ମୁକେଶ ଅମ୍ବାନୀଙ୍କ ସାନ ବୋହୂ ବେଶ୍ ଧନୀ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ?
10/01/2023 at 7:53 PM

ମୁମ୍ବାଇ ୧୦।୧: ଦେଶର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ରାଧିକ ମର୍ଚେଣ୍ଟଙ୍କ ସାଙ୍ଗରେ ହେବ। ନିକଟରେ ସେମାନଙ୍କର ଏନଗେଜମେଣ୍ଟ ହୋଇଛି। ଖୁବ୍ ଶୀଘ୍ର ଅମ୍ବାନୀ ପରିବାରର ବୋହୂ ହୋଇଯିବେ ରାଧିକା । ଅମ୍ବାନୀ ପରିବାରର ଭାବି ବୋହୂ ବେଶ୍ ପଢା ଲେଖା ଓ ଅମୀର ମଧ୍ୟ, ତେବେ ଆସନ୍ତୁ ଜାଣିବା ତାଙ୍କ ନେଟ୍ ୱର୍ଥ କେତେ?

ଏନକୋର ହେଲଥ୍ କେୟାର ସିଇଓ ବୀରେନ୍ ମର୍ଚାଣ୍ଟ ଓ ସାଇଲା ମର୍ଚେଣ୍ଟଙ୍କ ଅଲିଅଳି ଝିଅ ହେଉଛନ୍ତି ରାଧିକା ମର୍ଚେଣ୍ଟ। ରାଧିକା ସେମାନଙ୍କର ଏକମାତ୍ର ଝିଅ। ମୁମ୍ବାଇ କ୍ୟାଥଡରାଲ ଓ ଜନ କନନ ସ୍କୁଲରେ ପାଠ ପଢା ପରେ ଇକୋଲେ ମୋଣ୍ଡିୟଲ ୱାର୍ଲଡ ସ୍କୁଲରେ ପଢି ଉଚ୍ଚ ଶିକ୍ଷା ନିମନ୍ତେ ନ୍ୟୁୟର୍କ ଚାଲିଯାଇଥିଲେ। ସେ ନ୍ୟୁୟର୍କ ୟୁନିଭର୍ସିଟିରେ ପଲିଟିକ୍ସ ଓ ଇକୋନମିକସ୍ରେ ଗ୍ରାଜୁଏସନ କରିଛନ୍ତି। ପାଠ ପଢା ପରେ ରାଧିକା ଏବେ ତାଙ୍କ ପାରିବାରିକ ବ୍ୟବସାୟ ସମ୍ଭାଳୁଛନ୍ତି।

ରାଧିକା ମର୍ଚେଣ୍ଟ ଏନକୋର ହେଲଥ୍ କେୟାରର ବୋର୍ଡ ଅଫ ଡାଇରେକ୍ଟର୍ସରେ ଅଛନ୍ତି। ରାଧିକାଙ୍କ ପିତାଙ୍କ ମୋଟ ନେଟୱର୍ଥ ୭୫୫ କୋଟି ଟଙ୍କାରୁ ଅଧିକ। ଏଥିରେ ରାଧିକାଙ୍କ ନେଟୱର୍ଥ ୮ରୁ ୧୦ କୋଟି ଟଙ୍କାରେ ହେବ। ବୀରେନ ମର୍ଚେଣ୍ଟ ଦେଶର ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଅନ୍ୟତମ। ଏଥିରେ ରାଧିକା ତାଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ରାଧିକା ଏହି ସବୁ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ। ବ୍ୟବସାୟ ବ୍ୟତୀତ ରାଧିକାଙ୍କ ସାଂସ୍କୃତିକ ଗତିବିଧି ମଧ୍ୟ ରହିଛି। ସେ ଜଣେ ସୁଶିକ୍ଷିତା ଭାରତନାଟ୍ୟମ ନୃତ୍ୟାଙ୍ଗନା ମଧ୍ୟ।