୨୦୨୩ରେ ହେବ ଆଥିଆ-ରାହୁଲଙ୍କ ବିବାହ, ଖୁଲାସା କଲା BCCI
7/09/2022 at 12:50 PM

ମୁମ୍ଵାଇ ୦୭।୦୯: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହ ପରେ ଏବେ ବଲିଉଡ୍ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି କି ଡିସେମ୍ବର ୨୦୨୨ରେ ସେ କ୍ରିକେଟର କେ.ଏଲ୍. ରାହୁଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।କିନ୍ତୁ ଏଭଳି ପରିସ୍ଥିତିରେ ସେମାନଙ୍କ ବିବାହର ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଜଣା ପଡିଛି। ବିସିସିଆଇ ନିଜେ ଆଥିଆ ଏବଂ ରାହୁଲଙ୍କ ବିବାହ ତାରିଖ ବିଷୟରେ ପ୍ରକାଶ କରିଛି।
KL Rahul, Athiya Shetty set to marry next year: BCCI sources
— ANI Digital (@ani_digital) September 6, 2022
Read @ANI Story | https://t.co/tFR04ZuCmt#KLRahul #AthiyaShetty #Cricket #Bollywood pic.twitter.com/Lj5EdAO7HJ
ସୂଚନାନୁସାରେ, କେଏଲ ରାହୁଲ ଆସନ୍ତା ବର୍ଷ ଆଥିଆଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କ୍ରିକେଟ୍ ପରିଷଦକୁ ସୂଚନା ଦିଆଯାଇଛି। ଏହି ଷ୍ଟାର କପଲ୍ ଟି -୨୦ ୱାର୍ଲ୍ଡକପ୍ ପରେ ମହାରାଷ୍ଟ୍ରରେ ବିବାହ କରିବେ। ରାହୁଲ-ଆଥିଆଙ୍କ ବିବାହ ଖଣ୍ଡାଲା ସ୍ଥିତ ସୁନୀଲଙ୍କ ବଙ୍ଗଳା ଜହାନରେ ହେବ। ଗତ ତିନିବର୍ଷ ହେବ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ମୁମ୍ବାଇର ବାନ୍ଦ୍ରାସ୍ଥିତ ସନ୍ଧୁ ପ୍ୟାଲେସ୍ ନାମକ ଏକ ଆପାର୍ଟମେଣ୍ଟରେ ଏକାଠି ରହୁଛନ୍ତି। ବିବାହ ଅଳ୍ପ କିଛି ମାତ୍ରାରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ବିବାହର କୌଣସି ନିଶ୍ଚିତ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଏକ ଘଟଣାରେ ଯେତେବେଳେ ସୁନୀଲ ଶେଟ୍ଟୀଙ୍କୁ ବିବାହ ପ୍ରସ୍ତୁତି ବିଷୟରେ ପଚରାଗଲା, ସେ କହିଥିଲେ କି ପିଲାମାନେ ନିଷ୍ପତ୍ତି ନେବା ମାତ୍ରେ ହିଁ ବିବାହ ହେବ। ସମସ୍ତ ପିତା ଚାହାଁନ୍ତି ଝିଅ ବିବାହ କରନ୍ତୁ କିନ୍ତୁ ଏବେ ରାହୁଲ ଟିକେ ଫ୍ରି ହୋଇଯାଆନ୍ତୁ। ଏତେ କମ ସମୟ ମଧ୍ୟରେ ବିବାହ ସମ୍ଭବ ନୁହେଁ । ଏଥିପାଇଁ ସମୟ ପାଇବା ମାତ୍ରେ ଯୋଜନା କରିବୁ ।