ଟି-୨୦ ରାଙ୍କିଙ୍ଗ୍‌ରେ ରାହୁଲ ଓ ଗୁପଟିଲ୍‌ଙ୍କୁ ଫାଇଦା, ଟପ୍-୧୦ରୁ ବାଦ୍ ପଡିଲେ ବିରାଟ-ରୋହିତ

Published By : Prameya-News7 Bureau | November 24, 2021 IST

ନୂଆଦିଲ୍ଲୀ ୨୪।୧୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପକ୍ଷରୁ ବୁଧବାର ଟି-୨୦  ବ୍ୟାଟସମ୍ୟାନ ମାନ୍ୟତା ଜାରି କରାଯାଇଛି। ସଦ୍ୟତମ ମାନ୍ୟତାରେ ଭାରତୀୟ ଦଳର ଓପନିଂ ବ୍ୟାଟସମ୍ୟାନ କେଏଲ ରାହୁଲ, ପାକିସ୍ତାନର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନ ଓ ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ମାର୍ଟିନ୍ ଗୁପଟିଲ୍‌ଙ୍କୁ ଫାଇଦା  ମିଳିଛି। ଗୁପଟିଲ୍‌ ତିନୋଟି ସ୍ଥାନ ଉପରକୁ ଉଠି ଟପ୍-୧୦କୁ ଫେରିଥିବା  ବେଳେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏଥିରୁ ବାଦ୍ ପଡିଛନ୍ତି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌କୁ ୩-୦ରେ କ୍ଲିନ ସୁଇପ୍ କରିଛି। ରାହୁଲ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏହାର ଫାଇଦା ତାଙ୍କୁ ମାନ୍ୟତାରେ ମିଳିଛି।

ଏହି ସିରିଜ୍‌ରେ ମାର୍ଟିନ ଗୁପଟିଲ୍ ଦମଦାର ବ୍ୟାଟିଂ କରିଛନ୍ତି। ପୁରସ୍କାର ସ୍ଵରୂପ ସେ ଶୀର୍ଷ ୧୦କୁ ଫେରିଛନ୍ତି। ମହମ୍ମଦ ରିଜଓ୍ଵାନ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ନିଜର ଫର୍ମ ଜାରି ରଖି ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ପାକିସ୍ତାନର ଅଧିନାୟକ ବାବର ଆଜମ ପୂର୍ବବତ୍ତ ଶୀର୍ଷରେ ଅଛନ୍ତି। ଦ୍ଵିତୀୟରେ ଅଛନ୍ତି ଇଂଲଣ୍ଡର ଡେଭିଡ୍ ମଲାନ।

wp:html /wp:html

ଟପ୍-୧୦ରେ ଏକ ମାତ୍ର ଭାରତୀୟ  ବ୍ୟାଟସମ୍ୟାନ ହେଉଛନ୍ତି କେଏଲ ରାହୁଲ। ସେ ଷଷ୍ଠରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବିରାଟ କୋହଲି ନିକଟରେ ସଂପନ୍ନ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଖେଳି ନାହାନ୍ତି। ତେଣୁ ତାଙ୍କ ମାନ୍ୟତାରେ କୌଣସି ପରିବର୍ତ୍ତନ ଘଟିନାହିଁ। ସେ ୧୧ତମ ସ୍ଥାନରେ ଥିବା ବେଳେ ଭାରତୀୟ ଟି-୨୦ ଦଳର ନୂତନ ଅଧିନାୟକ ରୋହିତ ଶର୍ମା ୧୩ତମ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.