ପେଟ ଭିତରୁ ବାହାରିଲା ଚାଖଣ୍ଡେ ଛୁରୀ, କେମିତି ପଶିଲା କହପାରିଲାନି ମଦ୍ୟପ
21/09/2023 at 9:24 PM

ନୂଆଦିଲ୍ଲୀ, ୨୧/୯: ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଦେଖାଇଲେ ରୋଗୀ। ପେଟରୁ ବାହାରିଲା ଛୁରୀ। ପଡୋଶୀ ଦେଶ ନେପାଳରୁ ଆସିଛି ଏପରି ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ରହୁଥିବା ଜଣେ ୨୨ ବର୍ଷ ବୟସର ଯୁବକଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ରୋଗୀଙ୍କ ପେଟ ଉପରେ ଦାଗ ଥିବା ନେଇ ଡାକ୍ତର ପ୍ରଶ୍ନ କରିଥିଲେ, ହେଲେ ସେ ସଠିକ୍ ଉତ୍ତର ଦେଇପାରିଲେନାହିଁ।
ଏହାପରେ ଡାକ୍ତର ଏକ୍ସରେ କରିବାକୁ କହିଥିଲେ। ତେବେ ତାଙ୍କ ପେଟରେ ୧୫ ସେମି ଛୁରୀ ଥିବା ଦେଖିବାକୁ ପାଇଥିଲେ ଡାକ୍ତର। ଡାକ୍ତରମାନେ ତାଙ୍କ ଉପରେ ଅପରେସନ୍ କରି ଛୁରୀ ବାହାର କରିବା ପରେ ଯୁବକ ଜଣକ ନୂଆ ଜୀବନ ପାଇଛନ୍ତି।
ନ୍ୟୁଜ୍ ୱିକ୍ ଅନୁଯାୟୀ, ଯୁବକ ଜଣକ ଡାକ୍ତରଖାନା ଯିବାର ଗୋଟିଏ ଦିନ ପୂର୍ବରୁ କିଛି ଲୋକଙ୍କ ସହ ଝଗଡା କରିଥିଲେ। ଏହି ସମୟରେ ତାଙ୍କୁ ପେଟରେ ଛୁରୀ ଭୁସି ଦେଇଥିଲେ। ଏହା ପରେ ଜଣେ ସ୍ଥାନୀୟ ଡାକ୍ତର ତାଙ୍କ କ୍ଷତ ସ୍ଥାନକୁ ସିଲେଇ କରିଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଛୁରୀର ବ୍ଲେଡ୍ ଭାଙ୍ଗି ତାଙ୍କ ପେଟରେ ରହିଯାଇଛି, ଏକଥା କେହି ଜାଣିପାରିଲେ ନାହିଁ।
କାରଣ ତାଙ୍କ ପେଟରେ ଛୁରୀ ପ୍ରବେଶର କୌଣସି ସ୍ପଷ୍ଟ ଚିହ୍ନ ଦେଖାଯାଉନଥିଲା, କ୍ଷତ ମଧ୍ୟ ଶୁଖିଯାଇଥିଲା। ତେଣୁ ସ୍ଥାନୀୟ ଡାକ୍ତର ତାଙ୍କୁ ଡିସଚାର୍ଜ କରି ଘରକୁ ପଠାଇ ଦେଇଥିଲେ। ଯୁବକ ଜଣକ ମଧ୍ୟ ଘଟଣା ବିଷୟରେ ଆଉ କିଛି ମନେ ନଥିଲା। ତାଙ୍କୁ ଆକ୍ରମଣ ସମୟରେ ସେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ସେ ଘଟଣା ବିଷୟରେ ଭୁଲିଯାଇଥିଲେ।
ଅଧିକ ପଢନ୍ତୁ- ନିଜ ହାତକୁ କାଟି ପକାଉଛନ୍ତି ସ୍କୁଲ୍ ଛାତ୍ରୀ: ଆଶ୍ଚର୍ଯ୍ୟ ବାପାମା ଓ ସ୍କୁଲ କର୍ତ୍ତୃପକ୍ଷ, କିଛି ବୁଝିପାରୁ ନାହିଁ ପୁଲିସ
ଦିନକ ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଡାକ୍ତର ଏକ୍ସରେ ଓ ଅନ୍ୟ ଚେଷ୍ଟ କରାଇବା ପାଇଁ କହିଥିଲେ। ପ୍ରାଥମିକ ଚିକିତ୍ସା ବେଳେ ବାନ୍ତି, ଫୁଡ୍ ପଏଜନ୍, ଅର୍ଶ ବା ମଳକଣ୍ଟକ ପରି ଲକ୍ଷଣ କିଛି ନଥିଲା। ତାଙ୍କ ପେଟରେ ଛୁରୀ ଥିବା ନେଇ ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଥିଲା। ସୌଭାଗ୍ୟବଶତଃ କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ କ୍ଷତ ହୋଇନଥିଲା।