ଖୁବ୍‌ ଶୀଘ୍ର ପଡିବ ଆଥିଆ-କେ.ଏଲ ରାହୁଲଙ୍କ ହାତଗଣ୍ଠି, ସାମ୍ନାକୁ ଆସିଲା ପୂରା ଡିଟେଲ୍ସ

Published By : Prameya-News7 Bureau | January 06, 2023 IST

ମୁମ୍ଵାଇ ୦୬।୦୧: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ । ଅଭିନେତ୍ରୀ ଆଥିଆ ଶେଟ୍ଟି। ଏହି ଷ୍ଟାର କପଲ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବଲିଉଡର ଗସିପ୍‌ କରିଡରରେ ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହ ଦୀର୍ଘ ଦିନ ଧରି ଚାଲିଆସୁଛି। ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, କେ.ଏଲ୍ ରାହୁଲ ଏବଂ ଆଥିଆଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି। ଉଭୟଙ୍କ ବିବାହ ସ୍ଥାନ ମଧ୍ୟ ସ୍ଥିର କରାଯାଇଛି। କେ.ଏଲ୍ ରାହୁଲ ଏବଂ ଆଥିଆ ମୁମ୍ବାଇ ନିକଟ ଖଣ୍ଡାଲା ଠାରୁ ସେମାନଙ୍କର ନୂତନ ଜୀବନ ଆରମ୍ଭ କରିବେ। ସେମାନଙ୍କ ବିବାହରେ କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ ।

wp:html
/wp:html

ଖବର ଅନୁଯାୟୀ, ବଲିଉଡ ତାରକା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଖଣ୍ଡାଲାରେ ଅବସ୍ଥିତ ବିଳାସପୂର୍ଣ୍ଣ ବଙ୍ଗଳାରେ ସାତ ଫେରା ନେବେ। ବିବାହ କାର୍ଯ୍ୟ ଅତ୍ୟନ୍ତ ଜାକ ଜକମ ସହ ଭବ୍ୟ ଭାବରେ ହେବାକୁ ଯାଉଛି। କିନ୍ତୁ ଏହାକୁ ବ୍ୟକ୍ତିଗତ ଢଙ୍ଗରେ ରଖାଯିବ । ଯେଉଁଥିରେ ଶେଟ୍ଟୀ ପରିବାରର ଓ କେ.ଏ ରାହୁଲଙ୍କ ପରିବାରର ସଦସ୍ୟ ସହ ଘନିଷ୍ଠ ବନ୍ଧୁ କେବଳ ସାମିଲ ହେବେ ।

କୁହାଯାଉଛି କି ଜାନୁଆରୀ ୨୦ରେ ଦୁହିଁଙ୍କର ହାତ ଗଣ୍ଠି ପଡିପାରେ । କିନ୍ତୁ କପଲଙ୍କ ତରଫରୁ ବିବାହକୁ ନେଇ କୌଣସି ସୂଚନା ମିଳିନାହିଁ । ସୋସିଆଲ ମିଡିଆରେ ଚାଲିଥିବା ଆଲୋଚନା ଅନୁଯାୟୀ ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଯୋଜନା କରାଯାଇଛି। ଯେଉଁଥିରେ ବଲିଉଡର ସେଲିବ୍ରେଟ ତଥା ଷ୍ଟାର କ୍ରିକେଟରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.