ବାଜିବ ସାହାନାଇ, ଆଜିଠୁ ରାହୁଲ-ଆଥିଆଙ୍କ ହଳଦୀ ଓ ସଙ୍ଗୀତ

Published By : Prameya-News7 Bureau | January 21, 2023 IST

ମୁମ୍ବାଇ: ଦୀର୍ଘଦିନର ଚର୍ଚ୍ଚାରେ ପଡିବ ଅବସାନ । ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ । ତିନିଦିନ ଧରି ବିବାହ ସେରିମନି ଚାଲିବାକୁ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ସମସ୍ତ ଆୟୋଜନ । ଏହି ଆୟୋଜନରେ କକଟେଲ ପାର୍ଟି, ମେହେନ୍ଦି ଏବଂ ହଲଦୀ ସମେତ ଅନେକ କାର୍ଯ୍ୟକ୍ରମ କରାଯିବ। ଏହା ପରେ ଜାନୁଆରୀ ୨୩ରେ ଚର୍ଚ୍ଚିତ ଯୋଡିଙ୍କର ପଡିବ ହାତଗଣ୍ଠି । ଏହି ବିବାହରେ କେବଳ ଅତି ନିକଟ ସମ୍ପର୍କୀୟ ଏବଂ ସାଙ୍ଗମାନେ ସାମିଲ ହେବ । ବିବାହ ଗୋପନୀୟ ଭାବେ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳାରେ ଆୟୋଜିତ ହେବ ।

{"id":735900,"sizeSlug":"full","linkDestination":"none"}

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ବିବାହ ପୂର୍ବରୁ ଶନିବାର ଠାରୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ସନ୍ଧ୍ୟାରେ ଏକ କକଟେଲ ପାର୍ଟିର ଆୟୋଜନ କରାଯାଇଛି । ଏହାପରେ ରବିବାର ଦିନ ମେହେନ୍ଦି ଏବଂ ହଲଦୀ କାର୍ଯ୍ୟକ୍ରମ କରାଯିବ । ଏହି ଫଙ୍କସନରେ କେବଳ ପରିବାରର ଅତି ନିକଟ ସମ୍ପର୍କୀୟ ଯୋଗ ଦେବେ । କାର୍ଯ୍ୟକ୍ରମର ଶେଷ ଦିନ ଅର୍ଥାତ୍ ସୋମବାର ଦିନ ରାହୁଲ ଓ ଆଥିଆଙ୍କ ପଡିବ ହାତଗଣ୍ଠି ।

wp:heading {"level":4}

ଏହି ଖବର ପଢନ୍ତୁ- ସରିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ: ସାମ୍ନାକୁ ଆସିଲା ଉତ୍ସବ ସମୟର ଫଟୋ

/wp:heading

ସୂଚନାନୁସାରେ, ଏହି ବିବାହ ପରେ ସୁନୀଲ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ପରିବାରର ବାକି ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଦୁଇଟି ବଡ ଭୋଜିର ଆୟୋଜନ କରାଯାଇଛି । ଉଭୟ ରିସେପ୍ସନ୍ ଭୋଜି ମୁମ୍ବାଇ ଏବଂ ବାଙ୍ଗାଲୋରରେ ଅନୁଷ୍ଠିତ ହେବ । ଏଥିରେ କ୍ରିକେଟ୍ ଦଳର ତାରକା ଖେଳାଳି, ବଲିଉଡର ସେଲିବ୍ରିଟି, ବ୍ୟବସାୟୀ ଏବଂ ରାଜନେତାଙ୍କୁ ଆମନ୍ତ୍ରିତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.