vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଏହି ରୋଗୀମାନଙ୍କ ପାଇଁ ବେଶ୍ ଲାଭଦାୟକ ଅଦା, ମିଳିଥାଏ ଏସବୁ ଲାଭ

26/05/2022 at 8:39 PM

ଅଦା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଦୈନନ୍ଦିର ଜୀବନରେ ଅଦା ସେବନ କରିବା ନିହାତି ଜରୁରୀ । ଏହାର ଗୋଟିଏ ନୁହେଁ ବରଂ ଅନେକ ଫାଇଦା ରହିଛି । ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ । କିନ୍ତୁ ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ଖାଆନ୍ତି ତେବେ ରକ୍ତରେ ଶର୍କରା ସ୍ତର ବଢିବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଅଦା ଖାଇବା ଦ୍ବାରା କ’ଣ କ’ଣ ଲାଭ ମିଳିଥାଏ ।

ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ,  ମଧୁମେହ ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସୀମିତ ମାତ୍ରାରେ ଅଦା ଖାଇବା ଉଚିତ । ଯଦି ଆପଣ ଦିନକୁ ୪ ଗ୍ରାମ ଅଦା ଖାଆନ୍ତି ତେବେ ଏହା ରକ୍ତରେ ଶର୍କରା ସ୍ତର କମ୍ କରିବା ଏବଂ ଇନସୁଲିନ୍ ଉତ୍ପାଦନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଅଧିକ ମାତ୍ରାରେ ଅଦା ଖାଆନ୍ତି ତେବେ ହୃଦଘାତ, ଡାଇରିଆ କିମ୍ବା ପେଟଜନିତ ସମସ୍ୟା ଦେଖାଦେଇପାରେ ।

ଯେଉଁମାନଙ୍କର ମାଇଗ୍ରେନଜନିତ ସମସ୍ୟା ଅଛି ସେମାନେ ମଧ୍ୟ ଏହାକୁ ସେବନ କରିପାରିବେ । ଏହାଦ୍ବାରା ଆପଣଙ୍କ ଯନ୍ତ୍ରଣା କମ୍ ହୋଇପାରିବ । ବିଶେଷକରି କଞ୍ଚା ଅଦା ଖାଇବା ଦ୍ବାରା ଆପଣଙ୍କୁ ଅଧିକ ଫାଇଦା ମିଳିବ ।

କୋଲେଷ୍ଟ୍ରଲ ସ୍ତର କମ୍ କରିବାରେ ମଧ୍ୟ ଅଦା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଦ୍ବାରା ହୃଦଘାତର ବିପଦ ମଧ୍ୟ ହ୍ରାସ ପାଇବ । ଆପଣ ଏହାକୁ ଚା’ ସହ ମଧ୍ୟ ବ୍ୟବହାର କରିପାରିବେ । ଆପଣ ଏହାକୁ ଯେକୌଣସି ତରକାରୀରେ ବ୍ୟବହାର କରିପାରିବେ ।

   Related Posts