କରୋନା ଭାଇରସର ପ୍ରାଥମିକ ଲକ୍ଷଣ କ’ଣ ? ମିଳିବ ଏପରି ସବୁ ସଙ୍କେତ
18/02/2020 at 11:57 AM

ନୂଆଦିଲ୍ଲୀ ୧୮/୨: ବୈଜ୍ଞାନିକମାନେ ନୋବେଲ୍ କରୋନା ଭାଇରସ ସହ ଜଡ଼ିତ ଲକ୍ଷଣଗୁଡ଼ିକୁ ଚିହ୍ନି ପାରିଛନ୍ତି ଏବଂ ଏହାର ସବୁଠୁ ସାଧାରଣ ଲକ୍ଷଣ ଜ୍ବର ଅଟେ। ଚୀନର ଉହାନଠାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୪୦ରୋଗୀଙ୍କ ବିଷୟରେ ଅନୁଧ୍ୟାନ ଅନୁସାରେ ଜଣାଯାଇଛି ଯେ ଅନ୍ୟାନ୍ୟ ଲକ୍ଷଣରେ ଥକ୍କାପଣ,ଶୁଖିଲା କାଶ,ମାଂସପେଶୀରେ ଯନ୍ତ୍ରଣା,ନିଃଶ୍ବାସ ନେବାରେ ଅସୁବିଧା ଆଦି ରହିଛି।
ପ୍ରଥମ ଥର ଲକ୍ଷଣ ସାମନାକୁ ଆସିବା ପରେ ହାରାହାରି ୫ ଦିନ ମଧ୍ୟରେ ରୋଗୀ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବେ। କେତେକ ରୋଗୀ ସାମାନ୍ୟ ସର୍ଦ୍ଦି କିମ୍ବା ଫ୍ଲୁ ଭଳି ଲକ୍ଷଣ ଯେପରିକି ଗଳାରେ କଷ୍ଟ ବିଷୟରେ କହିଥିଲେ। କିନ୍ତୁ ଏମାନଙ୍କ ସଂଖ୍ୟା ଖୁବ୍ କମ୍ ଥିଲା।
ଅଧ୍ୟୟନରେ ସାମିଲ ହୋଇଥିବା ୫୪ପ୍ରତିଶତରୁ ଅଧିକ ରୋଗୀ ପୁରୁଷ ଥିଲେ ଏବଂ ଏମାନଙ୍କ ବୟସ ପାଖାପାଖି ୫୬ବର୍ଷ ଥିଲା।