ମୁମ୍ବାଇରେ ଘର ନଥିବା କାରଣରୁ ଗ୍ୟାରେଜରେ ଶୋଉଥିଲେ ଧର୍ମେନ୍ଦ୍ର : ଧରମ ପାଜିଙ୍କ ଜନ୍ମଦିନରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା

Published By : Prameya-News7 Bureau | December 08, 2020 IST

ମୁମ୍ବାଇ ୮/୧୨: ବଲିଉଡର ଦିଗ୍ଗଜ ଅଭିନେତା ଧର୍ମେନ୍ଦ୍ର ଆଜି ନିଜ ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡର ହିମ୍ୟାନ୍ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଜନ୍ମ ୧୯୩୫ମସିହା ଡିସେମ୍ବର ୮ତାରିଖରେ ପଞ୍ଜାବର ନସରାଲିରେ ହୋଇଥିଲା। ସେ ନିଜ ଦମଦାର ଅଭିନୟ ଏବଂ ନିଜ ଭିନ୍ନ ଅନ୍ଦାଜରେ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିବାରେ ସଫଳ ରହିଥିଲେ କିନ୍ତୁ ତାଙ୍କ ପାଇଁ ବଲିଉଡ ଯାତ୍ରା ଏତେ ସହଜ ନଥିଲା।

{"id":374305,"sizeSlug":"large"}

ରିୟଲିଟି ଟିଭି ଶୋ ଇଣ୍ଡିଆନ୍ ଆଇଡଲର ସିଜନ୍-୧୧ରେ ଯେତେବେଳେ ଧର୍ମେନ୍ଦ୍ର ଶୋ​‌ରେ ଏକ ଗେଷ୍ଟ୍ ଭାବେ ପହଞ୍ଚିଥିଲେ,ସେତେବେଳେ ସେ ନିଜ ସଂଘର୍ଷ ଦିନ କଥା ମନେ ପକାଇଥିଲେ। ସେ କହିଥିଲେ ଯେ ସେ ଯେତେବେଳେ ମୁମ୍ବାଇ ଆସିଥିଲେ ସେତେବେଳେ ତାଙ୍କ ପାଖେ ରହିବାକୁ ଘର ନଥିଲା।

{"id":374314,"sizeSlug":"large"}

ସେ ଆହୁରି ମଧ୍ୟ କହିଥିଲେ ଯେ ମୁମ୍ବାଇରେ ଘର ନ ଥିବା ଯୋଗୁଁ ତାଙ୍କୁ ଗ୍ୟାରେଜରେ ଶୋଇବାକୁ ପଡ଼ିଥିଲା। ସେତେବେଳେ ତାଙ୍କ ପାଖେ ରହିବାକୁ କୌଣସି ଠିକଣା ନଥିଲା କିନ୍ତୁ ମନରେ ଟଙ୍କା ରୋଜଗାର କରିବାର ଇଚ୍ଛା ଥିଲା।

{"id":374315,"sizeSlug":"large"}

ସେହି ସମୟରେ ସେ ପାର୍ଟ ଟାଇମ୍ ଚାକିରୀ ପାଇଥିଲେ ଯେଉଁଠାରେ ତାଙ୍କୁ ମାତ୍ର ୨୦୦ଟଙ୍କା ମିଳୁଥିଲା। ସେ ସ୍କୁଲରେ ପଢ଼ୁଥିବାବେଳେ ସବୁବେଳେ ପୋଖରୀ ପାଖେ ବସି ନିଜ ଲକ୍ଷ୍ୟ ବିଷୟରେ ଭାବୁଥିଲେ।

{"id":374316,"sizeSlug":"large"}

ବର୍ତ୍ତମାନ ଧର୍ମେନ୍ଦ୍ର ପଞ୍ଜାବରେ ନିଜ ଘରେ ରହି ଫାର୍ମିଂ କାମ କରୁଛନ୍ତି। ସେ ସବୁବେଳେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଲଗାଇଥିବା ପରିବା ଫଟୋ ସେୟାର କରୁଛନ୍ତି ।

{"id":374317,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.