scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୬ ତାରିଖରେ ଚନ୍ଦ୍ରଗ୍ରହଣ : ଜାଣନ୍ତୁ କେଉଁ ସମୟରେ ରହିବ ଗ୍ରହଣର ସର୍ବାଧିକ ପ୍ରଭାବ, କ’ଣ କରିବେ ଏହି ସମୟରେ

14/07/2019 at 6:10 PM

ଭୁବନେଶ୍ବର ୧୪|୭: ଗ୍ରହଣ ଓ ପରାଗ  ଏକ ସାଧାରଣ ମହାଜାଗତିକ ଘଟଣା । ଜୁଲାଇ ୧୬ତାରିଖ ଗୁରୁ ପୁର୍ଣ୍ଣମି ରେ ପଡୁଛି ଚନ୍ଦ୍ର ଗ୍ରହଣ । କିନ୍ତୁ ଏହା  ଦୃଶ୍ୟମାନ ହେବ ୧୬ ତାରିଖ ମଧ୍ୟରାତ୍ରି ପରେ । ଅର୍ଥାତ୍  ରାତି ୧ଟା ୩୧ ରୁ  ୪ଟା ୨୯ ଯାଏଁ । ଏହା ହେଉଛି  ଚଳିତବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ । ତେବେ ଏହି ଆଂଶିକ ଚନ୍ଦ୍ରଗ୍ରହଣ  ।

ୟୁରୋପ,ଏସିଆ,ଅଷ୍ଟ୍ରେଲିଆ,ଆଫ୍ରିକା,ଦକ୍ଷିଣ ଆମେରିକା  ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତ ତଥା ଓଡିଶାର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ । ତେବେ ଏହାକୁ ନେଇ ପ୍ଲାନେଟୋରିୟମରେ ପ୍ରସ୍ତୁତି ସହ ମନ୍ଦିର ଗୁଡିକରେ ପୁଜା ବିଧି ପରିବର୍ତ୍ତନ କରାଯାଇଛି ।  

୧୬ ଜୁଲାଇରେ ସଂଗଠିତ ହେବ ଆଂଶିକ ଚନ୍ଦ୍ର ଗ୍ରହଣ ।ଏହି ଦିନ ଆକାଶ ମେଘ ମୁକ୍ତ ରହିଲେ ମଧ୍ୟ ରାତ୍ରି ପରେ ଅର୍ଥାତ୍ ରାତି  ୧ଟା ୩୧ ରୁ  ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ  ଖାଲି ଆଖିରେ ଦେଖିହେବ । ତେବେ ଏହି ସମୟ ମଧ୍ୟରୁ ସବୁଠାରୁ ଅଧିକ ସମୟ ଯାହାକି ପ୍ରାୟ ୬୫ପ୍ରତିଶତ ରାତି ୩ଟା ସମୟରେ ଦୃଶ୍ୟମାନ ହେବ ।

ଆମେ ଜାଣିଛେ ଯେ ଚନ୍ଦ୍ର  ପୃଥିବୀ  ଚାରିପଟେ  ଓ ପୃଥିବୀ  ସୁର୍ଯ୍ୟ ଚାରିପଟେ ଘୁରୁଛି । ଏହି ଭଳି  ଘୁରିବା ଭିତରେ ଯେତେବେଳେ ଚନ୍ଦ୍ର,ପୃଥିବୀ ଓ ସୁର୍ଯ୍ୟ  ଏକ ସରଳ ରେଖାରେ ରହିଥାନ୍ତି ସେ ସମୟରେ ସୂର୍ଯ୍ୟ ପରାଗ,  ଓ ଚନ୍ଦ୍ର ଗ୍ରହଣ  ଘଟିଥାଏ । ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଏକ ସରଳରେଖାରେ ରହିଥାଏ  ଓ ପୃଥିବୀର  ଛାଇ ଚନ୍ଦ୍ର ଉପରେ ପଡିଥାଏ । ତେବେ ଚଳିତ ଚନ୍ଦ୍ର ଗ୍ରହଣଟି ମଧ୍ୟରାତ୍ରିରେ ପଡୁଥିବାରୁ ଓ ଆକାଶ ମେଘାଛନ୍ନ ରହିବାର ସଂଭାବନା ଥିବାରୁ ଫ୍ଲାନେଟୋରିୟମ ପକ୍ଷରୁ  ଏହାକୁ ଘରେ ରହି ଜନସାଧାରଣ ଉପଭୋଗ କରିବାକୁ  ଅନୁରୋଧ  କରିଛନ୍ତି ।

ସେପଟେ ମନ୍ଦିର ଗୁଡିକରେ ଗ୍ରହଣକୁ ନେଇ ବିଭିନ୍ନ ନିତି ନିୟମ ପାଳନ କରାଯିବାର ବ୍ୟବସ୍ଥା ରହିଛି । ମଙ୍ଗଳବାର ଅର୍ଥାତ ୧୬ ତାରିଖ ଦିନ ଅପରାହ୍ନ ୪.୩୦ ପରଠାରୁ ସମସ୍ତ ଦେବ ନୀତି ବନ୍ଦ ରହିବ । ପୁଣି ବୁଧବାର ସକାଳୁ ସ୍ନାନ ପରେ ଲୋକମାନେ ପୁଜାବିଧି କରିପାରିବେ ଏବଂ ନୁତନ ରନ୍ଧା ଖାଦ୍ୟ ଗ୍ରହଣ କରିପାରିବେ ବୋଲି କୁହନ୍ତି ପୁଜକ । ହିନ୍ଦୁ ନୀତି ଅନୁଯାୟି ୪ ଟା ୩୦ ପରଠାରୁ ପାକ ନିଷେଧ ରଖାଯାଇଛି । ସେହିଭଳି ସମସ୍ତ ଦେବାଳୟ ମଧ୍ୟ ଏହି ସମୟରେ ବନ୍ଦ ରହିବ ।

ସାଧାରଣତଃ ଗ୍ରହଣ ଓ ପରାଗକୁ ନେଇ  ଲୋକଙ୍କ ମନରେ ଥାଏ ବିଭିନ୍ନ ଭ୍ରାନ୍ତ ଧାରଣା । ତେବେ ବିଜ୍ଞାନ ଏଭଳି ଦୃଶ୍ୟ ଉପଭୋଗ କରିବାକୁ ଉତ୍ସାହିତ କରିବା ବେଳେ  ଧର୍ମ ଅନୁଯାୟି କିଛି ରୀତିନୀତିରେ ପାଳନ କରାଯାଏ ।

   Related Posts