ରାହୁଲଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ କ୍ରିକେଟର: କହିଲେ ବିବାହ ଭୋଜିର ବି ଅର୍ଡର ଆସିଥାଏ, କାହିଁକି କହିଲେ ଜାଣନ୍ତୁ...

Published By : Prameya-News7 Bureau | December 31, 2021 IST

ନୂଆଦିଲ୍ଲୀ ୩୧/୧୨: ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ଦୁଇ ଦଳ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଥର ପାଇଁ ଭାରତ ସେଞ୍ଚୁରିଆନରେ ଏହି ଜିତାପଟ ହାସଲ କରିଛି ।

ଭାରତର ଏହି ଐତିହାସିକ ବିଜୟର ହିରୋ ହେଉଛନ୍ତି କେ.ଏଲ୍ ରାହୁଲ । ଯିଏ ପ୍ରଥମ ଇନିଂସରେ ଗୋଟିଏ ଶତକ ହାସଲ କରିଥିଲେ । ପରେ ଚମତ୍କାର ଫିଲ୍ଡିଂ ମଧ୍ୟ କରିଥିଲେ । ତେବେ ରାହୁଲଙ୍କ ଏପରି ଫର୍ମ ଦେଖିବା ପରେ ପୂର୍ବତନ ଭାରତୀୟ କ୍ରିକେଟ୍ ମହମ୍ମଦ କୈଫ କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ କେ.ଏଲ୍ ରାହୁଲଙ୍କ ଖେଳ ମୋତେ ରାହୁଲ ଦ୍ରାବିଡଙ୍କୁ ମନେ ପକାଇଦେଉଛି । ସର୍ବଦା ଦଳ ପାଇଁ ନିଃସ୍ୱାର୍ଥପର ମଣିଷଟିଏ ।

ଓପନର୍ସ, ଅତିରିକ୍ତ ୱିକେଟ୍ କିପର, ବିଳମ୍ବରେ ଆସୁଥିବା ବ୍ୟାଟ୍ସମ୍ୟାନ୍, ନିର୍ଭରଯୋଗ୍ୟ ସ୍ଲିପ୍ ଫିଲ୍ଡର୍ସ, ସଙ୍କଟ ପରିଚାଳକ ଏବଂ ଅଫକମିଙ୍ଗ କ୍ୟାପଟେନ । ସେ ଆହୁରି ମଜ୍ଜାଦାର କଥା କହିଛନ୍ତି ଯେ, ରାହୁଲଙ୍କୁ ବିବାହ, ପାର୍ଟିରୁ ବି ଅର୍ଡର ଆସିଥାଏ । ସୂଚନା ଥାଉକି, ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ଶତକ ହାସଲ କରିଥିଲେ । ସେ ପ୍ରଥମ ଇନିଂସରେ ୧୨୩ ରନ୍ ସଂଗ୍ରହ କରିଥିଲେ । ଫଳରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.