ଦିଶା ଠାରୁ ଅର୍ଜୁନ୍‌ କପୁର ଯାଏଁ, ଜାଣନ୍ତୁ 'Ek Villain Returns' ଷ୍ଟାରକାଷ୍ଟଙ୍କ ଫି’ ବିଷୟରେ…

Published By : Prameya-News7 Bureau | July 28, 2022 IST

ମୁମ୍ବାଇ ୨୮।୦୭: ୨୯ ଜୁଲାଇରେ ରିଲିଜ୍‌ ହେବାକୁ ଯାଉଛି ଏକ ଭିଲେନ୍‌ ରିଟର୍ନସ୍‌। ଏଥିରେ ଦିଶା ପଟାନି, ଅର୍ଜୁନ କପୁର, ଜନ୍ ଅବ୍ରହାମ ଏବଂ ତାର ସୂତାରିଆଙ୍କୁ ଦେଖିବାକୁ ମିଳିବ। ମୋହିତ ସୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ବହୁତ ଚର୍ଚ୍ଚିତ । ଷ୍ଟାରକାଷ୍ଟମାନେ ମଧ୍ୟ ଏହାକୁ ଜୋରଦାର ପ୍ରଚାର କରୁଛନ୍ତି । ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଫିଲ୍ମର ଷ୍ଟାରକାଷ୍ଟ ଫି ବିଷୟରେ କହିବାକୁ ଯାଉଛୁ ।

ଜନ୍‌ ଆବ୍ରାହମ୍‌ : ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ଅଭିନେତା ଜନ୍ ଆବ୍ରାହମ୍ ବ୍ୟାକ୍‌ ଟୁ ବ୍ୟାକ୍‌ ସୁଟ୍‌ କରୁଛନ୍ତି। ଅଭିନୟ ବ୍ୟତୀତ ଜନ୍ ତାଙ୍କର ଫିଟନେସ୍ ଏବଂ ଆକ୍ସନ୍ ପାଇଁ ମଧ୍ୟ ଜଣାଶୁଣା । ଏକ ଭିଲେନ୍ ରିଟର୍ନସ୍‌ରେ ଅଜୟ ଖୁରାନା ଭୂମିକାରେ ଜନ୍ ଆବ୍ରାହମ୍ ନଜର ଆସିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ପାଇଁ ଜନ୍ ଆବ୍ରାହମଙ୍କୁ ୬ କୋଟି ଟଙ୍କା ଫି ମିଳିଛି।

ଦିଶା ପଟାନି: ବଲିଉଡର ସୁପର ହଟ୍ ଏବଂ ସିଜଲିଂ ଅଭିନେତ୍ରୀ ଦିଶା ପଟାନୀ । ଟ୍ରେଲରରେ ଏବଂ ଗୀତରେ ଦିଶାଙ୍କ ବୋଲ୍ଡ ଷ୍ଟାଇଲ୍ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏକ ଭିଲେନ୍ ରିଟର୍ନସ୍‌ରେ ଶିନା ଶେଟ୍ଟୀ ଭୂମିକାରେ ଦିଶାଙ୍କୁ ଦେଖିବାକୁ ମିଳିବ । କୁହାଯାଉଛି ଯେ ଦିଶା ଏହି ଫିଲ୍ମ ପାଇଁ ୪ କୋଟି ଟଙ୍କା ନେଇଛନ୍ତି।

ଅର୍ଜୁନ କପୁର: ଅର୍ଜୁନ୍‌ ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରର ଥାଆନ୍ତି। ଏହି ଚଳଚ୍ଚିତ୍ରରେ ଉଦୟ ଖୁରାନା ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ଅର୍ଜୁନଙ୍କ ଚରିତ୍ର ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସସପେନ୍ସରେ ଭରପୂର ରହିଛି । ଅର୍ଜୁନ କପୁରଙ୍କୁ ଏକ ଭିଲେନ୍ ରିଟର୍ନସ୍‌ ପାଇଁ ୪ କୋଟି ଟଙ୍କା ମିଳିଛି।

ତାରା ସୁତାରିଆ: ତାରା ସୁତାରିଆଙ୍କ ପାଖରେ ଏପର୍ଯ୍ୟନ୍ତ ଗୋଟିଏ ବି ସୁପରହିଟ୍ ଫିଲ୍ମ ନାହିଁ, କିନ୍ତୁ ଏବେ ଏକ ଭିଲେନ୍ ରିଟର୍ନସରେ ତାରାଙ୍କ ଲୀନା ଶେଟ୍ଟୀ ନାମ ଚରିତ୍ରରେ ଦେଖିବାକୁ ମିଳେ। ଟ୍ରେଲରକୁ ଦେଖି ଲାଗୁଛି ଯେ ଏଥର ସେ କିଛି ଭଲ କରିପାରିବେ। ଖବର ଅନୁଯାୟୀ ତାରାଙ୍କୁ ଏହି ଫିଲ୍ମ ପାଇଁ ୨ କୋଟି ଟଙ୍କା ଫି ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.