କଞ୍ଚା କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ ? ଜାଣନ୍ତୁ
20/05/2022 at 8:00 PM

କ୍ଷୀରକୁ ସମ୍ପୂର୍ଣ୍ଣ ଖାଦ୍ୟ ବୋଲି ବିବେଚନା କରାଯାଏ । କାରଣ ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୁଷ୍ଟିକର ଉପାଦନ ମିଳିଥାଏ । ଏହି କାରଣରୁ ଅଧିକାଂଶ ସ୍ବାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏହାକୁ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି । କ୍ଷୀରର ବ୍ୟବହାର ଅନେକ ଉପାୟରେ କରାଯାଇଥାଏ । କିଛି ଲୋକ ଏହାକୁ ସିଧାସଳଖ ପିଇଥାନ୍ତି ଅଥବା ଦୁଗ୍ଧଜାତ ଦ୍ରବ୍ୟ ଖାଇ ମଧ୍ୟ ଏହାର ଲାଭ ଉଠାଇଥାନ୍ତି ।
ଯେତେବେଳେ କ୍ଷୀରକୁ ସିଧାସଳଖ ପିଇବା କଥା ଉଠେ ସେତେବେଳେ ଏହାକୁ କଞ୍ଚା ପିଇବା ଉଚିତ କି ନୁହେଁ ସେ ବିଷୟରେ ଆଲୋଚନା ହୁଏ । ତେବେ ଆସନ୍ତୁ ଜାଣିବା କ୍ଷୀରକୁ କଞ୍ଚା ପିଇବା ଦ୍ବାରା ଲାଭ ହୋଇଥାଏ ନା କ୍ଷତି ।
ପ୍ରକୃତରେ କଞ୍ଚା କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଆମେରିକା ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସୀ ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ’ ଅନୁସାରେ କଞ୍ଚା କ୍ଷୀରରେ ଅନେକ କ୍ଷତିକାରକ ବ୍ୟାକ୍ଟେରିଆ ଯେପରି ଏଶୋରିକିଆ ଏବଂ ଲିଷ୍ଟେରିଆ, ସଲମୋନେଲା ଇତ୍ୟାଦି ରହିପାରେ । କଞ୍ଚା କ୍ଷୀର ପିଇବା ଦ୍ବାରା ଫୁଡ୍ ପଏଜନିଂ ସମସ୍ୟା ଦେଖାଦେଇପାରେ ।
କଞ୍ଚା କ୍ଷୀରରେ ଥିବା ବ୍ୟାକ୍ଟେରିଆ ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ । ଯାହାଦ୍ବାରା ଡାଇରିଆ, ଗଣ୍ଠିବାତ ଏବଂ ଡିହାଇଡ୍ରେସନ ଭଳି ସମସ୍ୟା ସୃଷ୍ଟି ହୁଏ । ଏହାକୁ ସେବନ କରିବା ଦ୍ବାରା ଶରୀରରେ ଏସିଡ୍ ସ୍ତର ମଧ୍ୟ ବଢି ଯାଇଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ।