AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଆଉ କେଇ ଘଣ୍ଟାର ଅପେକ୍ଷା: ଖଣ୍ଡଲାରେ ରାହୁଲଙ୍କ ହାତ ଧରିବେ ଆଥିଆ, କଦଳୀପତ୍ରରେ ପରଷା ଯିବ ଖାଦ୍ୟ

23/01/2023 at 2:14 PM

ମୁମ୍ଵାଇ ୨୩।୦୧: ଷ୍ଟାର କପଲ କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ। ଦୁହିଁଙ୍କ ବିବାହକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ସୋମବାର (୨୩ ଜାନୁଆରୀ) ଏହି ଦମ୍ପତି ବିବାହ କରିବେ। ଆଜି ଏହି ଲଭବାର୍ଡଙ୍କ ପାଇଁ ବହୁତ ଖୁସିର ଦିନ । ରବିବାର ଦିନ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ସଂଗୀତ  ଓ ମେହେନ୍ଦୀ କାର୍ଯ୍ୟକ୍ରମ ଥିଲା । ଯାହାର କିଛି କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

କୁହାଯାଉଛି ବିବାହ ଅପରାହ୍ନ ପ୍ରାୟ ୪ଟା ସମୟରେ ହେବ। ଏନେଇ ସୁନୀଲ ଶେଟ୍ଟୀ ଫଟୋଗ୍ରାଫରମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ବିବାହ ପରେ ସେ ପିଲାମାନଙ୍କୁ ସେମାନଙ୍କ ସାମ୍ନାକୁ ଆଣିବେ।  ଆଥିଆ ଚାହୁଁଥିଲେ ବିବାହ ସରଳ ହେଉ, ତେଣୁ ଅତିଥିଙ୍କ ତାଲିକାରେ ପ୍ରାୟ ୧୦୦ ଲୋକ ଅଛନ୍ତି । ପରେ ଏକ ରିସେପ୍ସନ୍ ଅନୁଷ୍ଠିତ ହେବ ଯେଉଁଥିରେ କ୍ରିକେଟ୍ ଏବଂ ବଲିଉଡ ସମେତ ବଡ ବ୍ୟକ୍ତିତ୍ୱ ଯୋଗଦେବେ । ବିବାହ ସମ୍ବନ୍ଧୀୟ କିଛି ହାଇଲାଇଟ୍ ବିଷୟରେ ଚାଲନ୍ତୁ ଜାଣନ୍ତୁ…

Inside KL Rahul-Athiya Shetty's Sangeet: Suniel Shetty hosts night full of  dance, food & love | PICS, VIDEOS | Celebrities News – India TV

କଦଳୀ ପତ୍ରରେ ଖାଇବା –

ରାହୁଲ-ଆଥିଆଙ୍କ ବିବାହରେ ଦକ୍ଷିଣ ଭାରତୀୟ ରୀତିନିତିରେ ହେବ। ଏହା ରୋଷେଇ ଉପରେ ବିଶେଷ ଧ୍ୟାନ ଦିଆଯିବ। ଅତିଥିମାନଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରିବେଷଣ କରାଯିବ। ଅନ୍ୟ ସେଲିବ୍ରେଟମାନଙ୍କ ପରି ସୁନୀଲ ଶେଟ୍ଟୀଙ୍କ ଝିଅର ବିବାହରେ ମଧ୍ୟ ନୋ ଫୋନ୍ ପଲିସି ରହିବ। ବିବାହ ଉତ୍ସବରେ ଯୋଗ ଦେଉଥିବା ଅତିଥିମାନଙ୍କୁ ସୋସିଆଲ ମିଡିଆରେ କୌଣସି ଭିଡିଓ ଏବଂ ଫଟୋ ସେୟାର କରିବାକୁ ଅନୁମତି ଦିଆଯିବ ନାହିଁ। ବିଶେଷ ଅତିଥିମାନଙ୍କ ମଧ୍ୟରେ ଆଥିଆ-ରାହୁଲଙ୍କ ପରିବାର, ସୁନୀଲ ଶେଟ୍ଟୀଙ୍କ କିଛି ବିଶେଷ ବନ୍ଧୁମାନେ ଅଛନ୍ତି। ଏଥିରେ ସଲମାନ ଖାନ, ଅକ୍ଷୟ କୁମାର ଠାରୁ ଆରମ୍ଭ କରି ଜ୍ୟାକି ଶ୍ରଫ ପର୍ଯ୍ୟନ୍ତ ନାମ ସାମିଲ ।

ଅନ୍ୟପଟେ ରିସେପ୍ସନ୍ ପାର୍ଟି ଅଧିକ ବଡ଼ ହେବାକୁ ଯାଉଛି। ବିବାହ ପରେ ସୁନୀଲ ଶେଟ୍ଟୀ ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟି ଦେବେ, ଯେଉଁଥିରେ ୩୦୦୦ରୁ ଅଧିକ ଅତିଥି ଯୋଗଦେବେ ବୋଲି ଜଣାଯାଇଛି। ମନୋରଞ୍ଜନ ଜଗତ ଠାରୁ ଆରମ୍ଭ କରି କ୍ରୀଡା ଜଗତ ଏବଂ ରାଜନେତାଙ୍କ ଠାରୁ ବ୍ୟବସାୟ ଟାଇକନ୍ ପର୍ଯ୍ୟନ୍ତ ଏହି ତାଲିକାରେ ସାମିଲ ହେବେ ।

   Related Posts