youtube.com/watch?v=Ebzak7LvS0Y /wp:html

ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼ି ଦେଶ ପାଇଁ ସ୍ୱାଧୀନତା ଆଣିଲେ । ସ୍ୱାଧୀନତାକୁ ପୁରିଛି ୭୫ ବର୍ଷ ହେଲେ ଆଜି ବି ସେଦିନର କଥା ମନେ ପଡିଲେ ଲୋମ ଟାଙ୍କୁରୀ ଉଠେ । ଦେଶ ସ୍ୱାଧୀନତା ପାଇଁ ନୀଳମଣି ସାମଲଙ୍କ ଅବଦାନ ପାଇଁ ତାଙ୍କୁ ରାଷ୍ଟ୍ରପତି ମଧ୍ୟ ବହୁବାର ସମ୍ବର୍ଦ୍ଧିତ କରିଛନ୍ତି । ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ସେ ଏବେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ମଞ୍ଚର ସଭାପତି ଅଛନ୍ତି । ବୟସର ଅପରାହ୍ନରେ ପହଁଚି ଥିଲେ ବି ଆଜି ଦେଶ ମାତୃକା ପାଇଁ ଆହୁରି କିଛି କରିବାର ସ୍ବପ୍ନ ଦେଖନ୍ତି ସେ । ଦେଶ ସ୍ୱାଧୀନତାରେ ବାଲିପଡ଼ିଆ ଗ୍ରାମର ବେଶ୍‌ ଗୁରୁତ୍ୱ ରହିଥିବା ବେଳେ ସେଦିନର ସ୍ମୃତିକୁ ଉଜ୍ଜିବିତ ରଖିବା ପାଇଁ ବାଲିପଡ଼ିଆ ଗ୍ରାମରେ ଠକର ବାପା ଆଶ୍ରମ ପ୍ରତିଷ୍ଠା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.