ଫିଲ୍ମ ‘ଭୁଲ ଭୁଲେୟା-୨’ ପାଇଁ ମୋଟା ଅଙ୍କର ଫିସ୍ ନେଇଛନ୍ତି କାର୍ତ୍ତିକ ଆର୍ଯ୍ୟନ, ଅନ୍ୟମାନଙ୍କର ପାରିଶ୍ରମିକ କେତେ ଜାଣନ୍ତୁ

Published By : Prameya-News7 Bureau | May 21, 2022 IST

ମୁମ୍ବାଇ ୨୧।୫: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତି ‘ଭୁଲ ଭୁଲେୟା-୨’ ରିଲିଜ ହୋଇସାରିଛି । ଏହି ଫିଲ୍ମକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ଫିଲ୍ମ ପ୍ରଥମ ଦିନରେ ହିଁ ୧୪ କୋଟି ଟଙ୍କା କଲେକସନ୍ କରିସାରିଲାଣି । ଏହା ୨୦୨୨ରେ ରିଲିଜ ହୋଇଥିବା ସମସ୍ତ ଫିଲ୍ମର ପ୍ରଥମ ଦିନର କଲେକସନ୍‌ରେ ସବୁଠୁ ଅଧିକ ରହିଛି । ଏହି ଫିଲ୍ମ ପାଇଁ କାର୍ତ୍ତିକ ଆର୍ଯ୍ୟନ ମୋଟା ଅଙ୍କର ଫିସ୍ ନେଇଛନ୍ତି ।

ଫିଲ୍ମ ‘ଭୁଲ ଭୁଲେୟା-୨’ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ସବୁଠୁ ଅଧିକ ପସନ୍ଦ କରାଯାଇଛି । ଟାଇମ୍ସ ନାଓର ରିପୋର୍ଟ ଅନୁସାରେ କାର୍ତ୍ତିକ ଆର୍ଯ୍ୟନ ପ୍ରାୟ ୧୫ କୋଟି ଟଙ୍କା ପାରିଶ୍ରମିକ ଚାର୍ଜ କରିଛନ୍ତି ।

କିଆରା ଆଡଭାନୀ ଅତ୍ୟନ୍ତ ସୁନ୍ଦର ଏବଂ ଟ୍ୟାଲେଣ୍ଟେଡ ଅଭିନେତ୍ରୀ । ଫିଲ୍ମ ନିର୍ମାତାଙ୍କ ଠାରୁ ଫିସ୍ ଆଦାୟ କରିବାରେ କିଆରା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ଫିଲ୍ମ ‘ଭୁଲ ଭୁଲେୟା-୨’ରେ ତାଙ୍କ ଅଭିନୟ ପାଇଁ ୪ କୋଟି ଟଙ୍କା ନେଇଛନ୍ତି ।

ଅଭିନେତ୍ରୀ ତବୁଙ୍କୁ ମଧ୍ୟ ଫିଲ୍ମ ‘ଭୁଲ ଭୁଲେୟା-୨’ରେ ଦେଖିବାକୁ ମିଳିଛି । ସେ ମଧ୍ୟ ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ କୋଟି କୋଟି ଟଙ୍କା ନେଇଛନ୍ତି । ଟାଇମ୍ସ ନାଓର ରିପୋର୍ଟ ଅନୁସାରେ ତବୁ ଏହି ଫିଲ୍ମ ପାଇଁ ୨ କୋଟି ଟଙ୍କା ନେଇଛନ୍ତି ।

ହାସ୍ୟ ଅଭିନେତା ରାଜପାଲ ଯାଦବ ଚିତାକର୍ଷକ କମେଡି ପାଇଁ ବେଶ୍ ଜଣାଶୁଣା । ଫିଲ୍ମ ‘ଭୁଲ ଭୁଲେୟା-୨’ରେ ଛୋଟା ପଣ୍ଡିତ ଭୂମିକାରେ ରାଜପାଲ ଯାଦବ ଦର୍ଶକଙ୍କୁ ବେଶ୍ ହସାଇଛନ୍ତି । ସେ ମଧ୍ୟ ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ନିର୍ମାତାଙ୍କଠାରୁ ୧.୨୫ କୋଟି ଟଙ୍କା ନେଇଛନ୍ତି ।

ସଞ୍ଜୟ ମିଶ୍ରା ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ସେ ପ୍ରତିଟି ଚରିତ୍ରରେ ଜୀବନ ଭରିଦେଇଥାନ୍ତି । ଫିଲ୍ମ ‘ଭୁଲ ଭୁଲେୟା-୨’ରେ ସଞ୍ଜୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସେ ତାଙ୍କ ଅଭିନୟ ପାଇଁ ୭୦ ଲକ୍ଷ ଟଙ୍କା ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.