ଆଥିଆଙ୍କ ହାତ ଧରିବେ ରାହୁଲ; ଜାନୁଆରୀ ୨୩ରେ ବିବାହ ନେଇ ଚର୍ଚ୍ଚା ଜୋର୍, ବିସିସିଆଇ ଦେଲା ଛୁଟି

Published By : Prameya-News7 Bureau | January 14, 2023 IST

ମୁମ୍ବାଇ: ଚର୍ଚ୍ଚା ସହିତ ଅପେକ୍ଷାର ଅନ୍ତ । ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର କେ.ଏଲ୍ ରାହୁଲ । ବଲିଉଡ୍ ଆକ୍ଟ୍ରେସ୍ ଆଥିଆ ସେଟ୍ଟିଙ୍କୁ ବିବାହ କରିବେ । ଆସନ୍ତା ଜାନୁଆରୀ ୨୩ ତାରିଖରେ ଆଡମ୍ବରରେ ବାହାଘର ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ତେଣୁ କେ.ଏଲ୍ ରାହୁଲଙ୍କୁ ବିସିସିଆଇ ଆସନ୍ତା ଦିନିକିଆ ସିରିଜରୁ ଛୁଟି ଦେଇଛି । ରାହୁଲ-ଆଥିଆଙ୍କ ବାହାଘରରେ କ୍ରିକେଟର, ବଲିଉଡ ଷ୍ଟାର ସାମିଲ ହେବା ନେଇ କୁହାଯାଉଛି ।

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆର ଧୁରନ୍ଧର ବ୍ୟାଟର । ବଲିଉଡ ଭେଟେରାନ୍ ସୁନିଲ୍ ସେଟ୍ଟିଙ୍କ ଝିଅ ଅଭିନେତ୍ରୀ ଆଥିଆଙ୍କ ହାତ ଧରିବେ ରାହୁଲ । ଆସନ୍ତା ଜାନୁଆରୀ ୨୩ ତାରିଖରେ ବାହାଘର ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଲାଣି । ଏନଡିଟିଭି ରିପୋର୍ଟ ଅନୁଯାୟୀ, ଫ୍ୟାମିଲି କମିଟ୍‌ମେଣ୍ଟ ପାଇଁ ବିସିସିଆଇ କେ.ଏଲ ରାହୁଲଙ୍କୁ ଆସନ୍ତା ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍ ହେଇଛି । ରାହୁଲ ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ଖେଳିବେ ନାହିଁ । ବାହାଘର ପାଇଁ ତାଙ୍କୁ ଛୁଟି ଦିଆଯାଇଥିବା କୁହାଯାଉଛି । ସେପଟେ ରାହୁଲ-ଆଥିଆଙ୍କ ବାହାଘରରେ ସାମିଲ ହେବେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି । ତେଣୁ ଏମାନେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବେ ନାହିଁ ।

ପିଟିଆଇର ରିପୋର୍ଟ ମୁତାବକ, ଗତ ମେ’ ମାସରେ ରାହୁଲ-ଆଥିଆଙ୍କ ବିବାହ ନେଇ ସୁନିଲ୍ ସେଟ୍ଟିଙ୍କୁ ପଚରାଯାଇଥିଲା । ସେ ଏହାକୁ ଏନେଇ ନିଜସ୍ବ ମତ ରଖିଥିଲେ । ‘ପୁଅ’ ହେଇଛନ୍ତି ଦିନେ ନା ଦିନେ ବାହାଘର ହେବ । ‘ମୁଁ ଚାହୁଁଛି ମୋ ପୁଅର ବି ବାହାଘର ହେଇଯାଉ। ଯେତେ ଶୀଘ୍ର ହେବ ସେତେ ଭଲ । ରାହୁଲ କଥା ପଚାରିବାରୁ ସେ ତାଙ୍କୁ ପସନ୍ଦ କରନ୍ତି । ସେମାନେ ନିର୍ଣ୍ଣୟ ନିଅନ୍ତୁ, ମୋ ଆଶୀର୍ବାଦ ତାଙ୍କ ସହିତ ରହିବ’ ବୋଲି କହିଥିଲେ ସୁନିଲ୍ ସେଟ୍ଟି ।

ପିଙ୍କଭିଲା ରିପୋର୍ଟ ଅନୁଯାୟୀ, କେ.ଏଲ ରହୁଲ-ଆଥିଆ ରହିବା ପାଇଁ ମୁମ୍ବାଇରେ ଘର ଭଡ଼ାରେ ନେଇଛନ୍ତି । କମ୍ପଲ ବାନ୍ଦ୍ରାର କାର୍ଟର ରୋଡରେ 4BHK ଆପାର୍ଟମେଣ୍ଟ ରହିବା ନେଇ ପ୍ରସ୍ତୁତ ହୋଇଛନ୍ତି ଉଭୟେ ।  ଆପାର୍ଟମେଣ୍ଟର ମାସକୁ ଭଡ଼ା ୧୦ଲକ୍ଷ ଟଙ୍କା । ଗତ ଶ୍ରୀଲଙ୍କ ବିରୋଧ ଦିନିକିଆ ମ୍ୟାଚରେ ୬୪ ରନର ଦମଦାର ପାଳି ଖେଳି ଟିମ୍ ଇଣ଼୍ଡିଆକୁ ବିଜୟ ଦେଇଥିଲେ କେଏଲ ରାହୁଲ । ଭାରତୀୟ ଦଳ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.