ପାଣିରେ ଏହି ଜିନିଷକୁ ମିଶାଇ ପିଅନ୍ତୁ, ଶୀଘ୍ର କମିବାକୁ ଲାଗିବ ଓଜନ

Published By : Prameya-News7 Bureau | April 23, 2022 IST

ବଦଳୁଥିବା ଜୀବନଶୈଳୀ ଯୋଗୁଁ ଓଜନ ବଢିବା ସାଧାରଣ କଥା ହୋଇଗଲାଣି । ଏମିତିରେ ଅନେକ ପ୍ରକାରର ଟିପ୍ସ ଆପଣାଇବା ପରେ ଆପଣଙ୍କ ଓଜନ କମ୍ ହେଉନାହିଁ । ତେବେ ଆପଣଙ୍କ ପାଇଁ ଏମିତି ଉପାୟ ରହିଛି ଯାହାଦ୍ବାରା ସହଜରେ ଓଜନ କମ୍ କରାଯାଇପାରିବ । ପାନମଧୁରୀ ପାଣି ପିଇବା ଦ୍ବାରା ଆପଣଙ୍କ ଓଜନ କମ୍ ହୋଇପାରିବ । ଯଦି ଆପଣ ଖାଲି ପେଟରେ ଏହାକୁ ସେବନ କରୁଛନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଫାଇଦା ମିଳିବ । ଆପଣଙ୍କ ପେଟର ଚର୍ବି ମଧ୍ୟ କମ୍ ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା କଣ ଏବଂ ଏହାର ପାଣି ପିଇବା ଦ୍ବାରା କେମିତି ଓଜନ କମ୍ କରିଥାଏ ।

ପାନମଧୁରୀରେ ଫାଇବରର ପରିମାଣ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ପ୍ରତିଦିନ ଏହାକୁ ଚୋବାଇବାର ଅଭ୍ୟାସ କରିବେ ତେବେ ଆପଣଙ୍କ ଓଜନ କମ୍ ହୋଇପାରିବ । ଏହା ବ୍ୟତୀତ ଆପଣ ପାନମଧୁରୀକୁ ଗରମ ପାଣିରେ ପକାଇ ପିଇପାରିବେ । ଏହାଦ୍ବାରା ଶୀଘ୍ର ଆପଣଙ୍କ ଓଜନ କମ୍ ହୋଇପାରିବ । ପ୍ରକୃତରେ ପାନମଧୁରୀକୁ ଖାଇବା ପରେ ଭୋକ କମ୍ ଲାଗିଥାଏ ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ପାନମଧୁରୀ ବହୁ ଉପଯୋଗୀ । ପାନମଧୁରୀକୁ ପ୍ରାକୃତିକ ବିଷାକ୍ତ ପଦାର୍ଥ ନିର୍ଗତକାରୀ ବୋଲି କୁହାଯାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହିତ ଲିଭର ଏବଂ କିଡନୀ କାର୍ଯ୍ୟକୁ ମଧ୍ୟ ହାଲୁକା କରିଥାଏ । ଖାଦ୍ୟ ଖାଇବା ପରେ ମଧ୍ୟ ଆପଣ ପାନମଧୁରୀ ପାଣି ପିଇପାରିବେ ।

ଅନେକ ରିପୋର୍ଟରେ କୁହାଯାଇଛି ଯେ, ପାନମଧୁରୀ ପାଣି ପିଇବା ଦ୍ବାରା ଆପଣଙ୍କ ଶରୀରର ଚର୍ବି କମିବାକୁ ଲାଗିଥାଏ । ଶରୀରର ଭିଟାମିନ୍ ଏବଂ ମିନେରାଲ୍ ଅବଶୋଷଣରେ ଉନ୍ନତି କରି ଏହା ଚର୍ବିକୁ ତରଳେଇବା ଆରମ୍ଭ କରିଥାଏ । ଯଦି ଆପଣ ପେଟ କମାଇବାକୁ ଚାହାଁନ୍ତି ତେବେ ପାନମଧୁରୀ ପାଣି ପିଇବା ଆବଶ୍ୟକ  । ପାନମଧୁରୀରେ ଫସଫରସ୍, ସେଲେନିୟମ୍, ଜିଙ୍କ୍, ମାଙ୍ଗାନିଜ୍ ଇତ୍ୟାଦି ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ଶରୀରକୁ ଫ୍ରି ରେଡିକଲ୍ସରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥାଏ । ଫ୍ରି ରେଡିକାଲ୍ସ ଅକ୍ସିଡେଟିଭ୍ ଚାପ ସୃଷ୍ଟି କରିଥାଏ ଏବଂ ଏହି ଅକ୍ସିଡେଟିଭ୍ ଚାପ ଆପଣଙ୍କ ମୋଟାପଣର କାରଣ ହୋଇଥାଏ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.