ଜାଣନ୍ତୁ ନାଗରିକତା ସଂଶୋଧନ ବିଧେୟକର ଖାସ ୧୦ଟି କଥା

Published By : Prameya-News7 Bureau | December 04, 2019 IST

ନୂଆଦିଲ୍ଲୀ ୪।୧୨ : ନାଗରିକତା ସଂଶୋଧନ ବିଧେୟକ ଅର୍ଥାତ ସିଟିଜେନ ଆମେଣ୍ଡମେଣ୍ଟ ବିଲକୁ ବୁଧବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି। ଏହା ଦ୍ୱାରା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣ ମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଏବେ ସହଜ ହେବ। ଗତ ଲୋକସାଭାରେ ଅକାମୀ ହୋଇଯାଇଥିବା ଆଇନ ସ୍ଥାନରେ ବିଧେୟକକୁ ଆଗାମୀ ସପ୍ତାହରେ ସଂସଦରେ ଉପସ୍ଥାପନ କରାଯାଇପାରେ।

{"id":193784,"sizeSlug":"large"}

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ବିଜେପି ସାଂସଦମାନଙ୍କୁ ବିଧେୟକର ଗୁରୁତ୍ୱ ନେଇ କହିଥିଲେ। ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ଯେପରି ଗୁରୁତ୍ୱପୂର୍ଣ୍ଣ ଥିଲା ଠିକ ସେହି ଭଳି ଏହାକୁମଧ୍ୟ ଶୀର୍ଷ ପ୍ରାଥମିକତା ଦିଆଯାଉଛି ବୋଲି ରାଜନାଥ କହିଥିଲେ। ତେବେ ଆସନ୍ତୁ ଜାଣିବା ଏହି ବିଧେୟକର ୧୦ଟି ଖାସ୍ କଥା।

୧- ନାଗରିକତା ସଂଶୋଧନ ବିଧେୟକର ଉଦ୍ଦେଶ୍ୟ ୬ଟି ସମୁଦାୟ ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ ଓ ପାରସୀ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା।

୨- ବିଧେୟକ ମାଧ୍ୟମରେ ପ୍ରଚଳିତ ଆଇନର ସଂଶୋଧନ କରାଯିବ। ଯାହା ଦ୍ୱାରା କିଛି ନିର୍ଦ୍ଧିଷ୍ଟ ବର୍ଗର ଅପ୍ରବାସୀଙ୍କୁ ନାଗରିକତା ପ୍ରଦାନରେ ଆଇନ କୋହଳ କରାଯିବ। ତେବେ ବିଧେୟକରେ ମୁସଲମାନମାନଙ୍କୁ ସାମିଲ କରାଯାଇ ନଥିବାରୁ ବିରୋଧୀ ଦଳ ଏହାକୁ ଭାରତୀୟ ସମ୍ବିଧାନର ଧର୍ମ ନିରପେକ୍ଷତା ସିଦ୍ଧାନ୍ତ ବିରୋଧୀ କହି ସଂଶୋଧନର ସମାଲୋଚନା କରୁଛନ୍ତି।

୩- ସୂଚନା ଅନୁସାରେ ନୂଆ ବିଧେୟକରେ ଅନ୍ୟ ସଂଶୋଧନ ମଧ୍ୟ ହୋଇଛି। ଫଳରେ ଅବୈଧ ଭାବେ ଭାରତରେ ବସବାସ କରୁଥିବା ଲୋକେ ଓ ପଡୋଶୀ ଦେଶରେ ଧାର୍ମିକ ଅତ୍ୟାଚାରିତ ହୋଇ ଭାରତରେ ଶରଣ ନେଇଥିବା ଲୋକଙ୍କର ସହଜରେ ଚିହ୍ନଟ ହୋଇପାରିବ।

୪- ଦେଶର ପୂର୍ବୋତ୍ତର ରାଜ୍ୟମାନଙ୍କରେ ଏହି ବିଧେୟକକୁ ବିରୋଧ କରାଯାଉଛି। କାରଣ ଗତ କିଛି ଦଶକ ହେଲା ଭାରତକୁ ବହୁ ସଂଖ୍ୟାରେ ଚାଲିଆସିଥିବା ବାଂଲାଦେଶୀ ହିନ୍ଦୁଙ୍କୁ ଏହି ସଂଶୋଧିତ ଆଇନ ବଳରେ ନାଗରିକତା ପ୍ରଦାନ କରାଯାଇପାରେ ବୋଲି ଲୋକେ ଭାବୁଛନ୍ତି।

