ସେବାୟତଙ୍କୁ ଗୁଳିମାଡ଼ ପରେ ପୁଣି ଅଶାନ୍ତ ପୁରୀ, ଅନ୍ୟ ଜଣେ ଯୁବକଙ୍କୁ ଛୁରାମାଡ଼

Published By : Prameya-News7 Bureau | May 24, 2022 IST

ପୁରୀ, ୨୪/୦୫: ପୁରୀରେ ଆଜି ଦୁଇ ଦୁଇଟି ଅଘଟଣ।ଗୁଳି ମାଡ଼ରେ ଜଣେ ସେବାୟତଙ୍କ ମୃତ୍ୟୁ ଘଟିଥିବା ବେଳେ ଛୁରା ମାଡ଼ରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ। ଆଜି ସନ୍ଧ୍ୟାରେ ବଡ଼ଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ତାକୁ ଛୁରାମାଡ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.