ନିଆଳିରେ ୧୨ ବର୍ଷର ନାବାଳକକୁ ଦୁର୍ବୃତ୍ତଙ୍କ ଛୁରାମାଡ
21/10/2018 at 11:01 AM

ନିଆଳି ୨୧|୧୦: ୧୨ ବର୍ଷର ନାବାଳକକୁ ଛୁରାମାଡ ହୋଇଛି । ନିଆଳି ରାଣଓଳା ପଞ୍ଚାୟତ ଅଳତଳଙ୍ଗ ଗାଁରେ ଘଟିଛି ଏଭଳି ଘଟଣା । ପିଲା ଜଣକ ଖେଳୁଥିବାବେଳେ ଜଣେ ଦୁର୍ବୃତ୍ତ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ନାବାଳକ ସେହି ଗାଁର ରତ୍ନାକର ମହାନ୍ତିଙ୍କ ପୁଅ କ୍ଷମା ସାଗର । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଡଶପୁର ମେଡିକାଲ ଓ ପରେ ଭୁବନେଶ୍ବରର ଏକ ଘରେ।ଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଛୁରାମାଡର କାରଣ ଜଣାପଡିନଥିବାବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ପେ।ଲିସ ।
Related Posts
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା; ୩ ମୃତ
31 January 2023
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023