ଓପନିଂ ପାଇଁ ଆସିଲେ, ମାତ୍ର ୧ ରନ୍ କରି ଫେରିଲେ ପ୍ୟାଭିଲିୟନ : ରାହୁଲଙ୍କ ଉପରେ ବର୍ଷିଲେ ପ୍ରଶଂସକ
21/08/2022 at 7:23 AM

ନୂଆଦିଲ୍ଲୀ, ୨୧|୦୮: ଭାରତ ଓ ଜିମ୍ବାଓ୍ୱେ ମଧ୍ୟରେ ଶନିବାର ଦ୍ୱିତୀୟ ଦିନିକିଆ ଖେଳାଯାଇଥିଲା । ଏଥିରେ ଭାରତ ଘରୋଇ ଟିମକୁ ୫ ଓ୍ୱିକେଟରେ ମାତ୍ ଦେଇଛି । ତେବେ ପ୍ରଥମ ଦିନିକିଆରେ ଭାରତ ପାଇଁ ଓପନିଂ କରିଥିଲେ ଶିଖର ଧାଓ୍ୱନ ଓ ଶୁଭମନ ଗିଲ୍ । ସେତେବେଳେ କେଏଲ ରାହୁଲ ଓପନିଂ କରିବା ଦରକାର ବୋଲି କୁହାଯାଇଥିଲା । ଦ୍ୱିତୀୟ ଦିନିକିଆରେ ଏପରି ହିଁ ହୋଇଥିଲା । କିନ୍ତୁ ରାହୁଲ ଫେଲ୍ ମାରିଥିଲେ । ମାତ୍ର ୧ ରନ୍ କରି ସେ ପ୍ୟାଭିଲିୟନ ଫେରିଥିଲେ ।
ICT AND KL RAHUL FANS AFTER HIS WICKET 😶 #Rahul #INDvsZIM pic.twitter.com/Z4XddK3jiT
— ViRut Pholi (@ViRut_PhoLi) August 20, 2022
ଜିମ୍ବାଓ୍ୱେ ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୧୬୧ ରନ୍ ସ୍କୋର କରିଥିଲା । ଏହି ଲକ୍ଷ୍ୟର ପିଛା କରିବା ପାଇଁ ଭାରତ ପାଇଁ ଓପନିଂ ଯୋଡିରେ କ୍ରିଜକୁ ଆସିଥିଲେ ଧାଓ୍ୱନ ଓ ରାହୁଲ । ପ୍ରଶଂସକଙ୍କୁ ଏହି ନିଷ୍ପତ୍ତି ଭଲ ଲାଗିଥିଲା । କାରଣ ଆହତ ସମସ୍ୟା ଦେଇ ଗତି କରୁଥିବା ରାହୁଲଙ୍କୁ ଅଭ୍ୟାସ ଦରକାର ଥିଲା ।
"KL Rahul" https://t.co/OBqD3Ojey3
— Raja babu (@Rajabab36299257) August 20, 2022
କିନ୍ତୁ ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲା । ଇନିଂସର ଦ୍ୱିତୀୟ ଓଭରରେ ଓ୍ୱିକ୍ଟର ନ୍ୟାୟୁଚିଙ୍କ ଏକ ବଲ ରାହୁଲଙ୍କ ପ୍ୟାଡରେ ବାଜିଥିଲା । ଅମ୍ପାୟାର ଏହାକୁ ଆଉଟ୍ ଦେଇଥିଲେ । ରାହୁଲ ରିଭ୍ୟୁ ନେଇଥିଲେ ବି ତାହା ବିଫଳ ଯାଇଥିଲା ।
ରାହୁଲ ଆଉଟ୍ ହେଲା ପରେ ତାଙ୍କ ପ୍ରଶଂସକ ଖୁବ୍ ଅସନ୍ତୁଷ୍ଟ ହୋଇଛନ୍ତି । ଏସିଆ କପ୍ ପୂର୍ବରୁ ରାହୁଲଙ୍କ ଫର୍ମ ଚିନ୍ତା ବଢାଇ ଦେଇଛି । କିଛି ଫ୍ୟାନ୍ କଣ ପାଇଁ ଭାଇ ଏପରି କରୁଛ ବୋଲି ଲେଥିଛନ୍ତି । ଆଉ କେହି ବିରାଟ କୋହଲି ଓ କେଏଲ ରାହୁଲ ସମ୍ପୂର୍ଣ୍ଣ ଭାବେ ଫେଲ ହୋଇଥିବା ଲେଖିଛନ୍ତି । ଆଉ କେହି ରାହୁଲ ନୁହେଁ, ଋଷଭ ପନ୍ତ ଦଳର ନେତୃତ୍ୱ ନେବେ ବୋଲି କହିଛନ୍ତି ।