ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏହି ୪ ଚେହେରା ଯେଉଁମାନେ ଲଙ୍କାରୁ ଉଖାଡି ଦେଲେ ରାଜପକ୍ଷେ ପରିବାରକୁ, ଜାଣନ୍ତୁ କିପରି ଥିଲା ସେମାନଙ୍କ ‘ଅରଗାଲୟା’ ଆନ୍ଦୋଳନ

14/07/2022 at 6:51 PM

କଲମ୍ବୋ ୧୪।୭: ଶ୍ରୀଲଙ୍କା ଅରଗାଲୟା ଆନ୍ଦୋଳନ ସଫଳ ହୋଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାୟନ କରିଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ପଳେଇବା ଯୋଜନାରେ ଅଛନ୍ତି। ତେବେ ମୋଟାମୋଟି ଅରଗାଲୟା ଆନ୍ଦୋଳନରେ ଶ୍ରୀଲଙ୍କାକୁ  ରାଜପକ୍ଷେ ପରିବାରଙ୍କ ଶାସନରୁ ମୁକ୍ତ  କରିଛି।

ଦୀର୍ଘ ୧୭ ବର୍ଷରୁ ଊର୍ଦ୍ଧ୍ୱ କାଳ ଦେଶର ଶାସନକୁ ଜାବୁଡି ବସିଥିଲେ ରାଜପକ୍ଷେ ପରିବାର। ଦେଶର ଜାବତୀୟ ଦୁର୍ଗତି ପାଇଁ ପିରବାର ଥିଲେ ଦାୟୀ। ଏଣୁ  ଆରମ୍ଭ ହୋଇଥିଲା ଅରଗାଲୟା ଅର୍ଥାତ ସଂଘର୍ଷ। କିଏ ନାଟ୍ୟକାର ତ ଆଉ କିଏ ଡିଜିଟାଲ ମାର୍କେଟିୟର, କିଏ ପାଦ୍ରୀ ତ ଆଉ କିଏ ସଙ୍ଗଠକ  ସୋସିଆଲ ନେଟୱାର୍କରେ ଲୋକଙ୍କ ନିକଟକୁ ପହଞ୍ଚିବା ସହ ଦେଶର କୋଣ ଅନୁକୋଣରୁ ଲକ୍ଷଲକ୍ଷ ଜନତାଙ୍କୁ ଡକାଇ ଆଣିଥିଲେ କଲମ୍ବୋ। ପରିସ୍ଥିତି ଏପରି ହୋଇଥିଲା ଯେ ରାଜପକ୍ଷେଙ୍କୁ ରାଷ୍ଟ୍ରପତି ଭବନ ଛାଡି ପଳାଇବାକୁ ପଡିଥିଲା।

ଜୁଲାଇ ୮ ତାରିଖ ଦିନ ରାଜଧାନୀ କଲମ୍ବୋର ଅଧିକାଂଶ ଅଞ୍ଚଳରେ କର୍ଫ୍ୟୁ ଜାରି ଥିଲା। ସ୍ଥାନେ ସ୍ଥାନେ ବାରିକେଡ ଲାଗିଥିଲା। ପୋଲିସ ଧରପଗଡ କରୁଥିଲା ମୋଟ ଉପରେ ରାଜଧାନୀ ସହର ଥିବା ପୋଲିସ ନିୟନ୍ତ୍ରଣରେ। ଏହା ସତ୍ତ୍ୱେ ଜୁଲାଇ ୯ ତାରିଖ ମଧ୍ୟାହ୍ନ ବେଳକୁ ହଜାର ହଜାର ଲୋକେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ଘେରି ଯାଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ଭିଡ କ୍ରମଶଃ ବଢିବା ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମୁହାଁଇଥିଲା। ଶାସନ ଓ ସରକାରରେ ବସିଥିବା ଲୋକେ ଦୋହଲି ଯାଇଥିଲେ। ତେବେ ଏହା ସବୁ ହେଲା କିପରି? ଆପଣଙ୍କୁ ହୁଏତ ବିଶ୍ୱାସ ହୋଇ ନପାରେ ଏହି ସବୁ ପଛରେ ଥିଲେ ମାତ୍ର ୪ ଜଣ ଯୁବକ। ଯେଉଁମାନେ ଗତ ୪-୫ ମାସ ହେଲା କେବଳ ମିଟିଂ ପରେ ମିଟିଂ କରୁଥିଲେ, ରଣନୀତି ପ୍ରସ୍ତୁତ କରୁଥିଲେ ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଶର ପ୍ରତିଟି ନାଗରିକ ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ କରୁଥିଲେ।

ଏପରି ଜଣେ ହେଉଛନ୍ତି ଚାମିରେ ଦେଡଭଗେ
ପେଷାରେ ମାର୍କେଟିଂ ମ୍ୟାନ ଦେଡଭଗେଙ୍କ ଫେସବୁକ୍‌ରେ ଜନତାଙ୍କୁ ଅପିଲର ଶହଶହ ଭିଡିଓ ଅପଲୋଡ ହୋଇଛି। ଯାହାକୁ ସାରା ଦେଶରେ ହଜାର ହଜାର ଲୋକେ ସେୟାର କରିଛନ୍ତି। ପେଷାରେ ମାର୍କେଟିୟର ଓ ପସନ୍ଦରେ ଆକ୍ଟିଭିଷ୍ଟ ଦେଡଭଗେ ବର୍ତ୍ତମାନ ପରିସ୍ଥିତିରେ ରାଜନୈତିକ ବିଶ୍ଲେଷକ ପାଲଟିଛନ୍ତି। ଗତ ମାର୍ଚ୍ଚ ମାସରୁ ଉପୁଜିଥିବା ପରିସ୍ଥିତିରେ କଣ କରାଯିବ ବୋଲି କଲମ୍ବୋ ସମୁଦ୍ର କୂଳରେ ଦେଡଭଗେ ଓ ସାଥୀମାନେ ଦୀର୍ଘ ମିଟିଂ କରୁଥିଲେ।  ସାରା ଦେଶରେ ସେମାନଙ୍କ ଅଭିଯାନ ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା ଓ ଜୁଲାଇ ହେଉ ହେଉ ରାଷ୍ଟ୍ରପତି ଭବନ ଖାଲି କରି ପଳେଇଛନ୍ତି ଗୋଟାବାୟା ରାଜପକ୍ଷେ।

