ଚହର ନୁହେଁ, ଏହି କ୍ରିକେଟରଙ୍କ ବିବାହରେ ପହଞ୍ଚିଥିଲେ କେ.ଏଲ୍ ରାହୁଲ୍, ସେୟାର କଲେ ଫଟୋ

Published By : Prameya-News7 Bureau | June 02, 2022 IST

ନୂଆଦିଲ୍ଳୀ ୦୨।୦୬ : ଭାରତୀୟ ଦଳର ଦ୍ରୁତ ବୋଲର ଦୀପକ ଚହର ଜୁନ୍ ୧ ଅର୍ଥାତ୍‌ ବୁଧବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟାଙ୍କ ହାତ ଧରିଥିଲେ। ଦୀପକ ଚହରଙ୍କ ବିବାହରେ ଅନେକ ବଡ ବଡ ଖେଳାଳୀ ଉପସ୍ଥିତ ଥିଲେ। କିନ୍ତୁ କେ.ଏଲ୍ ରାହୁଲ ସେହି ବିବାହକୁ ଆସି ନଥିଲେ । ଦୀପକଙ୍କ ବିବାହରେ ହିଁ ନୁହେଁ ବରଂ ବହରିନ ପାଇଁ ଖେଳୁଥିବା କ୍ରିକେଟରଙ୍କ ବିବାହରେ ଯୋଗ ଦେଇଥିଲେ। ଏନେଇ ସେ ଏକ ବିବାହର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ କେ.ଏଲ୍ ରାହୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବହରିନ ପାଇଁ ଖେଳୁଥିବା ଡେଭିଡ ମାଥିଆସଙ୍କ ବିବାହରେ ନଜର ଆସିଛନ୍ତି। ସେ ଦୁହିଁଙ୍କୁ ହଳଦୀ ଲଗାଉଥିବାର ଦେଖିବାକୁ ମିଳିଛି। କେଏଲ ରାହୁଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡେଭିଡ ମାଥିଆସ ଏବଂ କଲ୍ୟାଣୀ ଦେଶାଇଙ୍କ ବିବାହ ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, 'ଭାଇଙ୍କ ବିବାହ'

କହିବାକୁ ଗଲେ କର୍ଣ୍ଣାଟକରେ ଜନ୍ମିତ ଡେଭିଡ ମାଥିଆସ୍ ୫ ବର୍ଷ ମଧ୍ୟରେ ଭାରତରେ କେବଳ ୫ଟି ଫାଷ୍ଟ କ୍ଲାସ୍‌ ମ୍ୟାଚ୍ ଖେଳିଥିଲେ । ସେହି ସମୟ କେଏଲ ରାହୁଲ ମଧ୍ୟ କିଛି ମ୍ୟାଚରେ ତାଙ୍କ ସହ ଥିଲେ। ସେହି ଦିନଠାରୁ ଉଭୟଙ୍କର ବନ୍ଧନ ଘନିଷ୍ଠ ହୋଇ ଯାଇଥିଲା ​​। ସେଥିପାଇଁ କେ.ଏଲ ରାହୁଲ ଦୀପକ ଚହରଙ୍କ ବିବାହକୁ ନ ଯାଇ ଡେଭିଡ ମାଥିଆସଙ୍କ ବିବାହରେ ଯୋଗ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.