SRH Vs KKR: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭୨ ରନ୍‌ ଟାର୍ଗେଟ୍ ଦେଲା କୋଲକାତା

Published By : Prameya-News7 Bureau | May 04, 2023 IST

ହାଇଦ୍ରାବାଦ: ଆଇପିଏଲର ୪୭ତମ ମ୍ୟାଚ୍ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ କରିଛି। ୧୭୨ ରନ୍‌ ଟାର୍ଗେଟ୍‌ ନେଇ ହାଇଦ୍ରାବାଦ ଖେଳ ଆରମ୍ଭ କରିଛି।

ଆଜି କୋଲକାତା ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୪୬ ରନ୍ କରିଥିବା ବେଳେ ରିଙ୍କୁ ସିଂହ ୪୨ ରନ୍ କରିଥିଲେ । ସେହିପରି ଜାସନ ରୟ ୨୦ ଓ ରସେଲ ୨୪ ରନ୍ କରିଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା।

ହାଇଦ୍ରାବାଦ ପକ୍ଷରୁ ସବୁ ବୋଲରଙ୍କୁ ୱିକେଟ୍ ନେବାର ସଫଳ ହୋଇଛନ୍ତି। ମାର୍କୋ ଜାନସେନ ଓ ଟି ନଟରାଜନ ୨ ଲେଖାଏ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, କାର୍ତ୍ତିକ ତ୍ୟାଗୀ, ମାରକ୍ରମ ଓ ମାର୍କଣ୍ଡେ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଟୁର୍ଣ୍ଣାମେଣ୍ଟରେ କୋଲକାତା ନାଇଟ୍ ରାଇଡର୍ସ ବର୍ତ୍ତମାନ ସୁଦ୍ଧା ୯ଟି ମ୍ୟାଚ୍ ଖେଳି ୩ଟିରେ ବିଜୟୀ ହୋଇଛି । ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ୍ ୮ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.