ଫିଟ୍ ହେଲେ କେଏଲ ରାହୁଲ, ଜିମ୍ୱାୱେ ବିପକ୍ଷ ସିରିଜରେ ନେବେ ନେତୃତ୍ୱ

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ପରେ ଏବେ ଭାରତୀୟ କ୍ରିକେଟ ଟିମ ଜିମ୍ୱାୱେ ଗସ୍ତ କରିବ । ଅଗଷ୍ଟ ୧୮ରୁ ଜିମ୍ୱାୱେ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରେ ଭାରତର ବି ଟିମ ଯିବ। ଏହି ସିରଜରେ ଶିଖର ଧାୱନଙ୍କୁ ଟିମର ଅଧିନାୟକ ନିଯୁକ୍ତ କରାଯାଇଥିଲା। ତେବେ ଏହି ଗସ୍ତ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ବଡ ଘୋଷଣା କରିଛି।

ଟିମ ଇଣ୍ଡିଆର ଷ୍ଟାର ଓପନର କେଏଲ ରାହୁଲ ମ୍ୟାଚ ପାଇଁ ଫିଟ୍ ହୋଇଛନ୍ତି। ଏହାସହ ଜିମ୍ୱାୱେ ଗସ୍ତରେ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଉଲ୍ଲେଖଯୋଗ୍ୟ ଯେ, କେଏଲ ରାହୁଲ ପୂର୍ବରୁ ଏହି ଗସ୍ତରୁ ବାଦ ପଡିଥିଲେ। ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ଟିମରେ ତାଙ୍କୁ ସାମିଲ କରାଯାଇଛି। ଜିମ୍ୱାୱେ ଗସ୍ତରେ ଭାରତ ତିନୋଟି ଦିନିକିଆ ମ୍ୟାଚ ଖେଳିବ।

wp:html /wp:html

ଭାରତୀୟ ଟିମ

ଶିଖର ଧାୱନ, ରୁତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱି. କିପର), ସଞ୍ଜୁ ସାମସନ (ୱି. କିପର), ୱାଶିଂଟନ୍ ସୁନ୍ଦର, ଶାରଦୁଲ ଠାକୁର, କୁଲଦୀପ ଯାଦବ , ଆକ୍ସର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଓ ଦୀପକ ଚହର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.