'ମୁଁ ବସି ଯାଉଛି' : ବିରାଟଙ୍କ ଓପନିଂ ପ୍ରସଙ୍ଗରେ ମଜାଳିଆ ଉତ୍ତର ଦେଲେ କେଏଲ ରାହୁଲ

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ, ୧୦|୦୯:  ଏସିଆ କପର ଶେଷ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ବଡ ରନରେ ମାତ୍ ଦେଇଥିଲା । ମୁକାବିଲାରେ କିଙ୍ଗ୍ ବିରାଟ କୋହଲି ୧୨୨ ରନର ଅପରାଜେୟ ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ବିରାଟ କେଏଲ ରାହୁଲଙ୍କ ସହ ଓଫନିଂ ମଧ୍ୟ କରିଥିଲେ । ତେବେ ଟି୨୦ ବିଶ୍ୱକପରେ ଭାରତ ପାଇଁ ବିରାଟ ଓପନିଂ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା । ତେଣୁ କେଏଲ ରାହୁଲଙ୍କ ସହ ବିରାଟ କୋହଲି ଓପନିଂ ପାଇଁ ଓହ୍ଲାଇଥିଲେ । ମ୍ୟାଚ୍ ପରେ କେଏଲ ରାହୁଲଙ୍କୁ କଣ ଆଗକୁ ବିରାଟ ଓପନିଂ କରିବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ମଜାଳିଆ ଉତ୍ତର ଦେଇଥିଲେ ରାହୁଲ ।

wp:html /wp:html

ରାହୁଲ ହସି ହସି କହିଥିଲେ ଯେ, ସେ କଣ ନିଜେ ବାହାରେ ବସିବେ କି । ଏହି ଉତ୍ତର ଶୁଣି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତି ସମସ୍ତେ ହସିଥିଲେ । ଏହାପରେ କେଏଲ ରାହୁଲ କହିଥିଲେ ଯେ, କୋହଲି ଏବେ ଲଗାତର ଦଳ ପାଇଁ ରନ୍ କରୁଛନ୍ତି । ଯାହା ଦଳ ପାଇଁ ଶୁଭ । ବିରାଟ ଦମଦାର ପାଳି ଖେଳିଥିଲେ । ତେବେ ବିରାଟ କୋହଲି କେବଳ ଓପନିଂ କଲେ ଶତକ ମାରିବେ ତାହା ନୁହେଁ । ସେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଲେ ବି ଏପର ପାଳି ଖେଳିପାରିବେ ।

ସୂଚନାଯୋଗ୍ୟ, କୋହଲି ଆଇପିଏଲରେ ମଧ୍ୟ ଓପନିଂ କରୁଥିବା ନଜିର ରହିଛଛି । ଅନେକ ଦମଦାର ପାଳି ଖେଳିଛନ୍ତି ସେ ।  କିନ୍ତୁ ଭାରତ ପାଇଁ ସେ ତିନି ନମ୍ବର ସ୍ଥାନରେ ଖେଳିଥାନ୍ତି । କାରଣ ଓପନିଂ ଯୋଡିରେ ରାହୁଲ ଓ ରୋହିତ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.