LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲଙ୍କ ହାତରୁ ବଡ଼ ଦାୟିତ୍ୱ ଛଡ଼ାଇ ନେଲା ବିସିସିଆଇ, ଖରାପ ପ୍ରଦର୍ଶନ ଯୋଗୁଁ ନେଲା ନିଷ୍ପତ୍ତି

19/02/2023 at 9:51 PM

ନୂଆଦିଲ୍ଲୀ: ବିସିସିଆଇ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ବର୍ଡର ଗାଭାସ୍କାର ଟ୍ରଫିର ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍ ପାଇଁ ଟିମ୍ ଘୋଷଣା କରିଛି । ଭାରତୀୟ ଟିମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ବ୍ୟାଟର କେଏଲ ରାହୁଲଙ୍କ ଉପରେ ବଡ଼ ଆକ୍ସନ ନେଇଛି । ରାହୁଲଙ୍କଠାରୁ ଟେଷ୍ଟ ଟିମର ଉପଅଧିନାୟକ ଦାୟିତ୍ୱ ଛଡାଇ ନିଆଯାଇଛି । ଚାରି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ପୂର୍ବରୁ ବିସିସିଆଇ ରାହୁଲଙ୍କୁ ଉପଅଧିନାୟକ ଘୋଷଣା କରିଥିଲା । କିନ୍ତୁ ଏବେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ଯାହାକୁ ନେଇ କେବଳ ରାହୁଲ ନୁହନ୍ତି ବରଂ ଟିମ୍ ମ୍ୟାନେଜମେଣ୍ଟ ଏବଂ ବୋର୍ଡ ମଧ୍ୟ ଏବେ ପ୍ରଶ୍ନ ଘେରର ଅଛି । ପୂର୍ବତନ କ୍ରିକେଟରଙ୍କ ସହ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ଏହା ଉପରେ ଅନେକ ପ୍ରତିକ୍ରିୟା ରଖିଛନ୍ତି ଏବଂ ଶୁଭମନ ଗିଲଙ୍କୁ ଟିମରେ ସ୍ଥାନ ଦେବା ପାଇଁ ଯୁକ୍ତି ରଖିଛନ୍ତି ।

କେ.ଏଲ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଟେଷ୍ଟ ମ୍ୟାଚରେ ଓପନର ଭାବେ ତିନି ଇନିଂସରେ ମାତ୍ର ୩୮ ରନ କରିଥିଲେ । ରାହୁଲ ଏକ ବର୍ଷରୁ ଅଧିକ ସମୟ ଧରି ଟେଷ୍ଟରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ନାହାନ୍ତି । ୨୦୨୨ରେ ଜୋହାନ୍ସବର୍ଗରେ ଦ.ଆଫ୍ରିକା ବିପକ୍ଷରେ ଶେଷ ଥର ଅର୍ଦ୍ଧଶକତ ହାସଲ କରିଥିଲେ । ୨୦୧୪ ଡିସେମ୍ୱରରେ ଡେବ୍ୟୁ କରିଥିବା ରାହୁଲ ୪୭ଟି ଟେଷ୍ଟରେ ୩୩.୪୪ ହାରରେ ୨୬୪୨ ରନ କରିଛନ୍ତି । ଏଥିରେ ୭ ଶତକ ଏବଂ ୧୩ ଅର୍ଦ୍ଧଶତକ ରହିଛି ।   

   Related Posts