ଜାଣନ୍ତିକି ରବୀନ୍ଦ୍ର ଜାଡେଜାଙ୍କ ଜୀବନର ୫ଟି ଗୋପନ କଥା, ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା
18/07/2019 at 4:11 PM

ଭାରତୀୟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପୁରା ନାମ ହେଉଛି ରବୀନ୍ଦ୍ର ସିଂହ ଅନିରୁଦ୍ଧ ସିଂହ ଜାଡେଜା। ସୌରାଷ୍ଟ୍ରରେ ଜନ୍ମିତ ଏହି କ୍ରିକେଟର ଜଣ ବାମହାତୀ ବ୍ୟାଟସମ୍ୟାନ। ଜାଡେଜା ଟିମ୍ ଇଣ୍ଡିଆର ଦ୍ୱିତୀୟ ଖେଳାଳି ଯିଏ ଆଇସିସି ୱାନଡେ ରାଙ୍କିଙ୍ଗର ପ୍ରଥମ ସ୍ଥାନଟି ନିଜ ନାମରେ କରି ରଖିଛନ୍ତି। କେବଳ ଏତିକି ନୁହେଁ ଭାରତର ଜାଡେଜା ଏକମାତ୍ର ବ୍ୟାଟସମ୍ୟାନ୍ ଜିଏ ପ୍ରଥମ ଶ୍ରେଣୀ କ୍ରିକେଟରେ ତିନୋଟି ୩ ଶତକ ହାସଲ କରିଥିବାର ରେକର୍ଡ ନିଜ ନାମରେ ନାମିତ କରିଛନ୍ତି।

ଜାଡେଜା ଏତେ ସମ୍ଭ୍ରାନ୍ତ ପରିବାରର ନୁହଁନ୍ତି। ତାଙ୍କ ପିତା ଚୌକିଦାର ଚାକିରୀ କରୁଥିଲେ। ତାଙ୍କ ଆୟରେ ପରିବାର ଚଳିବା ସମ୍ଭବ ହେଉନଥିଲା। ଏଣୁ ତାଙ୍କ ମା ଏକ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଜାଡେଜା ଯେତେବେଳେ ୧୭ ବର୍ଷ ବୟସର ହୋଇଥିଲେ ସେତେବେଳେ ଏକ ରେଳ ଦୁର୍ଘଟଣାରେ ତାଙ୍କ ମା ଲତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଗଭୀର ମର୍ମାହତ ଜାଡେଜା କ୍ରିକେଟକୁ ଗୁଡବାୟ କରିବାକୁ ଚାହୁଁଥିଲେ। ତେବେ ବିଧିର ବିଧାନ ବଡ ବିଚିତ୍ର। ସେ କ୍ରିକେଟ ଖେଳିବା ସହ ଆଇସିସି ରାଙ୍କିଙ୍ଗରେ ମଧ୍ୟ ନିଜକୁ ସ୍ଥାନିତ କରିପାରିଛନ୍ତି।

କେବଳ କ୍ରିକେଟ ନୁହେଁ ଜାଡେଜାଙ୍କର ଏକ ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ଜୁଡ୍ଡୁ ଫୁଡ ପିଲ୍ଡ ରେଷ୍ଟୁରାଣ୍ଟ ନାମରେ ଥିବା ତାଙ୍କର ଏହି ରେଷ୍ଟୁରାଣ୍ଟ ତାଙ୍କ ଅଞ୍ଚଳରେ ବେଶ ଲୋକପ୍ରୀୟ ମଧ୍ୟ। ଜାଡେଜାଙ୍କ ପତ୍ନୀ ରିଭାବା ରାଜନୀତି ସହ ଜଡିତ । ଗତ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା ମଧ୍ୟ କରିଥିଲେ।