୫- ନାଗରିକତା ସଂଶୋଧନ ବିଧେୟକ ଲୋକସଭାରେ ଗୃହୀତ ହେବା ନିଶ୍ଚିତ। ତେବେ ଉଚ୍ଚ ସଦନରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନଥିବା ଯୋଗୁ ବିଧେକ ଗୃହୀତ ହେବା ନେଇ ଏବେ ବି ଆଶଙ୍କା ରହିଛି।

୬- ବିଧେୟକକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ସମାଜବାଦୀ ପାର୍ଟି, ବାମପନ୍ଥୀ ଦଳ ଓ ରାଷ୍ଟ୍ରୀୟ ଜନତା ଦଳ ଆଦି ବିରୋଧ କରୁଛନ୍ତି। ତେବେ ଯଦି ସଂସଦର ଉଚ୍ଚ ସଦନରେ ବିଧେୟକ ଲାଗି ଭୋଟ ଜୁରୁରୀ ହୁଏ ସେ କ୍ଷେତ୍ରରେ ଏଆଇଡିଏମକେ ଭଳି ଦଳମାନେ ସରକାରଙ୍କ ପକ୍ଷରେ ଆସିପାରନ୍ତି।

୭- ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୨୦୧୬ ମସିହାରେ ବିଧେୟକ ସଂସଦରେ ଆଗତ ହେବାରୁ ଏହାକୁ ବିରୋଧ କରି କ୍ଷମତାସୀନ ମେଣ୍ଟରୁ ପୃଥକ ହୋଇଯାଇଥିଲା। ତେବେ ପରେ ଆଇନ ନିଷ୍ପ୍ରଭ ହେବାରୁ ପୁଣି ମେଣ୍ଟର ସହଯୋଗୀ ହୋଇଥିଲା।

୮- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୃହରେ ବିଧେୟକକୁ ଉପସ୍ଥାପନ କରିବେ। ବିଧେୟକ ଗୃହରେ ଉପସ୍ଥାପିତ ହେବା ବେଳେ ସମସ୍ତ ବିଜେପି ସାଂସଦଙ୍କୁ ସଦନରେ ଉପସ୍ଥିତ ରହିବା ଲାଗି ଆଗୁଆ ସୂଚାଇ ଦିଆଯାଇଛି।

୯- କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ପଡୋଶୀ ପାକିସ୍ତାନ ଓ ବାଂଲାଦେଶ ଇସ୍ଲାମ ଧର୍ମାବଲମ୍ବୀ। ଏଣୁ ସେ ଦେଶରେ ଅଣ ମୁସଲମାନ ନୁହନ୍ତି ବରଂ ଅଣମୁସଲମାନମାନେ ହିଁ  ଧାର୍ମିକ ଅତ୍ୟାଚାରର ଶିକାର ହେଉଛନ୍ତି।

୧୦- ରାଜନାଥ କହିଥିଲେ ଯେ ପଡୋଶୀ ଧାର୍ମିକ ରାଷ୍ଟ୍ର ହୋଇଥିବାରୁ ଅଳ୍ପସଂଖ୍ୟକ ଲୋକେ ପ୍ରାୟତଃ ଧାର୍ମିକ ଅସହିଷ୍ଣୁତାର ଶିକାର ହେଉଛନ୍ତି। ଏଣୁ ସେମାନେ ବାଧ୍ୟ ହୋଇ ଭାରତର ଶରଣାପନ୍ନ ହେଉଛନ୍ତି। ଏଣୁ ସରକାର ଆଣୁଥିବା ନାଗରିକତା ସଂଶୋଧନ ବିଧେୟକରେ ୬  ସଂଖ୍ୟାଲଘୁ ବର୍ଗକୁ ପ୍ରାଥମିକତା ଦେଉଥିବା ‘ସର୍ବ ଧର୍ମ ସମଭାବ’ ବିଚାରରେ ପ୍ରେରିତ ବୋଲି କହିଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.