ସର୍ଜରୀ ପରେ ବ୍ୟାଟିଂ କରୁଥିବାର ନଜର ଆସିଲେ KL Rahul, ଭିଡିଓରେ ଏପରି କମେଣ୍ଟ କଲେ ସୁନୀଲ୍‌ ଶେଟ୍ଟି

Published By : Prameya-News7 Bureau | July 08, 2022 IST

ନୂଆଦିଲ୍ଲୀ ୦୮।୦୭:  ଟିମ୍‌ ଇଣ୍ଡିଆର କ୍ରିକେଟର କେ.ଏଲ୍ ରାହୁଲ  ଆହତ ହେବା କାରଣରୁ କ୍ରିକେଟ୍ ଠାରୁ ଦୂରେଇ ଯାଇଛନ୍ତି। ତାଙ୍କର ଅପରେସନ୍ ପାଇଁ ସେ ଜର୍ମାନୀ ଯାଇଥିଲେ। ସେଠାରେ ତାଙ୍କର ଅପରେସନ୍ ସଫଳ ହୋଇଥିଲା । ଅପରେସନ୍ ପରେ ରାହୁଲ ପୁଣି ଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି । ଯେଉଁଥିରେ ରାହୁଲ ଜିମ୍ ଭିତରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି । ଏହାକୁ ଦେଖିବା ପରେ ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ପସନ୍ଦ କରୁଛନ୍ତି।  

wp:html
/wp:html

ନିକଟରେ କେ.ଏଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ରାହୁଲଙ୍କ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ଲୋକ ଏହି କମେଣ୍ଟ କରିଛନ୍ତି। ଏହା ବ୍ୟତୀତ ତାଙ୍କ ଗର୍ଲଫ୍ରେଣ୍ଡ ଆଥିଆ ଶେଟ୍ଟୀ ମଧ୍ୟ କେ.ଏଲ ସହିତ ଜର୍ମାନୀ ଯାଇଛନ୍ତି। ସେ ସୋସିଆଲ ମିଡିଆରେ ଆଥିଆଙ୍କ ସହ ଫଟୋ ମଧ୍ୟ ସେୟାର କରିଥିଲେ । ହେଲେ ରାହୁଲଙ୍କ ଭିଡିଓ ଦେଖି ସୁନୀଲ ହାର୍ଟର ଇମୋଜି ସହିତ ସୁନ୍ଦର କମେଣ୍ଟ ଦେଇଛନ୍ତି। ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.