ବିରାଟ ନେବେ ବିଶ୍ରାମ, ଦକ୍ଷିଣ ଆଫ୍ରିକା ସିରିଜରେ ଅଧିନାୟକ ଭାର ସମ୍ଭାଳିବେ କେଏଲ ରାହୁଲ !
2/03/2020 at 4:41 PM

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ଉଭୟ ଟେଷ୍ଟ୍ ଓ ଦିନିକିଆ ସିରିଜରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଦଳ ଏବେ ଆଗାମୀ ସିରିଜରେ ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ। ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୧୨ରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ତେବେ ଅଧିନାୟକ ବିରାଟ କୋହଲି ଏହି ସିରିଜରେ ଖେଳିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ ବିରାଟଙ୍କୁ ବିଶ୍ରାମ ଦିଆଯାଇପାରେ।

ରୋହିତ ମଧ୍ୟ ନାହାଁନ୍ତି ଫିଟ୍
ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସାମିଲ ହେବେ ନାହିଁ। କାରଣ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଫଳରେ ସେ ଟେଷ୍ଟ୍ ଓ ଦିନିକିଆ ସିରିଜରୁ ବାଦ ପଡିଥିଲେ। ସେ ଏବେ ସୁଦ୍ଧା ଫିଟ ହୋଇନାହାଁନ୍ତି।

କେଏଲ ରାହୁଲ ନେବେ ନେତୃତ୍ୱ
ଏହି ସିରିଜରେ କେଏଲ ରାହୁଲ ଅଧିନାୟକ ଭାର ସମ୍ଭାଳିବେ ବୋଲି ଖବର ମିଳିଛି। ଏହି ସିରିଜରେ ଶିଖର ଧାଓ୍ୱନ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ରାହୁଲ ଅଧିନାୟକ ରେସରେ ଆଗରେ ରହିଥିବା ସୂଚନା ମିଳିଛି।
ସିରିଜର ପ୍ରଥମ ମ୍ୟାଚ ଆସନ୍ତା ୧୨ ତାରିଖରେ ଧର୍ମଶାଳାରେ, ଦ୍ୱିତୀୟ ମ୍ୟାଚ ୧୨ ତାରିଖ ଲକ୍ଷ୍ନୌ ଓ ତୃତୀୟ ମ୍ୟାଚ ୧୮ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ।