ଲର୍ଡସ୍‌ରେ ଇତିହାସ ରଚିଲେ କେଏଲ୍‌ ରାହୁଲ

Published By : Prameya-News7 Bureau | August 12, 2021 IST

ନୂଆଦିଲ୍ଲୀ ୧୨/୦୮: ଟିମ୍‌ ଇଣ୍ଡିଆର ଓପନର କେଏଲ୍‌ ରାହୁଲ ଲର୍ଡସ୍‌ ଟେଷ୍ଟରେ ଶତକ ମାରି ଇତିହାସ ରଚି ଦେଇଛନ୍ତି। ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌ରୁ ଦୂରେଇ ରହିଥିବା ରାହୁଲ ଲର୍ଡସର ଐତିହାସିକ ମୈଦାନରେ ନିଜ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି । ଗତ ୩୧ ବର୍ଷ ମଧ୍ୟରେ କେଏଲ ରାହୁଲ ଏକମାତ୍ର ଭାରତୀୟ କ୍ରିକେଟର ଯିଏକି ଲର୍ଡସ୍‌ରେ ଶତକ ମାରିଛନ୍ତି ।

ଲର୍ଡସ୍‌ ଗ୍ରାଉଣ୍ଡରେ ଶେଷ ଥର ପାଇଁ କୌଣସି ଭାରତୀୟ ଓପନର ୧୯୯୦ରେ ଶତକ ମାରିଥିଲେ। କେଏଲ ରାହୁଲ ୩ ବର୍ଷ ପରେ ଟେଷ୍ଟରେ ୧୦୦ ରନ୍‌ ପୂରା କରିଛନ୍ତି। ୨୦୧୮ରେ ସେ ଶତକ ମାରିଥିବା ବେଳେ ଓଭଲ୍‌ ମୈଦାନରେ ୧୪୯ ରନ୍‌ର ପାଳି ଖେଳିଥିଲେ । ତାପରେ ୧୨ ଟି ପାଳିରେ ସେ ଅର୍ଦ୍ଧଶତକ ମାରିବାରେ ବିଫଳ ହେବାରୁ ତାଙ୍କୁ ଟେଷ୍ଟ ଟିମ୍‌ରୁ ବାହାରେ ରହିବାକୁ ପଡ଼ିଥିଲା।

୨ ବର୍ଷ ପରେ ତାଙ୍କୁ ସୁଯୋଗ ମିଳିଥିଲା। ନର୍ଟିହାମ୍‌ ଟେଷ୍ଟରେ ମୟଙ୍କ ଅଗ୍ରଓ୍ବାଲ୍‌ ଆହତ ହେବାରୁ ତାଙ୍କୁ ଓପନିଂ କରିବାକୁ ସୁଯୋଗ ମିଳିଥିଲା। ସେହି ମ୍ୟାଚ୍‌ରେ ସେ ୮୪ ରନ୍‌ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଭାରତ ଖେଳୁଥିବା ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଲର୍ଡସ୍‌ରେ ଖେଳାଯାଉଛି। ଏବେ ସୁଦ୍ଧା ଦଳ ଦୁଇ ଓ୍ବିକେଟ ବିନିମୟରେ ୨୬୭ ରନ୍‌ ସଂଗ୍ରହ କରିଛି। କ୍ରିଜ୍‌ରେ ଏବେ ରାହୁଲ ଏବଂ କୋହଲି ବ୍ୟାଟିଂ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.