scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟିମ୍‌ ଇଣ୍ଡିଆର ଦୂର ହେଲା ମିଡିଲ ଅର୍ଡର ସମସ୍ୟା, ବିଶ୍ୱକପ୍‌ ପୂର୍ବରୁ ଫର୍ମକୁ ଫେରିଲେ ଦୁଇ ଷ୍ଟାର ବ୍ୟାଟର

26/09/2023 at 11:17 AM

ମୁମ୍ବାଇ ୨୬।୦୯ : ଫର୍ମକୁ ଫେରିଛନ୍ତି ଭାରତୀୟ ଖେଳାଳି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପ୍ରଥମେ ଏସିଆ କପ୍‌କୁ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ । ଆଉ ପରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌କୁ ମଧ୍ୟ ନିଜ ନାଁରେ କରିଛି ଟିମ୍‌ ଇଣ୍ଡିଆ । ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ସତ୍ତ୍ୱେ ବି ଟିମ୍‌ ଦମ୍‌ଦାର ପ୍ରଦର୍ଶନ କରିଛି । ଖାସ୍‌ କରି ମିଡିଲ ଅର୍ଡର ବ୍ୟାଟସମ୍ୟାନ୍‌ ମାନେ ପୁରା ଫର୍ମକୁ ଫେରିଛନ୍ତି । ଯାହାକି ଏବେ ଟିମ୍‌କୁ ଧର୍ମସଙ୍କଟରେ ପକାଇଛି । ଆଗାମୀ ବିଶ୍ୱକପ୍‌ରେ ମିଡିଲ ଅର୍ଡର କିଏ ଖେଳିବ । ସେନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତାରେ ।

ଖବର ଅନୁଯାୟୀ, ଆହତ ସମସ୍ୟା ଲାଗି ଟିମ୍‌ରୁ ବାଦ୍‌ ପଡିଥିଲେ କେଏଲ୍‌ ରାହୁଲ । ଶେଷରେ ଏସିଆ କପ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ କେଏଲ୍‌ ରାହୁଲ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ ରାହୁଲ୍‌ । ଦୀର୍ଘ ଦିନ ମିଡିଲ୍‌ ଅର୍ଡର ନେଇ ଚାଲିଥିବା ଦ୍ୱନ୍ଦରେ ପୂର୍ଣ୍ଣଚ୍ଛେଦ ଲାଗିଛି । କେଏଲ ରାହୁଲ ଲଗାତର ଭାବେ ମିଡିଲ୍‌ ଅର୍ଡରରେ ସ୍କୋର କରୁଛନ୍ତି । ଏହାସହିତ ଟିମ୍‌ ପାଇଁ ଆବଶ୍ୟକ ଥିବାର ସମୟରେ ରନ୍‌ ମଧ୍ୟ କରୁଛନ୍ତି ।

ଅନ୍ୟପଟେ ଏସିଆ କପ୍‌ରେ ବିଫଳ ହୋଇଥିବା ଶ୍ରେୟସ ଆୟର ବି ଫର୍ମକୁ ଫେରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଶତକ ହାସଲ କରିଛନ୍ତି ଶ୍ରେୟସ । ଯାହାଦ୍ୱାରା ଟିମ୍‌ ଏକ ବିଶାଳ ସ୍କୋର ମଧ୍ୟ କରିଥିଲା । ଆଉ ଏହା ବଳରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ବିଜୟୀ ହୋଇଛି । ନମ୍ବର ୩ରେ ବ୍ୟାଟିଂ କରି ଶ୍ରେୟସ ଆୟର ୧୧ଟି ମ୍ୟାଚ୍‌ରେ ୬୪୨ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ରହିଛି ।

ସେହିପରି ଆଉଟ୍‌ ଫର୍ମରେ ଚାଲୁଥିବା ସୂର୍ଯ୍ୟକୁମାର ଯାଦବ ବି ଫର୍ମକୁ ଫେରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଦୁଇଟି ମ୍ୟାଚ୍‌ରେ ଲଗାତର ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨ୟ  ମ୍ୟାଚ୍‌ରେ ଖେଳିଥିଲେ ବିସ୍ଫୋରକ ପାରି । ମାତ୍ର ୩୭ ବଲ୍‌ରେ କରିଥିଲେ ୭୨ ରନ୍‌ । ଯାହାବଳରେ ଟିମ୍‌ ଏତେ ବଡ଼ ବିଶାଳ ସ୍କୋର କରିଥିଲା ।

   Related Posts