suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

କେଏଲ ରାହୁଲଙ୍କ ନୂଆ ଇନିଂସ, ଆଥିଆଙ୍କ ସହ ନେଲେ ସାତ ଫେରା

23/01/2023 at 7:17 PM

ନୂଆଦିଲ୍ଳୀ, ୨୩/୦୧: ବିବାହ ବନ୍ଧନରେ ବାନ୍ଧିହେଲେ ଆଥିଆ ସେଟ୍ଟୀ ଏବଂ କେଏଲ ରାହୁଲ। ସୋମବାର ଉଭୟ  ଦକ୍ଷିଣ ଭାରତ ରୀତି ନୀତି ଅନୁସାରେ ବିବାହ କରିଛନ୍ତି। ଏହି ବିବାହକୁ ନେଇ କ୍ରିକେଟ ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି ଉତ୍ସାହିତ ଥିଲା। ଆଉ ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। ସୋମବାର ବଲିଉଡ ଏବଂ କ୍ରିକେଟ ଜଗତର ଦୁଇ ଷ୍ଟାର ବିବାହ କରିଛନ୍ତି। ସରିଛି ଆଥିଆ-କେଏଲ ରାହୁଲଙ୍କ ବିବାହ। ବିବାହରେ ତାଙ୍କର ପରିଜନ ତଥା ବନ୍ଧୁମାନଙ୍କ ଉପସ୍ଥିତିରେ ହୋଇଛି ବିବାହ। ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ଆଥିଆ ଏବଂ କେ ଏଲ ରାହୁଲଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଅବସରରେ ଅଂଶୁଲା କପୂର, କୃଷ୍ଣା ଶ୍ରଫ୍ ଏବଂ ଡାଏନା ପେଣ୍ଟି ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଥାଉ, ଶନିବାର ଠାରୁ ହିଁ ଉଭୟଙ୍କର ପ୍ରି ଓ୍ବେଡିଂ ଆରମ୍ଭ ହୋଇଯାଇଥିଲା। ରବିବାର ରାତିରେ ପରିବାର ସଂଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥଲେ। ତେବେ ଏହି ବିବାହ ଉତ୍ସବରେ ମିଡିଆକୁ ଦୂରରେ ରଖାଯାଇଥିଲା। କିନ୍ତୁ ତଥାପି କିଛି ଫଟୋ ସାମ୍ନାକୁ ଆସିଥିଲା। ଧଳା ରଙ୍ଗର ଫୁଲରେ ମଣ୍ଡପକୁ ସଜ୍ଜିତ ହୋଇଥିଲା। ସୁନୀଲ ସେଟ୍ଟୀଙ୍କ ଫାର୍ମ ହାଉସ୍‌ ନିକଟ ହୋଟେଲରେ କେ ଏଲ ରାହୁଲଙ୍କ ପରିବାର ଲୋକେ ରହିଥିଲେ। ଦିନ ୩ ଟା ସମୟ​‌ରେ ବରଯାତ୍ରୀ ବାହାରିଥିଲେ। ରିପୋର୍ଟ ଅନୁଯାୟୀ ବିବାହରେ ପ୍ରାୟ ୧୦୦ ଅତିଥି ଉପସ୍ଥିତ ରହିଥିଲେ। ଏହି ସମୟରେ ଅତିଥିଙ୍କୁ ନୋ ଫୋନ୍ ପଲିସି ନିୟମରେ ରହିବାକୁ ପଡ଼ିଥିଲା। ବିବାହ ସ୍ଥାନକୁ ଫୋନ୍ ନେଇ ଯିବାର ଅନୁମତି ନଥିଲା।

   Related Posts