କନସର୍ଟରେ ବାରମ୍ବାର ଝାଳ ପୋଛୁଥିଲେ KK, ଷ୍ଟେଜରେ କେମିତି ବିଗିଡିଲା ତାଙ୍କ ସ୍ଵାସ୍ଥ୍ୟ, ଦେଖନ୍ତୁ Video

Published By : Prameya-News7 Bureau | June 01, 2022 IST

କୋଲକାତା: ଅତି ସରଳ ଦେଖାଯାଉଥିବା ଜୀବନ କେତେ ବେଳେ ମୁସ୍କିଲ ହୋଇଯାଏ କିଛି ଜଣା ପଡେ ନାହିଁ। ଗତକାଲି ପର୍ଯ୍ୟନ୍ତ ଯେଉଁ କେକେଙ୍କ ଗୀତ ଶୁଣି ଆମେ ନିଜ ଯାତ୍ରାରେ ମନକୁ ହାଲକା କରୁଥିଲେ, ଆଜି ସେହି କେକେ ସବୁ ଦିନ ପାଇଁ ନିରବି ଯାଇଛନ୍ତି। ମେ ୩୧ ରାତି ବଲିଉଡର ପ୍ରସିଦ୍ଧ ଗାୟକଙ୍କ ପାଇଁ ଶେଷ ରାତି ପାଲଟିଛି। ଏହି ଖବରକୁ ବିଶ୍ଵାସ କରିବା ସଭିଙ୍କ ପାଇଁ ମୁସ୍କିଲ ହୋଇ ପଡିଛି। କେକେଙ୍କ ପରଲୋକ ଖବରକୁ ତାଙ୍କର ପ୍ରତିଟି ପ୍ରଶଂସକ ବିଶ୍ଵାସ କରି ପାରୁ ନାହାନ୍ତି। ଏହି କାରଣରୁ ସାମାଜିକ ଗଣମାଧ୍ୟମରେ ତାଙ୍କ ସଂପର୍କିତ ଭିଡିଓ ଏବଂ ଫଟୋ ସେୟାର ହେବାରେ ଲାଗିଛି।

ୟାରୋଁ ଏବଂ ପଲ୍ ପରି ସୁପରହିଟ୍ ଗୀତରୁ ନିଜର କ୍ୟାରିୟର ଆରମ୍ଭ କରିଥିବା କେକେ ମଙ୍ଗଳବାର କୋଲକାତାର ବିବେକାନନ୍ଦ କଲେଜରେ କନସର୍ଟ ପାଇଁ ପହଞ୍ଚିଥିଲେ। ଇଭେଣ୍ଟରେ କେକେଙ୍କ ଦମଦାର ଗୀତରେ ଝୁମି ଉଠିଥିଲେ ଉପସ୍ଥିତ ଲୋକ। କେକେ ନିଜର ପରଫମାନ୍ସ ସମୟରେ ଖୁବ୍ ଜୋସରେ ଥିଲେ। ହେଲେ ଅଚାନକ ତାଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଥିଲା।

wp:html /wp:html

ସାମାଜିକ ଗଣମାଧ୍ୟମରେ କେକେଙ୍କ ଶେଷ ଇଭେଣ୍ଟର ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ସେଥି ମଧ୍ୟରୁ ଗୋଟିଏ ଭିଡିଓରେ କେକେ ତଉଲିଆରେ ବାରମ୍ବାର ମୁହଁ ପୋଛୁଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ମୁହଁରୁ ଥକ୍କାପଣ ନଜର ଆସୁଥିଲା। କେତେବେଳେ ସେ ଉପରକୁ ଚାହୁଁଥିଲେ ତ କେତେବେଳେ ପାଣି ବୋତଲ ଉଠାଉଥିବା ଦେଖିବାକୁ ମିଳିଛି। ନିଜକୁ ଠିକ୍ ଅନୁଭବ କରିବା ପାଇଁ ସେ ଷ୍ଟେଜ୍ରେ ଏପଟ ସେପଟ ଚଲାବୁଲା କରୁଥିବା ଦେଖିବାକୁ ମିଳିଛି।

ଷ୍ଟେଜ୍‌ରେ ପାଣି ପିଇବା ଏବଂ ବୁଲିବା ପରେ ଯେବେ କେକେ ନିଜକୁ ସୁସ୍ଥ ଅନୁଭବ କଲେ ନାହିଁ, ତାଙ୍କୁ ହୋଟେଲ୍ ନିଆଯାଇଥିଲା। ଭିଡିଓରେ କେକେଙ୍କୁ କନସର୍ଟରୁ ବାହାରକୁ ଅଣାଯାଉଥିବା ଦେଖିବାକୁ ମିଳିଛି। ସେ ସଂପୂର୍ଣ୍ଣ ଅସୁସ୍ଥ ଜଣା ପଡୁଛନ୍ତି। କୁହାଯାଉଛି ଇଭେଣ୍ଟ ପରେ ସେ ତଳେ ଖସି ପଡିଥିଲେ ଏବଂ ଏଥିରେ ତାଙ୍କ ମୁଣ୍ଡ ଏବଂ ଚେହେରାରେ ଆଘାତ ଚିହ୍ନ ରହିଥିଲା। ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ କେକେଙ୍କୁ  କୋଲକାତାର ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳେକୁ ତାଙ୍କର ଶ୍ଵାଃସ କ୍ରିୟା ବନ୍ଦ ହୋଇ ସାରିଥିଲା।

wp:html /wp:html

କେକେଙ୍କ ଦେହାନ୍ତ ପରେ ପ୍ରଶଂସକ ତାଙ୍କ ଜୀବନର ଶେଷ ଭିଡିଓକୁ ସେୟାର କରି ନଜରୁଲ ମଞ୍ଚ ବିରୋଧରେ କେସ୍ ରୁଜୁ କରିବାକୁ ଦାବି କରିଛନ୍ତି। ପ୍ରଶଂସକଙ୍କ କହିବା ସ୍ଵାସ୍ଥ୍ୟ ବିଗିଡିବା ପରେ ବି ଇଭେଣ୍ଟରେ କେକେଙ୍କ ପରଫାମ୍ କରାଗଲା। ଗାୟକଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା କୁହାଯାଉଛି। ଗାୟକଙ୍କ ଦେହାନ୍ତକୁ ନେଇ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.