LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଇପିଏଲ-୨୦୨୦ : ଆଜି ମୁହାଁମୁହିଁ ହେବେ କୋଲକାତା ଓ ଦିଲ୍ଲୀ, ପନ୍ତଙ୍କ ଉପରେ ରହିବ ନଜର

3/10/2020 at 4:07 PM

ଦୁବାଇ, ୦୩ ।୧୦:  ଆଇପିଏଲ-୨୦୨୦ର ୧୬ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇର ଶାରଜାହ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଏହି ଷ୍ଟାଡିୟମ ବହୁତ ଛୋଟ ହୋଇଥିବାରୁ ଛକା ଓ ଚଉକା ବର୍ଷା ହେବାର ସମ୍ଭାବନା ରହିଛି । ମ୍ୟାଚରେ ଆଣ୍ଡ୍ର୍ୟୁ ରସେଲ ଓ ଋଷଭ ପନ୍ତଙ୍କ ଉପରେ ନଜର ରହିବ । ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ରସେଲ ଗତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦୁବାଇ ଷ୍ଟାଡିୟମରେ ତିନୋଟି ଆକାଶ ଛୁଆଁ ଛକା ଲଗାଇଥିଲେ । ତେବେ ପନ୍ତ ଏଯାଏଁ ନିଜର ଭଲ ଇନିଂସ ପ୍ରଦର୍ଶନ କରିପାରି ନାହାଁନ୍ତି । ତାଙ୍କୁ ଅଧିକ ସତର୍କ ହୋଇ ଖେଳିବାର ଆବଶ୍ୟକତା ରହିଛି । ପନ୍ତଙ୍କ ଉପରେ ଅଧିକ ଚାପ ମଧ୍ୟ ରହିବ । କାରଣ କେଏଲ ରାହୁଲ, ଇଷାନ କିଷାନ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ।

ଉଭୟ ଦଳ ଏବେସୁଦ୍ଧା ୨୩ଟି ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ କୋଲକାତା ୧୩ଟି ଓ ଦିଲ୍ଲୀ ୯ଟି ମ୍ୟାଚ୍ ଜିତିଛି । ତେବେ ଗୋଟିଏ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ହୋଇଥିଲା  । ଏଥିରେ ଦିଲ୍ଲୀ ବିଜୟ ହାସଲ କରିଥିଲା । ଅର୍ଥାତ ଦିଲ୍ଲୀ ୧୦ଟି ମ୍ୟାଚ୍ ଜିତିଛି ।

କେକେଆର ପାଖରେ ଶୁଭମନ ଗିଲ୍, ଆଣ୍ଡ୍ର୍ୟୁ ରସେଲ ଓ ଇଆନ ମୋର୍ଗାନଙ୍କ ଭଳି ଖେଳାଳି ରହିଛନ୍ତି । ଦିଲ୍ଲୀ ପାଖରେ ପନ୍ତ, ମାର୍କସ୍ ଷ୍ଟୋଇନସ ଓ ଶ୍ରେୟସ ଆୟାରଙ୍କ ଭଳି ଖେଳାଳି ରହିଛନ୍ତି । ଏହି ଖେଳାଳିମାନେ ବଡ ସଟ୍ ଖେଳିବାରେ ମାହିର ଅଠନ୍ତି । ତେବେ ଏହି ଶାରଜାହ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଏବେସୁଦ୍ଧା ୬୨ଟି ଛକା ଲାଗି ସାରିଛି ।ଆଜିର ମ୍ୟାଚରେ ମଧ୍ୟ ଉଭୟ ଦଳ ବଡ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି ।

   Related Posts