ଆନ୍ଦୋଳନର ଦ୍ୱିତୀୟ ଚେହେରା ହେଉଛନ୍ତି ସତ୍ୟା ଚାରିତ ଅମରାତୁଙ୍ଗେ
ଅରଗାଲୟା ଆନ୍ଦୋଳନର ଦ୍ୱିତୀୟ ଚେହେରା ହେଉଛନ୍ତି ସତ୍ୟାଚାରିତ ଅମରାତୁଙ୍ଗେ। ଗୋ ଗୋଟା ଗୋ ହୋମ ସ୍ଲୋଗାନ ଦେଇଥିବା ଅମରାତୁଙ୍ଗାଙ୍କ କଥା ଗୋଟା  ଘରକୁ ନୁହେଁ ଦେଶ ଛାଡି ପଳାଇଛନ୍ତି। ଜଣେ ସଙ୍ଗଠକ ଭାବେ ଅମରାତୁଙ୍ଗାଙ୍କ ଫେସବୁକ୍ ଆକାଉଣ୍ଟ ମଧ୍ୟ ଶହଶହ ପ୍ରେରକ ପୋଷ୍ଟରେ ଭରିପଡିଛି। ରାଜଧାନୀ କଲମ୍ବୋରୁ ୨୦ କିଲୋମିଟର ଦୂର ମୋରାତୁଆର ବାସିନ୍ଦା ଅମରାତୁଙ୍ଗା ପେଷାରେ ଜଣେ ମାର୍କେଟିଂ ପ୍ରଫେସନାଲ। ସେ ତାଙ୍କ ଫେସବୁକ୍ ମାଧ୍ୟମରେ ଦେଶର ୮୦ ଲକ୍ଷ ୟୁଜରଙ୍କୁ ଆନ୍ଦୋଳନ ସହ ସମ୍ପୃକ୍ତ କରିପାରିଛନ୍ତି।

ଋଭାନ୍ତି ଡି ଚିକେରା
ଅରଗାଲୟା ଆନ୍ଦୋଳନର ତୃତୀୟ ଯୁବ ଚେହେରା ହେଉଛନ୍ତି ଋଭାନ୍ତି ଡି ଚିକେରା। ଜଣେ କଳାକାର, ନାଟ୍ୟକାର ଓ ସାମାଜିକ କାର୍ଯ୍ୟକର୍ତ୍ତା ଋଭାନ୍ତି ଆନ୍ଦୋଳନରେ ତାଙ୍କ ଭଲେଣ୍ଟିୟରଙ୍କୁ ଦେଶରେ ଖାସ କରି କଲମ୍ବୋରେ ଲୋକଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଜଣେ ନାଟ୍ୟକାର ଭାବେ ତାଙ୍କ ଲାଗି ଏହି କାମ ଅଧିକ କଠିନ ନଥିଲା। ଏଥିଲାଗି ସେ ନିଜ କଳାର ବେଶ ସାହାରା ନେଇଥିଲେ। ଆନ୍ଦୋଳନରେ ତାଙ୍କ ସଂଳାପକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। ଋଭାନ୍ତି ମଧ୍ୟ ଗତ କିଛିମାସ ହେଲା ଫେସବୁକ୍‌ରେ ବେଶ ସକ୍ରିୟ ଥିଲେ ଯାହା ଆନ୍ଦୋଳନ ଲାଗି ତାଙ୍କ ଉଦ୍ୟମକୁ ସଫଳ କରିଛି।

ଅରଗାଲୟା ଆନ୍ଦୋଳନ ପଛରେ ଥିବା ମୁଖ୍ୟ ତଥା ଚତୁର୍ଥ ଚେହେରା ହେଉଛନ୍ତି ଅମିଲା ଜୀବନ୍ତ ପେଇରିସ୍। ପେଷାରେ ଜଣେ ଫାଦର ପେଇରିସ ସବୁ ଧର୍ମକୁ ଆନ୍ଦୋଳନରେ ଏକାଠି ଆଣିବାରେ ସଫଳ ହୋଇଥିଲେ। କ୍ୟାଥୋଲିକ ଫାଦର ଧାର୍ମିକ ଗତିବିଧି ସହ ଜଡିତ, ହେଲେ ଏଥର ଦେଶରେ ଲୋକଙ୍କୁ ଜାଗ୍ରତ କରିବାର କାମ ହାତକୁ ନେଇଥିବା ବେଳେ ତାଙ୍କ ଅରଗାଲୟା ଆନ୍ଦୋଳନ ସଫଳ ହୋଇଛି। ପେଇରିସ ମଧ୍ୟ ଫେସବୁକ୍‌ରେ ବେଶ ସକ୍ରିୟ ଥିଲେ। ନିଜ ସାଥୀଙ୍କ ସହ ସିଧା ବିରୋଧୀ ଦଳ ଓ ଷ୍ଟୁଡେଣ୍ଟ ଫେଡେରେସନ ସହ ସମ୍ପର୍କ କରିବା ସହ ଆନ୍ଦୋଳନକୁ ମଜଭୁତ କରିଥିଲେ।  

   Related Posts