oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଆଇପିଏଲ-୨୦୨୦ : ଆଜି କୋଲକାତାକୁ ଭେଟିବ ବାଙ୍ଗାଲୋର, ବିଜୟଧାରା ବଜାୟ ରଖିବା ହେବ ଉଭୟ ଦଳର ଲକ୍ଷ୍ୟ

12/10/2020 at 3:19 PM

ଦୁବାଇ, ୧୨/୧୦: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ । ଚେନ୍ନାଇ ସୁପର କିଙ୍ଗ୍‌ସକୁ ହରାଇବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ମନୋବଳ ଦୃଢ଼ ହୋଇଛି । ଅନ୍ୟ ଦିଗରେ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତିଥିବା ନାଇଟ୍‌ ରାଇଡର୍ସ ବିଜୟଧାରା ଅବ୍ୟାହତ ରଖିବାକୁ ଚେଷ୍ଟା କରିବ । ଆଜି ଶାରଜାହ ଷ୍ଟାଡିୟମରେରେ ମ୍ୟାଚ୍‌ ଖେଳାଯିବ । ପୂର୍ବଭଳି ଏହି ଗ୍ରାଉଣ୍ଡରେ ଆଉଏକ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ନାଇଟ୍‌ ରାଇଡର୍ସ ମୋଟ ୬ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଛି । ପୂର୍ବ ୨ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ ସୁପର କିଙ୍ଗ୍‌ସ (୧୦ରନ୍‌ରେ) ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ (୨ରନ୍‌ରେ)କୁ ପରାସ୍ତ କରିଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ମୁକାବିଲାରେ ଦଳର ଦୁଇ ଷ୍ଟାର୍‌ ଖେଳାଳି ଆନ୍ଦ୍ରେ ରସେଲ ଓ ସୁନିଲ୍‌ ନାରାଏନ୍‌ଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ରସେଲ୍‌ ଆଣ୍ଠୁରେ ଆଘାତ ପାଇଥିବାବେଳେ ନାରାଏନ୍‌ଙ୍କ ବୋଲିଂ ଆକ୍ସନ ସନ୍ଦେହଜନକ ଥିବା ଜଣାପଡ଼ିଛି। ଏହା ଦଳର ଚିନ୍ତା ବଢ଼ାଇ ଦେଇଛି । ଅଧିନାୟକ ଦିନେଶ କାର୍ତ୍ତିକ ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିବାବେଳେ ଶୁବମନ ଗିଲ୍‌ ଓ ରାହୁଲ ତ୍ରିପାଠୀଙ୍କ ପ୍ରଦର୍ଶନ ଭଲ ରହିଛି । ବୋଲିଂ ବିଭାଗ ସବୁଠୁ ଦୃଢ଼ । ପୂର୍ବ ୨ଟି ଯାକ ମ୍ୟାଚ୍‌ରେ ବୋଲରମାନେ ଯଥାକ୍ରମେ ୧୬୭ ଓ ୧୬୪ରନ୍‌ର ଲକ୍ଷ୍ୟକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲେ ।

ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନ୍‌ ଓ ନାଇଟ୍‌ ରାଇଡର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବା ଆଶା କରାଯାଉଛି । ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ଟିରୁ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଦଳ ପୂର୍ବ ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ୩୭ରନ୍‌ରେ ହରାଇଥିଲା । ଏହି ମ୍ୟାଚ୍‌ରେ କୋହଲିଙ୍କ ଅପରାଜିତ ୯୦ ଓ ବୋଲିଂ ବିଭାଗର ଶୃଙ୍ଖଳିତ ପ୍ରଦର୍ଶନ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସିଜନ ଆରମ୍ଭରୁ ଯୁବ ଓପନର ଦେବଦତ୍ତ ପାଡିକଲ୍‌ ଭଲ ପ୍ରଦର୍ଶନ ଜାରି ରଖିଥିବାବେଳେ ଡି’ଭିଲର୍ସ ପୂର୍ବ କିଛି ମ୍ୟାଚ୍‌ରେ ନିରାଶ କରିଥିଲେ । କ୍ରିସ୍‌ ମୋରିସ୍‌ଙ୍କ ପ୍ରତ୍ୟାବର୍ତ୍ତନ ବୋଲିଂ ବିଭାଗକୁ ଅଧିକ ଦୃଢ଼ କରିଛି । ଯାଦୁକରୀ ସ୍ପିନରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡ଼ୁଆରେ ପକାଇଥିବା ୟୁଝବେନ୍ଦ୍ର ଚହଲ ଓ ୱାସିଂଟନ୍‌ ସୁନ୍ଦରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସମ୍ଭାବ୍ୟ ଏକାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଦେବଦତ୍ତ ପାଡିକଲ, ଆରୋନ୍‌ ଫିଞ୍ଚ, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଗୁରକୀରତ ସିଂହ, କ୍ରିସ୍‌ ମୋରିସ୍‌, ଇସୁରୁ ଉଦାନା, ୟୁଝବେନ୍ଦ୍ର ଚହଲ ।

ନାଇଟ୍‌ ରାଇଡର୍ସ: ରାହୁଲ ତ୍ରିପାଠୀ, ଶୁବମନ ଗିଲ୍‌, ନୀତିଶ ରାଣା, ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ୍‌/ଟମ୍‌ ବାଣ୍ଟନ, ପାଟ୍‌ କମିନ୍ସ, ସୁନିଲ ନାରାଏନ୍‌, କମଳେଶ ନାଗରକୋଟି/ଶିବମ ମାଭି, ଏମ୍‌ ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ।

   Related Posts