ନୂଆଦିଲ୍ଲୀ ୧୭/୦୯: କେ. ଏଲ୍ ରାହୁଲ୍ ଆଇପିଏଲ୍ର ଆଗାମୀ ସିଜନ ୨୦୨୫ରେ କେଉଁ ଟିମ୍ରେ ଖେଳିବେ । ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ମାର୍କେଟରେ ଲଗାଯାଉଛି ଅନେକ ଅନୁମାନ । କୁହାଯାଉଛି କି, ଅକ୍ସନ ପୂର୍ବରୁ ରାହୁଲ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟିମ୍ ଛାଡିବେ । ତେବେ ଚର୍ଚ୍ଚା ହେଉଥିଲା କି ଯଦି ରାହୁଲ ଲକ୍ଷ୍ନୌ ଛାଡିବେ, ତେବେ କୁଆଡେ ଯିବେ ।
ଏବେ କୁହାଯାଉଛି କି, ସେ କୁଆଡେ RCB ଯିବାକୁ ମନେବଳାଇଛନ୍ତି । ଅର୍ଥାତ୍ ଆସନ୍ତା ବର୍ଷରୁ ସେ RCBjରେ ଖେଳିବେ ବୋଲି ଚର୍ଚ୍ଚା ହେଉଛି । ବିରାଟ କୋହଲି ଆରସିବି ପାଇଁ ଖେଳୁଛନ୍ତି । ତେବେ ଏହି ଭିଡିଓ ସାମ୍ନାକୁ ଆସିବେ ପରେ ଏହି ଅଟକଳ ଲାଗୁଛି କି, ସେ ଏହି ଟିମ୍ରେ ସାମିଲ ହୋଇପାରନ୍ତି ।
ଭିଡିଓରେ କେ.ଏଲ ରାହୁଲ RCB ଯିବା ନେଇ ପ୍ରଶ୍ନ ପଚରାଯାଇଥିଲା । ଏହାକୁ ନେଇ ରାହୁଲ କହିଥିଲେ କି, ଆଶା ଅଛି କି ଏହା ହିଁ ହେଉ । କେ. ଏଲ ରାହୁଲ୍ ଲକ୍ଷ୍ନୌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିଲେ । ରାହୁଲ ୨୦୧୩ରେ ଆରସିବି ସହ ନିଜର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ ।
୪ଟି ସିଜିନରେ ସେ ଏହି ଟିମ୍ ପାଇଁ ଖେଳିଥିଲେ । ସୂଚନା ଥାଉକି, ରାହୁଲ ଏବେ ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଟିମ୍ରେ ସାମିଲ ହୋଇଛନ୍ତି । ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍ ୧୯ ସେପ୍ଟେମ୍ୱରରୁ ଆରମ୍ଭ ହେବ । ରାହୁଲଙ୍କୁ ସରପରାଜ ଖାନ୍ଙ୍କ ବଦଳରେ ମ୍ୟାଚ୍ରେ ଖେଳିବାର ଚାନ୍ସ ମିଳିଛି ।