ଅକଲାଣ୍ଡ ୨୪।୦୧: ଶୁକ୍ରବାର ଦିନ ଅକଲାଣ୍ଡର ଗ୍ରୀନ ପାର୍କରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟେଣ୍ଟି ସିରିଜ ଆରମ୍ଭ । ସିରିଜର ପ୍ରଥମ ମ୍ୟାଚ୍ ଭାରତୀୟ ସମୟନୁସାରେ ଅପରାହ୍ନ ୧୨.୨୦ରେ ଖେଳାଯିବ । ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଜିତି ଉଭୟ ଦଳ ନିଜ ନିଜର ସିରିଜ ଆରମ୍ଭ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।
{"id":215202,"sizeSlug":"large"}ଭାରତୀୟ ଦଳ ଗତ ଅଷ୍ଟ୍ରେଲିଆ ସିରିଜରେ ଦମ୍ଦାର ପ୍ରଦର୍ଶନ କରିଥିଲା । ଏବଂ ଏହି ପ୍ରଦର୍ଶନକୁ ଜାରି ରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଭାରତୀୟ ଅଧିନାୟକ । ଅଷ୍ଟ୍ରେଲିଆ ସିରିଜରେ ଖେଳାଳି ରିଷଭ ପନ୍ଥଙ୍କ ସ୍ଥାନରେ କେ.ଏଲ୍ ରାହୁଲଙ୍କୁ ଓ୍ବିକେଟ ରକ୍ଷକ କରାଇଥିଲେ । ଚଳିତ ସିରିଜରେ କେ.ଏଲ୍ ରାହୁଲ ଓ୍ବିକେଟ ରକ୍ଷକ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ବିରାଟ ଏହାର ସଙ୍କେତ ଦେଇଛନ୍ତି । ସେହିପରି ସଞ୍ଜୁ ସାମ୍ସମ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଦେଖିବାର ହେଲେ ସଞ୍ଜୁ ସାମ୍ସନ କାହା ସ୍ଥାନରେ ଏକାଦଶରେ ସାମିଲ ହେବେ ।
wp:core-embed/twitter {"url":"https://twitter.com/BCCI/status/1220280961167872000","type":"rich","providerNameSlug":"twitter","className":""} /wp:core-embed/twitterଭାରତୀୟ ଟିମ୍ ପୁଣି ଥରେ ଏହି ଗସ୍ତରେ ନିଜର ବୋଲିଂ ବିଭାଗକୁ ପରଖିବାକୁ ପଡିବ । ଚଳିତ ଟି-ଟ୍ବେଣ୍ଟି ସିରିଜରେ ଯୁବ ବୋଲରଙ୍କ ପ୍ରଦର୍ଶନ ଭିତ୍ତି ଆଗମୀ ଟି-ଟ୍ବେଣ୍ଟି ବିଶ୍ବକପ୍ ପାଇଁ ଚୟନ କରାଯିବ । ଜସ୍ପ୍ରୀତ୍ ବୁମ୍ରାହ ଆଘାତ ସମସ୍ୟାରୁ ଫେରିବା ପରେ ବୋଲିଂରେ ପ୍ରଭାବ କମ୍ ରହିଥିବାର ଦେଖିବାକୁ ମିଳିଛି । ଚଳିତ ସିରିଜରେ ନିଜର ଲକ୍ଷ୍ୟ ହାସଲ କରିବାକୁ ସୁଯୋଗ ମଧ୍ୟ ରହିଛି । ନ୍ୟୁଜିଲାଣ୍ଡରେ ଦ୍ରୁତ ବୋଲରଙ୍କୁ ସହାୟକ ହେବ ବୋଲି ଆଶା କରାଯାଉଛି ।