ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶୀର ପୂର୍ଣ୍ଣିମା ତିଥିରେ ଦତ୍ତାତ୍ରେୟ ଜୟନ୍ତୀ ପାଳନ କରାଯାଇଥାଏ। ଏବର୍ଷ ଆସନ୍ତାକାଲି ଏହା ପଡ଼ୁଛି। ଶାସ୍ତ୍ରରେ ଭଗବାନ ଦତ୍ତାତ୍ରେୟଙ୍କୁ ବ୍ରହ୍ମା,ବିଷ୍ଣୁ,ମହେଶ୍ବର ଏପରି ୩ଟି ସ୍ବରୂପ ବୋଲି କୁହାଯାଇଥାଏ। ବିଶ୍ବାସ ଅନୁସାରେ ଦତ୍ତାତ୍ରେୟ ୨୪ଜଣ ଗୁରୁଙ୍କଠାରୁ ଶିକ୍ଷା ପ୍ରାପ୍ତ କରିଥିଲେ ଏବଂ ଭଗବାନ ଦତ୍ତଙ୍କ ନାଁରେ ହିଁ ଦତ୍ତ ସମ୍ପ୍ରଦାୟର ଉଦୟ ହୋଇଥିଲା। ଦକ୍ଷିଣ ଭାରତରେ ଦତ୍ତାତ୍ରେୟଙ୍କ ପ୍ରସିଦ୍ଧ ମନ୍ଦିର ସ୍ଥାପିତ ହୋଇଛି। କୁହାଯାଇଥାଏ ଯେ, ଦତ୍ତାତ୍ରେୟ ଜୟନ୍ତୀ ଦିନ ଯେଉଁ ବ୍ୟକ୍ତି ବ୍ରତ କରିଥାଆନ୍ତି ଏବଂ ତାଙ୍କର ପୂଜା କରିଥାଆନ୍ତି ତାଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। କିନ୍ତୁ ଯେଉଁମାନେ ବ୍ରତ କରିନଥାଆନ୍ତି ସେ ଏହି ଦିନ ବ୍ରତ କଥା ନିଶ୍ଚୟ ପଢ଼ିବେ।
{"id":195966,"sizeSlug":"large"}ବିଶ୍ବାସ ରହିଛି ଯେ ମହର୍ଷି ଅତ୍ରି ମୁନିଙ୍କ ପତ୍ନୀ ଅନୁସୂୟାଙ୍କ ମହିମାଗାନ ଯେତେବେଳେ ତିନି ଲୋକରେ ହୋଇଥିଲା ସେତେବେଳେ ମାତା ଅନୁସୂୟାଙ୍କ ପତିବ୍ରତା ପରୀକ୍ଷା କରିବା ପାଇଁ ମାତା ପାର୍ବତୀ,ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ଅନୁରୋଧରେ ୩ଜଣ ଦେବତା ବ୍ରହ୍ମା,ବିଷ୍ଣୁ ଏବଂ ମହେଶ୍ବର ପୃଥିବୀରେ ପହଞ୍ଚିଥିଲେ। ୩ଜଣ ଦେବତା ସାଧୁ ବେଶରେ ଅତ୍ରି ମୁନିଙ୍କ ଆଶ୍ରମରେ ପହଞ୍ଚିଥିଲେ ଏବଂ ମାତା ଅନୁସୂୟାଙ୍କ ନିକଟରେ ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ।
{"id":195967,"sizeSlug":"large"}୩ଜଣ ଦେବତା ମାତାଙ୍କ ସାମନାରେ ଏହା ସର୍ତ୍ତ ରଖିଥିଲେ ଯେ ସେ ସେମାନଙ୍କୁ ନିର୍ବସ୍ତ୍ର ହୋଇ ଖାଇବାକୁ ଦେବେ। ଏହା ପରେ ଅନୁସୂୟା ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ସେ ଧ୍ୟାନ ସହକାରେ ଯେତେବେଳେ ଅତ୍ରି ମୁନିଙ୍କୁ ସ୍ମରଣ କରିଥିଲେ ସେତେବେଳେ ସାମନାରେ ଛିଡ଼ା ହୋଇଥିବା ସାଧୁଙ୍କ ରୂପରେ ତାଙ୍କୁ ବ୍ରହ୍ମା,ବିଷ୍ଣୁ ଏବଂ ମହେଶ୍ବର ଦେଖା ଦେଇଥିଲେ।
{"id":195968,"width":569,"height":543,"sizeSlug":"large"}ମାତା ଅନୁସୂୟା ,ଅତ୍ରିମୁନିଙ୍କ କମଣ୍ଡଳୁରୁ ଜଳ ବାହାର କରି ୩ଜଣ ସାଧୁଙ୍କ ଉପରେ ଛିଞ୍ଚିବାରୁ ସେମାନେ ୬ମାସର ଶିଶୁ ହୋଇଯାଇଥିଲେ। ସେତେବେଳେ ମାତା ସର୍ତ୍ତ ମୁତାବକ ତାଙ୍କୁ ଭୋଜନ କରାଇଥିଲେ।
{"id":195969,"sizeSlug":"large"}ସେପଟେ ସ୍ବାମୀଙ୍କ ବିୟୋଗରେ ୩ଜଣ ଦେବୀ ଦୁଃଖୀ ହୋଇଯାଇଥିଲେ। ସେତେବେଳେ ନାରଦ ମୁନି ତାଙ୍କୁ ପୃଥିବୀର ବୃତ୍ତାନ୍ତ ଶୁଣାଇଥିଲେ। ୫ଜଣ ଦେବୀ ପୃଥିବୀରେ ପହଞ୍ଚିଥିଲେ ଏବଂ ମାତା ଅନୁସୂୟାଙ୍କୁ କ୍ଷମା ମାଗିଥିଲେ। ୩ଜଣ ଦେବତା ତାଙ୍କ ଦୋଷ ସ୍ବୀକାର କରି ମାତାଙ୍କ କୋଳରୁ ଜନ୍ମ ନେବାର ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ୩ଜଣ ଦେବତା ଦତ୍ତାତ୍ରେୟ ରୂପରେ ଜନ୍ମ ନେଇଥିଲେ ଏବଂ ସେଦିନଠାରୁ ମାତା ଅନୁସୂୟାଙ୍କୁ ପୁତ୍ରଦାୟିନୀ ଭାବରେ ପୂଜା କରାଯାଇଥାଏ।