ପାକିସ୍ତାନରେ ଭାରତୀୟ ଫ୍ୟାଶନ ଡିଜାଇନର ଅନାମିକାଙ୍କ କ୍ରେଜ୍ , ଭାରତରେ ବି ନେତା-ଅଭିନେତା ଓ ଫିଲ୍ମରେ ଖାନ୍ନାଙ୍କ ଖଜାନା
29/02/2020 at 2:10 PM

ମୁମ୍ବାଇ ୨୯/୨: ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଡିଜାଇନରଙ୍କ ତାଲିକାରେ ରାଜସ୍ଥାନର ଅନାମିକା ଖାନ୍ନାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଅନାମିକା ନିଜ ରୟାଲ୍ ଡିଜାଇନ୍ ପାଇଁ ଜଣା ଯାଆନ୍ତି। ଅନାମିକା ୧୯୭୧ମସିହା ଜୁଲାଇ ୧୯ତାରିଖରେ ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିଲେ। ଅନାମିକା ଏକ ଭାରତୀୟ ଫ୍ୟାଶନ୍ ଡିଜାଇନର ଭାବେ ଜଣା ଯାଆନ୍ତି। କେବଳ ଏତିକି ନୁହେଁ ସେ ନିଜେ ଡିଜାଇନ୍ କରିଥିବା ପୋଷାକକୁ ନିଜ ଲେଭେଲ୍ ସହ ପ୍ରମୋଟ୍ କରିଥାଆନ୍ତି।
ଅନାମିକାଙ୍କୁ ବିଜନେସ୍ ଅଫ୍ ଫ୍ୟାଶନ୍ ଦ୍ବାରା ଭାରତୀୟ ଫ୍ୟାଶନ୍ ଡିଜାଇନର ଭାବେ ସାମିଲ କରାଯାଇଛି ଯେଉଁଥିରେ ପାରମ୍ପରିକ ଭାରତୀୟ ପୋଷାକ ଏବଂ ପାଶ୍ଚାତ୍ୟ ପୋଷାକକୁ ସାମିଲ କରାଯାଇଛି। ୨୦୦୭ମସିହାରେ ପ୍ୟାରିସ୍ ଫ୍ୟାଶନ ଓ୍ବିକରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନିଜ ଡିଜାଇନର ପୋଷାକ ଶୋ କରୁଥିବା ପ୍ରଥମ ଭାରତୀୟ ମହିଳା। ଏହା ସହିତ ସେ ୨୦୧୦ମସିହାରେ ଲଣ୍ଡନ ଫ୍ୟାଶନ ଓ୍ବିକରେ ମଧ୍ୟ ଭାଗ ନେଇଥିଲେ। ସେ ତାଙ୍କ ଆୟର ଏକ ବଡ଼ ଭାଗ ଟାଟା କ୍ୟାନସର ହସ୍ପିଟାଲର ପିଲାମାନଙ୍କ ପାଇଁ ଏବଂ ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ଦେଇଥିଲେ।

ଭାରତୀୟ ପୋଷାକର ଆଧୁନିକୀକରଣ ପାଇଁ ଅନାମିକା ଖାନ୍ନା ଭାରତୀୟ ବସ୍ତ୍ରରୁ ହୋଇଥିବା ଆଧୁନିକ ବସ୍ତ୍ର ମାଧ୍ୟମରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଧୋତି-ପ୍ୟାଣ୍ଟକୁ ଟ୍ରେଣ୍ଡରେ ଆଣୁଥିବା ସେ ପ୍ରଥମ ଡିଜାଇନର। ଅନାମିକା ଅନେକ ବଲିଉଡ ସେଲିବ୍ରିଟିଙ୍କ ପାଇଁ ପୋଷାକ ଡିଜାଇନ୍ କରିଛନ୍ତି। ଅନାମିକା ଖାନ୍ନା ବଲିଉଡର ଅନେକ ଫିଲ୍ମ ଯେପରିକି ‘ମୌସମ୍’,‘ଫ୍ୟାଶନ୍’,‘ଆୟେଶା’ ଏବଂ ‘ଭାଗ ମିଲଖା ଭାଗ’ ପାଇଁ ମଧ୍ୟ ଡ୍ରେସ୍ ଡିଜାଇନ୍ କରିଛନ୍ତି।
ଅନାମିକା ସେହି ୩ଜଣ ଡ୍ରେସ୍ ଡିଜାଇନରଙ୍କ ମଧ୍ୟରୁ ଜଣେ ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗୁଜୁରାଟୀ ଖଦି ପୋଷାକ ପ୍ରସ୍ତୁତ କରିଥିଲେ। ଅନାମିକା ପାକିସ୍ତାନରେ ବ୍ରାଇଡାଲ ଏସିଆର ଆୟୋଜନରେ ନିଜର ପୋଷାକର ପ୍ରଦର୍ଶନୀ କରିଥିଲେ।
