କ୍ଷୀର ସହ ଅମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ନା କ୍ଷତିକାରକ, ଜାଣନ୍ତୁ

Published By : Prameya-News7 Bureau | May 19, 2022 IST

ଅମୃତଭଣ୍ଡା ଏପରି ଏକ ଫଳ ଯାହା ସହଜରେ ହଜମ ହୋଇଯାଇଥାଏ । ଏହାକୁ ଖାଇବା ଦ୍ବାରା ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । କିଛି ଲୋକ ଓଜନ ହ୍ରାସ କରିବା ପାଇଁ ମଧ୍ୟ ନିୟମିତ ଅମୃତଭଣ୍ଡା ଖାଇଥାନ୍ତି । ଅମୃତଭଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ କିଛି ଲୋକ ଏହା ଜାଣିବାକୁ ଚାହିଁଥାନ୍ତି ଯେ କ୍ଷୀର ସହ ଅମୃତଭଣ୍ଡା ଖାଇ ପାରିବେ କି ନାହିଁ ? ତେବେ ଆସନ୍ତୁ ଜାଣିବା କ୍ଷୀର ସହ ଅମୃତଭଣ୍ଡା ଖାଇପାରିବା କି ନାହିଁ ।

ଅମୃତଭଣ୍ଡା ଏବଂ କ୍ଷୀର ଏକାସଙ୍ଗେ ଖାଇପାରିବେ । ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ । ଅଧିକାଂଶ ସ୍ବାସ୍ଥ୍ୟ ବିଶେଷଜ୍ଞ କ୍ଷୀର ସହିତ ଖଟା ଫଳ କିମ୍ବା ପନିପରିବା ନ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଅମୃତଭଣ୍ଡା ଏକ ମିଠା ଫଳ । ଏପରି ସ୍ଥିତିରେ କ୍ଷୀର ସହ ଅମୃତଭଣ୍ଡା ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । କିଛି ଲୋକଙ୍କୁ ଏହାଦ୍ବାରା ଆଲର୍ଜି ହୋଇପାରେ ଅଥବା ପେଟଜନିତ ସମସ୍ୟା ଦେଖାଦେଇପାରେ । କିନ୍ତୁ ଏଥିପାଇଁ ଅମୃତଭଣ୍ଡା ଏବଂ କ୍ଷୀରର ମିଶ୍ରଣ ଦାୟୀ ହୋଇନଥାଏ । ଏହା ଆପଣଙ୍କ ଶରୀରର କ୍ଷମତା ଉପରେ ନିର୍ଭର କରିଥାଏ ।

ଅମୃତଭଣ୍ଡା ଏବଂ କ୍ଷୀରକୁ ମିଶାଇ ଆପଣ ପପେୟା ସେକ୍ କରି ମଧ୍ୟ ପିଇପାରିବେ । ଏହା ଆପଣଙ୍କ ଶରୀରର ଓଜନ ହ୍ରାସ କରିଥାଏ । ଅମୃତଭଣ୍ଡାରେ ଅଧିକ ମାତ୍ରାରେ ଫାଇବର ଥାଏ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାସହ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ । ନିୟମିତ ଭାବେ ପପେୟା ସେକ୍ ସେବନ କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ ।

ଅମୃତଭଣ୍ଡା ଏବଂ କ୍ଷୀରରୁ ପ୍ରସ୍ତୁତ ମିଲ୍କ ସେକ୍ ଦ୍ବାରା ଆପଣଙ୍କ ତ୍ବଚା ଉପରେ ଭଲ ପ୍ରଭାବ ପଡିଥାଏ । ଏହି ସେକ୍ ସାହାଯ୍ୟରେ ଆପଣଙ୍କ ତ୍ବଚାରେ ଚମକ ଆସିଥାଏ । ନିୟମିତ ଭାବେ ଯଦି ଆପଣ ଏହି ସେକ୍‌କୁ ନିୟମିତ ସେବନ କରନ୍ତି ତେବେ ଆପଣଙ୍କ ତ୍ବଚାରେ ଚମକ ଆସିବ । ଏହାସହ ତ୍ବଚା ସହ ଜଡିତ ସମସ୍ୟା ମଧ୍ୟ ଦୂର ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.