ଆସନ୍ତୁ ଜାଣିବା ମଣିଷର ମସ୍ତିଷ୍କ ସମ୍ପର୍କରେ କିଛି କଥା, ଯହା କେବଳ ରୋଚକ ନୁହେଁ ମଜାଦାର ମଧ୍ୟ

Published By : Prameya-News7 Bureau | May 21, 2019 IST

ଶରୀରର ମସ୍ତିଷ୍କ ହିଁ ଏପରି ଏକ ଅଙ୍ଗ ଯାହା ଆମର ସମସ୍ତ ସମସ୍ୟାର ସମାଧାନ କରିଥାଏ। ଶରୀରର ଏହି ସୁପରଆକ୍ଟିଭ ଅଙ୍ଗ ସମ୍ପର୍କରେ ଏବେବି ବୈଜ୍ଞାନିକଙ୍କ ଗବେଷଣା ଜାରି ରହିଛି । ତେବେ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ନେଇ ସମସ୍ତ ରହସ୍ୟ ଉପରୁ ପରଦା ହଟି ନାହିଁ। ଏଣୁ ମସ୍ତିଷ୍କର  ଆଲୋଚନା ଏଠାରେ ଆମ ପାଇଁ ନିଶ୍ଚିତ ଲାଭଦାୟକ ହେବା ସହ ରୋଚକ ମଧ୍ୟ ହେବ । ଆସନ୍ତୁ ଜାଣିବା ଆମ ମସ୍ତିଷ୍କର ଓଜନ କେତେ।

{"id":114435}

ଜଣେ ପରିପକ୍ବ ବ୍ୟକ୍ତିଙ୍କ ମସ୍ତିଷ୍କର ଓଜନ ପ୍ରାୟ ୧୩ଶହରୁ ୧୪ଶହ ଗ୍ରାମ ମଧ୍ୟରେ । ତେବେ ଜଣେ ପରିପକ୍ବ ବ୍ୟକ୍ତି ଯେପରି ଚିନ୍ତା କରି ପାରନ୍ତି ତାହା ଜଣେ ଶିଶୁ ପକ୍ଷେ ସମ୍ଭବ ହୋଇନଥାଏ। ମସ୍ତିଷ୍କର ୭୫ ପ୍ରତିଶତ ପାଣିରେ ପ୍ରସ୍ତୁତ। ଏହାର ୬୦ ପ୍ରତିଶତ ଶ୍ବେତ ରଙ୍ଗର ହୋଇଥିବା ବେଳେ ୪୦ ପ୍ରତିଶତ ଧୂଷର ରଙ୍ଗର ଦେଖାଯାଏ। ତେବେ ମଣିଷର ଛର୍ବି ବହୁଳ ଅଙ୍ଗ ହେଉଛି ମସ୍ତିଷ୍କ। ଆମ ମୋଟ ଶରୀରର ମସ୍ତିଷ୍କ ମାତ୍ର ୨ ପ୍ରତିଶତ ହୋଇଥିଲେ ହେଁ ସାରା ଶରୀର ଯେତିକି ରକ୍ତ ଓ ଅମ୍ଳଯାନ ଉପଯୋଗ କରିଥାଏ ତାର ୨୦ ପ୍ରତିଶତ କେବଳ ମସ୍ତିଷ୍କ ବ୍ୟବହାର କରେ।

{"id":114438}

ମସ୍ତିଷ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ଏତେ ବେଶିଯେ ମାତ୍ର ୫ ମିନିଟ୍  ଅକ୍ସିଜେନ ଅଟିକ ଗଲେ ମଣିଷର ବ୍ରେନ ଡ୍ୟାମେଜ ହୋଇପାରେ। ସେହିପରି ମସ୍ତିଷ୍କକୁ ଦୈନିକ ୭୦ ହଜାର ବିଚାର ଆସିଥାଏ। ଯାହାର ୭୦ ପ୍ରତିଶତ ନକରାତ୍ମକ ହୋଇଥିବା ବେଳେ ମାତ୍ର ୩୦ ପ୍ରତିଶତ ସକରାତ୍ମକ ଥାଏ। ସବୁଠୁ ବଡ କଥା ହେଲା ମସ୍ତିଷ୍କ  କୌଣସି ଯନ୍ତ୍ରଣା ଜାଣିପାରେ ନାହିଁ। ମଣିଷ ଶିଶୁ ୫ ବର୍ଷର ହେବା ବେଳକୁ ତାର ମସ୍ତିଷ୍କର ୯୫ ପ୍ରତିଶତ ବିକଶିତ ହୋଇସାରିଥାଏ। ୧୮ ବର୍ଷ ବୟସରେ ପହଞ୍ଚିବା ବେଳକୁ ମସ୍ତିଷ୍କ ଶତପ୍ରତିଶତ ବିକଶିତ ହୋଇଯାଇଥାଏ।

{"id":114439,"align":"center"}

ସକାଳେ ଆମେ ନିଦରୁ ଉଠିବା ବେଳେ ମସ୍ତିଷ୍କର ଶକ୍ତି ୧୦ ଓ୍ବାଟ ବଲବ ସହ ସମାନ ଥାଏ। ଏହି ଶକ୍ତିରେ ବିଦ୍ୟୁତ ବଲବକୁ ପ୍ରଜ୍ବଳିତ ମଧ୍ୟ କରାଯାଇପାରେ।  ଶରୀରକୁ ବାର୍ତ୍ତା ପ୍ରେରଣା ପାଇଁ ମସ୍ତିଷ୍କର ବେଗ ପ୍ରତି ଘଣ୍ଟା ୧୭୦ ମାଇଲ ଅର୍ଥାତ ୨୭୨ କିମି ପ୍ରତି ଘଣ୍ଟା ଥାଏ। ମସ୍ତିଷ୍କର ଡାହାଣପଟ ବାମପଟ ଶରୀରକୁ ନିୟନ୍ତ୍ରିତ କରୁଥିବାବେଳେ ବାମ ପଟ ମସ୍ତିଷ୍କ ଡାହାଣପଟ ଶରୀରକୁ ନିୟନ୍ତ୍ରିତ କରୁଛି । ମସ୍ତିଷ୍କର ଏହି କାର୍ଯ୍ୟ ଦକ୍ଷତା ବାସ୍ତବିକ ରୋଚକ ନୁହେଁକି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.