ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK, ଲାଇଭ୍‌ କନସର୍ଟ ପରେ ହୋଇପଡିଥିଲେ ଅଚେତ

Published By : Prameya-News7 Bureau | June 01, 2022 IST

କୋଲକାତା ୦୧।୦୬: ସଙ୍ଗୀତ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ବଲିଉଡ୍ ପ୍ରସିଦ୍ଧ ସିଙ୍ଗର କେକେ ଓରଫ କ୍ରୃଷ୍ଣ କୁମାର କୁନ୍ନଥଙ୍କର ଦେହାନ୍ତ ହୋଇଛି । କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମାତ୍ର ୫୩ ବର୍ଷ ବୟସରେ କେକେଙ୍କର ମୃତ୍ୟୁ ହୋଇଛି । ହିନ୍ଦି , ତେଲୁଗୁ, କନ୍ନଡ, ତାମିଲ, ବେଙ୍ଗଲି , ଗୁଜୁରାଟି , ମରାଠୀ ଆଦି ବିଭିନ୍ନ ଭାଷାରେ ସେ ଶତାଧିକ ଗୀତ ଗାଇଛନ୍ତି।

{"id":636580,"sizeSlug":"full","linkDestination":"none"}

ଖବର ଅନୁଯାୟୀ, କୋଲକାତାରେ ଗୁରୁଦାସ କଲେଜ୍‌ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ  ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବଲିଉଡର ଏହି ଲୋକ ପ୍ରିୟ କଣ୍ଠଶିଳ୍ପୀ କେକେଙ୍କର ନିଧନରେ ସବୁଠି ଶୋକର ଛାୟା ଖେଳିଯାଇଛି । କେକେଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।

କେକେ ନିଜ କ୍ୟାରିୟରରେ ଅନେକ ଫେମସ୍‌ ଗୀତ ଗାଇଛନ୍ତି । ତାମଧ୍ୟରୁ ବଲିଉଡ୍‌ରେ ପ୍ରାୟ ୨୦୦ରୁ ଅଧିକ ଗୀତ ଗାଇଛନ୍ତି । ଏହାବ୍ୟତୀତ ତେଲୁଗୁ, କନ୍ନଡ, ତାମିଲ, ବେଙ୍ଗଲି, ଗୁଜୁରାଟି, ମରାଠୀ ଆଦି ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.