କେଏଲ ରାହୁଲଙ୍କ କମାଲ, ଲଗାତାର ପାଞ୍ଚଟି ସିଜିନରେ କଲେ ୫୦୦ରୁ ଅଧିକ ରନ
18/05/2022 at 10:14 PM

ମୁମ୍ବାଇ: ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେଏଲ ରାହୁଲ ଆଇପିଏଲ ୨୦୨୨ରେ ରନ ମେସିନ ପାଲଟିଛନ୍ତି। ବୁଧବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ମଧ୍ୟ ରାହୁଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ସବୁଠୁ ବଡ କଥା କେଏଲ ରାହୁଲ ଏମିତି ରେକର୍ଡ କରିଛନ୍ତି, ଯାହା କୌଣସି ଭାରତୀୟ ଖେଳାଳି କରି ପାରି ନାହାନ୍ତି।
ଆଇପିଏଲ ଇତିହାସରେ ରାହୁଲ ଲଗାତାର ପଞ୍ଚମ ସିଜିନରେ ୫୦୦ରୁ ଅଧିକ ରନ କରିଛନ୍ତି। ଏମିତି କରିବାରେ ସେ ପ୍ରଥମ ଭାରତୀୟ ଖେଳାଳି। ଚଳିତ ସିଜିନରେ ମଧ୍ୟ ରାହୁଲ ନିଜର ୫୦୦ ରନ ପୂରଣ କରିଛନ୍ତି। କେଏଲ ରାହୁଲ ୨୦୧୮, ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ରେ ୫୦୦ ରନ ପୂରଣ କରି ସାରିଛନ୍ତି।
ଗତ ପାଞ୍ଚଟି ସିଜିନରେ କେଏଲ ରାହୁଲଙ୍କ ପ୍ରଦର୍ଶନ
୨୦୨୨- ୫୧୬ *
୨୦୨୧- ୬୨୬
୨୦୨୦- ୬୭୦
୨୦୧୯- ୫୯୩
୨୦୧୮- ୬୫୯
ଯଦି କେଏଲ ରାହୁଲଙ୍କ ଆଇପିଏଲ ରେକର୍ଡ ଉପରେ ନଜର ପକାଇବା ତେବେ ତାଙ୍କ ପ୍ରଦର୍ଶନ ଆହୁରି ଉନ୍ନତ ହେବାରେ ଲାଗିଛି। ରାହୁଲ ପାଖାପାଖି ୪୮ ହାରରେ ରନ କରି ଚାଲିଛନ୍ତି। କେବଳ ୧୦୩ ମ୍ୟାଚ୍ରୁ ସେ ୩୮୦୦ ରନ ପାଖାପାଖି କଲେଣି।
ଯଦି ଲଗାତାର ୫୦୦ରୁ ଅଧିକ ରନ କରିବା ରେକର୍ଡ ଉପରେ ନଜର ପକାଯାଏ ତେବେ ଡେଭିଡ୍ ଓ୍ଵାର୍ଣ୍ଣର ବହୁ ଆଗରେ ଅଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଆଇପିଏଲ କିମ୍ବଦନ୍ତୀ ଖେଳାଳି କୁହାଯାଏ। ସେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରତିଟି ସିଜିନରେ ୫୦୦ରୁ ଅଧିକ ରନ କରିଛନ୍ତି।